କୋଇଡା ଡିଗ୍ରୀ ମହାବିଦ୍ୟାଳୟରେ ନୂଆ-ଓ, ନବୀନ ଓଡିଶା ଯୁବ ଓଡିଶା ଏବଂ ଓଡିଆ ସାହିତ୍ୟ କାର୍ଯ୍ୟକ୍ରମ ଉଦଯାପିତ

0 165

କୋଇଡା,୬/୨(ଶୁଣାକଥା) ମନୋଜ କୁମାର ନାୟକ : ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ କୋଇଡା ଡିଗ୍ରୀ ମହାବିଦ୍ୟାଳୟରେ ଆଜି ନୂଆ-ଓ, ନବୀନ ଓଡିଶା ଯୁବ ଓଡିଶା ଏବଂ ଓଡିଆ ସାହିତ୍ୟ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି । ଏହି କାର୍ଯ୍ୟକ୍ରମ ୮ ଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତ ଓ ଆଲୋଚନାଚକ୍ର ହୋଇଥିଲା ।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କୋଇଡା ବ୍ଲକ ଅଧ୍ୟକ୍ଷ ସୁରେଶ ନାଏକ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ କୋଇଡି ଡିଗ୍ରୀ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଦ୍ୟାଧର ମହୁନ୍ତ ଯୋଗ ଦେଇଥିଲେ ।

ଏହି ଅବସରରେ ମହାବିଦ୍ୟାଳୟ ଅଧ୍ୟକ୍ଷ ସମ୍ବିତ ମହାନ୍ତିଙ୍କ ସଭାପତିତ୍ୱରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ବରିଷ୍ଠ ଅଧ୍ୟାପକ ଶିତିକଣ୍ଠ ଦାଶ ମହାପ।।ତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ପ୍ରଦିପ କୁମାର ପଟ୍ଟନାୟକ, ନୋଡାଲ ଅଫିସର ଲକ୍ଷ୍ମୀ ରାଏ, ଅର୍ଥନିତୀ ଅଧ୍ୟାପକ ସଞ୍ଜୟ କୁମାର ଦାଶ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡିଆ ଭାଷା ଓ ଓଡିଆ ସାହିତ୍ୟର ବିଭିନ୍ନ ଦିଗକୁ ଆଲୋଚନା କରାଯାଇଥିଲା । ଓଡିଆ ଭାଷାକୁ କିଭଳି ଅଧିକ ଆଦୃତ ହୋଇ ପାରିବ ସେନେଇ ସେନେଇ ଆଲୋଚନା କରାଯାଇଥିଲା ।

କୋଇଡା ଡିଗ୍ରୀ ମହାବିଦ୍ୟାଳୟରେ ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା ସାଙ୍ଗକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଶେଷରେ ଡିଗ୍ରୀ ମହାବିଦ୍ୟାଳୟ ପରିଚାଳନା ସଭାପତି ଶ୍ରୀ ଶିତିକଣ୍ଠ ଦାଶ ମହାପାତ୍ର ଶିକ୍ଷାନୁଷ୍ଠାନରେ ସରକାରଙ୍କ ଏଭଳି କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ସହିତ ଉପସ୍ଥିତ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.