National Panchayat Raj Day celebrated in Dharakot blockNational Panchayat Raj Day celebrated in Dharakot block

ଆସିକା,(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ବଡ ଧୁମଧାମରେ ପାଳିତ ହୋଇଥିବା ବେଳେ ଧରାକୋଟ ଅତିରିକ୍ତ ବିଡିଓ ସୁଶୀଲ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ହୋଇଥିଲା । ମୁଖ୍ୟବକ୍ତା ଭାବେ ଧରାକୋଟ ତହସିଲଦାର ଲମ୍ବୋଦର ମାରାଣ୍ଡି, ଅତିଥି ଭାବେ ଆସିକା ସାଂସଦ ପ୍ରତିନିଧି ମୁନା ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ପ୍ରତାପ ସ୍ୱାଇଁ, ରୁଗୁମୁ ସରପଚଂ ଗିତାଞ୍ଜଳୀ ସ୍ୱାଇଁ,ସମିତିସଭ୍ୟ ବନବାସ ବେହେରା ପ୍ରୁମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଧରାକୋଟ ତହସିଲଦାର ପଞ୍ଚାୟତରାଜ ଦିବସ ସମ୍ପର୍କୀତ ବିସ୍ତୃତ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ସରକାରଙ୍କ ଲୋକାଭିମୁଖୀ ଯୋଜନା କିଭଳି ଲୋକମଙ୍ଗଳ କାର୍ଯ୍ୟରେ ପରିଣତ ହେବ ସେନେଇ ସୂଚନା ପ୍ରଦାନ କରାଯାଇଥିଲା । ଗାଁର ବିକାଶ ହେଲେ ଦେଶର ବିକାଶ ସମ୍ଭବ ହେବ ବୋଲି ମତବ୍ୟକ୍ତ କରାଯାଇଥିଲା ।

ସାଂସଦ ପ୍ରତିନିଧି ମୁନା ପ୍ରଧାନଙ୍କ ଦ୍ୱାରା ରାସନକାର୍ଡ, ବିଧବା ଭତା ଏବଂ ବାର୍ଦ୍ଦକ୍ୟ ଭତା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେପି ପୂର୍ବତନ ମଣ୍ଡଳ ସଭାପତି ୟୁ.ପାପା ରାଓ, କାହ୍ନୁଚରଣ ପ୍ରଧାନ, ଅଶୋକ ନାୟକ, ଜାହାଡା ମଣ୍ଡଳ ସଭାପତି ଜିତେନ୍ଦ୍ର ବିଷୋୟୀ, ହୁଷୀକେଶ ସାହୁ, ବୁଦ୍ଧିଆ ନାୟକ,ଗଗନ ବିହାରୀ ସ୍ୱାଇଁ, ବାବିନା ବେହେରା, ରିଙ୍କୁ ନାୟକ, ଟୁନା ପ୍ରଧାନ, ଜାଗିଲି ପ୍ରଧାନ ପ୍ରମୁଖ କାର୍ଯ୍ୟକର୍ତ୍ତା ବୃନ୍ଦ ଯୋଗ ଦେଇଥିଲେ ।