District level meeting of the National Small savings Association, IndiaDistrict level meeting of the National Small savings Association, India

ଆସିକା,୧୧/୨(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା କଳିଙ୍ଗରୋଡ ହୋଟେଲ ଏର୍ଥର ଠାରେ ଆଜି ରାଷ୍ଟ୍ରୀୟ ସ୍ୱଳ୍ପ ସଚଂୟ ଅଭିକର୍ତା ସଂଘ,ଭାରତର ଜିଲ୍ଲା ସ୍ତରୀୟ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକ ଗଞ୍ଜାମ ଜିଲ୍ଲା ସଭାପତି ଅଶ୍ୱିନୀ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସ୍ୱଳ୍ପ ସଚଂୟ ଅଧିକାରୀ ଧ୍ରୁବ ଚରଣ ନାୟକ, ରାଜ୍ୟ ସମ୍ପାଦକ ରାମ ଚନ୍ଦ୍ର ମହାପାତ୍ର, କୋଷାଧ୍ୟକ ଦୁର୍ଗା ମାଧବ ପଟ୍ଟନାୟକ, ବଲାଙ୍ଗୀର ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ପଟ୍ଟନାୟକ, ସଂଘ ସମ୍ପାଦକ ସଭାପତି ବିନୋଦ କୁମାର ରାଉତ, ସହସମ୍ପାଦକ ମଞ୍ଜୁଳା କୁମାରୀ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ସାଧାରଣ ବୈଠକରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଛତ୍ରପୁର ଓ ଆସିକା ମଣ୍ଡଳର ଶତାଧିକ ଅଭିକର୍ତା ଯୋଗ ଦେଇଥିଲେ । ଭାରତୀୟ ସ୍ତରରେ ୨୦୧୭ ମସିହାରେ ଅଭିକର୍ତା ସଂଘ ଗଠନ ହୋଇଥିଲା । ଏହାପରେ ଓଡିଶା ରାଜ୍ୟର ବଲାଙ୍ଗୀର ଠାରେ ୨୦୧୮-୧୯ ମସିହାରେ ପ୍ରଥମ ବୈଠକ ଅନୁଷ୍ଟିତ ହୋଇଥିଲା ।

ରାଷ୍ଟ୍ରୀୟ ସ୍ୱଳ୍ପ ସଚଂୟ ସଂଘ,ଭାରତ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଭିକର୍ତାଙ୍କ ବିଭିନ୍ନ ସମସ୍ୟା ଓ ସାଂଗଠନିକ ସ୍ଥିତିକୁ କିପରି ସୁଦୃଢ କରାଯାଇ ପାରିବ ସେନେଇ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଅଭିକର୍ତାିଙ୍କ ଗ୍ରୁପ ବୀମା ଓ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିବା କ୍ଷେତ୍ରରେ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।

ସରକାରଙ୍କ ଅର୍ଥନିତୀ ଉନ୍ନତି ପାଇଁ ଅଭିକର୍ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି । ଅଭିକର୍ତା ମାନେ ୫ ବର୍ଷିୟ ଆର.ଡି ସ୍କିମ, ଏମ.ଆଇ.ସି ସ୍କିମ, ଏନ.ଏସ.ସି ସ୍କିମ, କେ.ଭି.ପି ସ୍କିମ, ଟି.ଡି ସ୍କିମ ଭଳି ଅନେକରେ କାର୍ଯ୍ୟ କରୁଛନ୍ତି । ଗଞ୍ଜାମ ଜିଲ୍ଲାରେ ଅଭିକର୍ତା ମାନେ ସ୍କିମ ଜରିଆରେ ଅଧିକ ଡିପୋଜିଟ କରୁଛନ୍ତି । ଏନେଇ ଅନେକ କ୍ଷେତ୍ରରେ ପୁରସ୍କୃତ ମଧ୍ୟ ହୋଇଛନ୍ତି ।

ବିଶେଷ କରି ସମସ୍ତ ଜମାରାଶି ସ୍କିମରେ ସୁଧା ବଢାଇବା, ଆର.ଡି ସ୍କିମରେ କମିଶନ ବୃଦ୍ଧି କରିବା ନେଇ ବୈଠକରେ ଦାବୀ କରାଯାଇଥିବା ବେଳେ ୪ଟି ସ୍କିମ ସୁକନ୍ୟା ଯୋଜନା, ମହିଳା ସମୃଦ୍ଧି, ପି.ପି.ଏଫ ଆଦି ସ୍ମିମରେ ବାଦ ପଡିଥିବା ନେଇ କ୍ଷୋଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲା ସମ୍ପାଦକ ତାରିଣୀ ଚରଣ ପ୍ରଧାନ ସଂଯୋଜନା କରିଥିବା ବେଳେ ଶାନ୍ତନୁ କୁମାର ଜେନା ପରିଚାଳନାରେ ସହଯୋଗ କରିଥିଲେ ।