World Yoga Day was observed at Devbhumi Gram Panchayat Nodal High SchoolWorld Yoga Day was observed at Devbhumi Gram Panchayat Nodal High School

ଆସିକା,୨୧/୬(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଦେବଭୂମି ପଞ୍ଚାୟତ ଠାରେ ଆଜି ଦେବଭୂମି ଗ୍ରାମପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ବିଶ୍ୱ ଯୋଗ ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ଉଚ୍ଚ ବିଦ୍ୟାଳୟ ଏନସିସି ଆର୍ମି ୱିଙ୍ଗ୍‌ସ ଏ.ଏନ.ଓ ଶ୍ରୀ ଅନୁପ କୁମାର ନାୟକଙ୍କ ପରୋକ୍ଷ ତତ୍ୱାବାଧାନ ଓ ମାର୍ଗଦର୍ଶନରେ ପୂର୍ବତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ଯୋଗ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମ ଗତ ୫ ଦିନ ଧରି ଅନୁଷ୍ଟିତ ହୋଇଥିବା ବେଳେ ଆଜି ବିଶ୍ୱ ଯୋଗ ଦିବସରେ ଶେଷ ପର୍ଯ୍ୟାୟ ଯୋଗାଭ୍ୟାସ କରାଯାଇଥିଲା । ଏହି ଯୋଗ ଦିବସ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପୂର୍ବତନ ଛାତ୍ର ତଥା ସମାଜସେବୀ ବି.ଶ୍ରୀକାନ୍ତ ପାତ୍ର ପରିଚାଳନା କରିଥିଲେ ।

ଏଥିରେ ଅତିଥି ଭାବେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶୈଳବାଳା ସେଠୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପଞ୍ଚାନନ ସାହୁ, ନିମନ୍ତ୍ରୀତ ଅତିଥି ଭାବେ ଆସିକା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବରିଷ୍ଠ କାର୍ଯ୍ୟକର୍ତା ତଥା ଆଇନଜୀବୀ ସଚ୍ଚିଦାନନ୍ଦ ବେହେରା, ଘୁମୁସର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଗଣଯୋଗ ଶିକ୍ଷକ ଏ.ରାଜା ରାଓ ଆଚାରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୋଭା ବଢାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଅତିଥି ମାନେ ଛାତ୍ରଛାତ୍ରୀଙ୍କ ଉତମ ସ୍ୱାସ୍ଥ୍ୟ ନିମନ୍ତେ ଯୋଗର ଆବଶ୍ୟକତା ଉପରେ ଉଦବୋଧନ ପ୍ରଦାନ ସାଙ୍ଗଙ୍କୁ ପିଲାଙ୍କୁ ଯୋଗ ପ୍ରତି ଉତ୍ସାହିତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଭିତରେ ଯୋଗ ଓ ପ୍ରାଣାୟାମ ପ୍ରତି ଆଗ୍ରହ ସୃଷ୍ଟି ସାଙ୍ଗକୁ ବିଭିନ୍ନ ପ୍ରତିଯୋଗିତା ତଥା ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ସାଧାରଣ ଜ୍ଞାନ ସାଙ୍ଗକୁ ଅନ୍ୟାନ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏହା ସହିତ ବିଦ୍ୟାଳୟ ପରିସରକୁ ଛାତ୍ରଛାତ୍ରୀଙ୍କ ଦ୍ୱାରା ସଫେଇ କାର୍ଯ୍ୟ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ଶେଷରେ ବିକି ସାହୁ ସମସ୍ତ ଅତିଥି ଓ ଉପସ୍ଥିତ ମାନ୍ୟଗଣ ବ୍ୟକ୍ତିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ଏନସିସି କ୍ୟାଡେଟ, ଅଧ୍ୟୟନରତ ଛାତ୍ରଛାତ୍ରୀ ଏବଂ ଶ୍ରୀକାନ୍ତ ପାତ୍ର, ଅମର ମୁନି, ସୁରଜ ବିଶ୍ୱାଳ, ଅରତୀ ରାଓ, ସାଗର ବେହେରା, ଦେବାଶିଷ ପାତ୍ର, ସ୍ୱୀଟି ନାହକ, ଶୁଭମ ପାତ୍ର, ଜଗା ସାର, ଆଲୋକ ସାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ଗୁରୁଦାୟିତ୍ୱ ତୁଲାଇଥିଲେ ।