ଆସିକାରେ ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ

0 899

ଆସିକା,୧/୯ (ଶୁଣାକଥା) ମନୋଜ କୁମାର ନାୟକ : ସାରା ରାଜ୍ୟରେ ଆଜି ରାଷ୍ଟ୍ରୀୟ ଡ୍ରାଇଭର ଦିବସ ପାଳିତ ହେଉଥିବା ବେଳେ ଆସିକାରେ ମଧ୍ୟ ଗଞ୍ଜାମ ଜିଲ୍ଲା ଓଡିଶା ଡ୍ରାଇଭର ସଂଘ ଆସିକା ଶାଖା ପକ୍ଷରୁ ପାଳନ କରାଯାଇଛି । ୨୦୨୧ ମସିହାରୁ ଏହି ଦିବସ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ ବଡ ଧୁମଧାମରେ ଏହି ଦିବସ ପାଳନ ହୋଇଛି ।

ଏହି ଅବସରରେ ଆସିକା ମୁକୁନ୍ଦପୁର ସ୍ଥିତ ସପ୍ନେଶ୍ୱର ଶୈବ ପୀଠରେ ଦ୍ୱିପ ପ୍ରଜ୍ଜଳନ ଓ ପୂଜା ପାଠ ସମ୍ପୂର୍ଣ୍ଣ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହାପରେ ଏକ ବିରାଟ ଶୋଭାଯାତ୍ରା ଆସିକା ମୁକୁନ୍ଦପରୁ ସ୍ୱପ୍ନେଶ୍ୱର ମନ୍ଦିର ପ୍ରାଙ୍ଗଣ ଠାରୁ ବାହାରି ସହର ପରିକ୍ରମା କରିବା ପରେ ମା ଖମ୍ବେଶ୍ୱରୀ ପୀଠରେ ପହଁଚି ଥିଲେ । ସେଠାରେ ମା ଖମ୍ବେଶ୍ୱରୀଙ୍କୁ ପୂଜା କରି ପ୍ରଦିପ ପ୍ରଜ୍ଜଳନ କରାଯାଇଥିଲା ।

ଆସିକା ମୁକୁନ୍ଦପରୁ ସ୍ୱପ୍ନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଡ୍ରାଇଭର ସଂଘ ଆସିକା ଶାଖା ପକ୍ଷରୁ ଏକ ସଭା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସଂଘ ସମ୍ପାଦକ ପିଟୁଂ ସେଠି କାର୍ଯ୍ୟକ୍ରମକୁ ସଭାପତିତ୍ୱ କରିଥିଲେ । ଏହି ସଭାରେ ଡ୍ରାଇଭର ମାନଙ୍କ ଗୁରୁଦାୟିତ୍ୱ ସମ୍ପର୍କୀତ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା । ପ୍ରତିଦିନ ଯାତ୍ରୀ ମାନଙ୍କ ସୁରକ୍ଷା ଠାରୁ ଆରମ୍ଭ ଅନେକ ଜରୁରୀ ସେବା ଡ୍ରାଇଭର ମାନେ କରିଥାନ୍ତି । ନିଜ ଜୀବନକୁ ବାଜି ଲଗାଇ ଅନେକ ଜରୁରୀ ସେବାକୁ ମଧ୍ୟ ନିର୍ଦ୍ଧାରିତ ସମୟରେ ପୂରଣ କରିଥାନ୍ତି । ତଥାପି ଡ୍ରାଇଭର ଭାଇ ମାନେ ଅବହେଳିତ ହୋଇ ରହିଛନ୍ତି । ସେମାନେ ସେମାନଙ୍କ ମୈାଳିକ ଅଧିକାରକୁ ମଧ୍ୟ ପାଇବାରେ ବଚିଂତ ହେଉଛନ୍ତି । ତେଣୁ ରାଜ୍ୟ ସରକାରଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଦାବୀ ଓ ଦାୟିତ୍ୱକୁ ହୃଦୟଙ୍ଗମ କରି ବୁଝିବା ପାଇଁ ଅନୁରୋଧ କରିଛନ୍ତି ।

ସମାଜ ସୁଧାରିବା ଆଉ ପରିଚାଳନା କରିବା ଦିଗରେ ମଧ୍ୟ ଡ୍ରାଇଭର ଭାଇ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହୁଛି । ତେଣୁ ସେମାନଙ୍କ ଅଧିକାରକୁ ଯଥା ସମ୍ଭବ ପୂରଣ କରିବା ପାଇଁ ଗଞ୍ଜାମ ଜିଲ୍ଲା ଡ୍ରାଇଭର ମହାସଂଘ ଆସିକା ଶାଖା ପକ୍ଷରୁ ରାଜ୍ୟ ସରକାର, ସ୍ଥାନୀୟ ଓ ସଭ୍ୟ ସମାଜ ବୁଝିବା ଆବଶ୍ୟକ ବୋଲି ସଭାରେ ଉପସ୍ଥିତ ଡ୍ରାଇଭର ଭାଇ ମାନେ ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଓଡିଶା ଡ୍ରାଇଭର ସଂଘ ଆସିକା ବ୍ଲକ ସଭାପତି ଜଗନ୍ନାଥ ବେହେରା, ସମ୍ପାଦକ ପିଟୁଂ ସେଠି, ଉପସଭାପତି ଜିତେନ୍ଦ୍ର ମହାନ୍ତି, ସହସମ୍ପାଦକ ପବିତ୍ର ଗୈାଡ, ବଡଖୋଲି ପଚାଂୟତ ଆଡମିନ ନାରାୟଣ ନାହକ, କାଳଷଣ୍ଡପୁର ପଚାଂୟତ ଆଡମିନ କାଳିଆ ବିଷୋୟୀ, ଆସିକା ଏନଏସି ଆଡମିନ ଦିପକ ପୋଲାଇ ସାଙ୍ଗକୁ ସମସ୍ତ ପଚାଂୟତ ଆଡମିନ ଡ୍ରାଇଭର ଭାଇ ମାନେ ଯୋଗ ଦେଇ କାର୍ଯ୍ୟକ୍ରମର ଶୋଭା ବଢାଇଥିଲେ ।

Leave A Reply

Your email address will not be published.