ଗୁଣ୍ଠପଡା ଜଗଦଳପୁର ହାଇସ୍କୁଲ ଠାରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ମକଡ୍ରିଲ କାର୍ଯ୍ୟକ୍ରମ

0 852

ଆସିକା,୨୩/୬ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ଗୋଷ୍ଠୀ ଶିକ୍ଷା ଅଧିନ ଗୁଣ୍ଠପଡା ସ୍ଥିତ ଜଗଦଳପୁର ହାଇସ୍କୁଲ ଠାରେ ଆଜି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ସୁରକ୍ଷା ସପ୍ତାହ ଅବସରରେ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ ହୋଇଥିଲା ।

ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନାରାୟଣ ମହାପାତ୍ରଙ୍କ ସହଯୋଗରେ ଅଗ୍ନିଶମ ବିଭାଗୀୟ ଅଧିକାରୀ ପ୍ରଶାନ୍ତ କୁମାର ମହାପାତ୍ର, ରଞ୍ଜନ କୁମାର ଭୋଇ, ମାନଓ କୁମାର ଦଳାଇ, ଶ୍ରୀ ପ୍ରଧାନଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ବିଭିନ୍ନ କୈାଶଳ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ଗୋଷ୍ଠୀ ସ୍ତରୀୟ ସାମୂହିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ଅଭ୍ୟାସ କରାଯାଇଥିଲା । ଏହି ମକଡ୍ରିଲରେ ପାୱାର ଲାଇଟ, ଯନ୍ତ୍ର ଚାଳିତ କରତ, ଜେନେରେଟର, ଗ୍ୟାସ ସିଲିଣ୍ଡରରେ ଅଗ୍ନି ଲିଭାଇବା ସାଙ୍ଗକୁ ବିଭିନ୍ନ କୈାଶଳ ଉପରେ ଅଭ୍ୟାସ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଶିକ୍ଷକ ସୁଶୀଳ ମୋହନ ପ।।ତ୍ର, ଅମିୟ କୁମାର ସାମଲ, ଜି.ଆନନ୍ଦ ପାତ୍ର, ଶିକ୍ଷୟତ୍ରୀ ଇଶ୍ୱରୀ ମହାପାତ୍ର, ସୁନିତା ପରିଡା, ସଂଧ୍ୟାରାଣୀ ବେହେରା ସମେତ ଶତାଧିକ ଛାତ୍ରଛାତ୍ରୀ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ଅଭ୍ୟାସରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.