Police destroyed huge quantity explosive at jhagadei hill near AskaPolice destroyed huge quantity explosive at jhagadei hill near Aska

ଆସିକା,୩୧/୮(ମନୋଜ କୁମାର ନାୟକ) – ଦିପାବଳୀ ପର୍ବ ପାଇଁ ବିନା ଲାଇସେନ୍ସରେ ବେଆଇନ ବାରୁଦ ଚାଲାଣ ଅଭିଯୋଗରେ ଆସିକା ପୋଲିସ ୨ ଟି ପିକଅପ ଭ୍ୟାନ, ଗୋଟିଏ ବାଇକ ସହ ୪ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ପଠାଇଛି ।

ଆଜି ଦିନ ପ୍ରାୟ ୧ ଘଣ୍ଟ ସମୟରେ ପୋଲିସ ପେଟ୍ରୋଲିଙ୍ଗ ବେଳେ ନଳବଣ୍ଟା ଗ୍ରାମ ଛକ ଠାରେ କଟକରୁ ନଳବଣ୍ଟା ଗ୍ରାମକୁ ବାଣ ତିଆରି ପାଇଁ ଆସୁଥିବା ପ୍ରଚୁର ପରିମାଣର ବାଣ ସାମଗ୍ରୀକୁ ପୋଲିସ ଜବତ କରିଥିଲା । ଗାଡି ଚାଳକ ସମେତ ଦୁଇ ଜଣ ବ୍ୟବସାୟୀ ଓ ଜଣେ ଗ୍ରାହକକୁ ଆସିକା ପୋଲିସ ଗିରଫ କରିଥିଲା ।

ଅଭିଯୁକ୍ତ ମାନେ କଟକ ଜିଲ୍ଲା ଟିଗିରିଆ ଥାନା ଅଧିନ ପାଇକରା ଗ୍ରାମର ହୃଦୟାନନ୍ଦ ନାୟକ(୫୨), ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧିନ କେ.ନୁଆଗାଁ ରାଘବ ଚନ୍ଦ୍ର ପାତ୍ର(୩୨), କଟକ ଜିଲ୍ଲା ଟିଗିରିଆ ଥାନା ଅଧିନ ଟିଗିରିଆଗଡ ଗ୍ରାମ ସୁରେଶ ଚନ୍ଦ୍ର ସ୍ୱାଇଁ(୪୦) ଏବଂ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅଧିନ ନଳବଣ୍ଟା ଗ୍ରାମର ଦିବାନ ସେଠି (୨୯) ବୋଲି ଜଣାପଡିଛି ।

ସେମାନଙ୍କ କବଜାରୁ ପୋଲିସ ବ୍ୟବହୃତ ଓ.ଡି ୩୨ ଡି ୩୮୩୨ ଏବଂ ଓ.ଆର ୦୫ ଏ.ଡି ୨୪୧୮ ଦୁଇଟି ଗାଡି ସାଙ୍ଗକୁ ୧୪ ପ୍ୟାକେଟ ସୁରାଖାର ( ପୋଟାସିୟମ ନାଇଟ୍ରେଟ) ଯାହାର ପରିମାଣ ଏକ କୁଇଟାଂଲରୁ ଅଧିକ, ୪ଟି ପ୍ୟାକେଟ ଗନ୍ଧକ ଯାହାର ପରିମାଣ ୨ କୁଇଟାଂଲ, ୪୦ କେ.ଜି କୋଇଲା ଗୁଣ୍ଡକୁ ଜବତ କରିଥିଲା ।

ପୋଲିସ ସୂଚନା ଅନୁଯାୟୀ ଦିନ ପ୍ରାୟ ୧ ଘଣ୍ଟ ବେଳେ ଅଭିଯୁକ୍ତ ମାନେ ଚାରି ଚକିଆ ଗାଡି ଯୋଗେ ବିସ୍ପୋରକକୁ ସାମଗ୍ରୀକୁ ଚାଲାଣ କରୁଥିଲେ । ଏହି ସମୟରେ ଆସିକା ଥାନା ପୋଲିସ ଏସ.ଆଇ ଜ୍ଞାନ ରଞ୍ଜନ ସେଠି ହାତରେ ଅଭିଯୁକ୍ତ ମାନେ ଧରାପଡିଥିଲେ ।

ଘଟଣା ସ୍ଥଳରେ ଏସ.ଆଇ ଶ୍ରୀ ସେଠୀ ଅଭିଯୁକ୍ତ ମାନଙ୍କୁ ପଚାରାଉଚାରା କରିଥିଲେ । ସେଠାରେ ସେମାନେ କୈାଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ । ଏହା ସହିତ କୈାଣସି କାଗଜ ପତ୍ର ଦାଖଲ କରି ନ ପାରିନଥିଲେ । ତେଣୁ ପୋଲିସର ସନ୍ଦେହ ଘନୀଭୂତ ହୋଇଥିଲା ।

ସେମାନଙ୍କୁ ଅଧିକ ପଚାରାଉଚାରା କରିବା ପରେ କଟକରୁ ଆସିକାକୁ ବେଆଇନ ଭାବେ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲା । ପୋଲିସ ସଂଧ୍ୟା ସମୟରେ ଆସିକା ଝଗଡେଇ ନିକଟ ପାହାଡ ଠାରେ ଛତ୍ରପୁର ବୋମା ନିଷ୍କ୍ରିୟକାରୀ ଦଳ ପ୍ରକାଶ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ନଷ୍ଟ କରିଥିଲେ ।

ଆସିକା ଥାନା କେସ ନମ୍ବର–୫୨୪/୨୩, ଦଫା ୨୮୬ ଆଇ.ପି.ସି ଆର.ଡବ୍ଲ୍ୟୁ ସେକ୍ସନ ୫ ଏକ୍ସପ୍ଲୋଜିଭ ଆକ୍ଟରେ ମାମଲା ରୁଜୁ କରି ୪ ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନା ମଞ୍ଜୁର ହେବା ପରେ ସମସ୍ତଙ୍କୁ ଆସିକା ସବଜେଲକୁ ପଠାଯାଇଛି ।