Annual celebration at Government Higher Primary School, KendupadarAnnual celebration at Government Higher Primary School, Kendupadar

ଆସିକା,୫/୧ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଜୟପୁର ପଚାଂୟତ କେନ୍ଦୁପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି ଉତ୍ସବ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୈାର ଚନ୍ଦ୍ର ପଣ୍ଡାଙ୍କ ପୈାରହିତ୍ୟରେ ଅନୁଷ୍ଟିତ ହୋଇଥିବା ବେଳେ ଜୟଦେବ ଚର୍ତ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ବ୍ଲକ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଭାଗିରଥୀ ପାତ୍ର, ସମ୍ମାନୀୟ ଅତିଥି ଭାବେ ଅନ୍ୟତମ ଏ.ବି.ଇ.ଓ ବିଭୂନନ୍ଦନ ପଣ୍ଡା, ଜୟପୁର ସମିତିସଭ୍ୟ ଅମିତ ନାହକ, ଗାଳ୍ପିକ ଓ କବି ଶ୍ରୀ ଜଗନ୍ନାଥ ଗୌଡ, ବିଦ୍ୟାଳୟ ଏସ.ଏମ.ସି ସଭାପତି ସରୋଜ ମହାରଣା, ସି.ଆର.ସି.ସି ସମୀରକାନ୍ତ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

ବିଦ୍ୟାଳୟ ଶିକ୍ଷକ ଜୟଦେବ ଚର୍ତ୍ତି ଅତିଥି ମାନଙ୍କ ପରିଚୟ ସାଙ୍ଗକୁ ବାର୍ଷିକ ଉତ୍ସବର ବିବରଣୀ ପଠନ କରିଥିଲେ । ଏହାପରେ ଅତିଥି ମାନଙ୍କ ଦ୍ୱାରା ପ୍ରଦିପ ପ୍ରଜ୍ଜଳନ କାର୍ଯ୍ୟକ୍ରମ ପରେ ବାର୍ଷିକ ଉତ୍ସବର ସଭା କାର୍ଯ୍ୟ ହୋଇଥିଲା ।

ଏହି ବାର୍ଷିକ ଉତ୍ସବରେ ଅତିଥି ମାନେ ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ହେଉଛି ପ୍ରଥମ ଶିକ୍ଷା ଅନୁଷ୍ଠାନ । ଯେଉଁଠି ନିଜ ଉଜ୍ଜଳ ଭବିଷ୍ୟତ ପାଇଁ ସ୍ୱପ୍ନ ଦେଖିବା ଆରମ୍ଭ ହୋଇଥାଏ । ଏଠାରେ ଛାତ୍ରଛାତ୍ରୀ ଶିକ୍ଷାକୁ ଗ୍ରହଣ କରିବା ପାଇଁ ପରାମର୍ଶ ଦିଆଯାଇଥାଏ ।

ଗୁରୁଜନଙ୍କୁ ସମ୍ମାନ, ନିଜ ବିଦ୍ୟାଲୟରେ ଭଲ ପାଠ ପଢିବା ପାଇଁ ସମସ୍ତ ସୁବିଧା ସୁଯୋଗ ଏଠାରେ ଯୋଗାଇ ଦିଆଯାଇଥାଏ । ବିନା ଶିକ୍ଷାରେ ଜୀବନ ବଚିଂବା ଏକ ବୁଡା ଜାହାଜ ସମିତି ସମାନ ବୋଲି ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ ।

ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୫୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ବିଷୟ ସଙ୍ଗୀତ, ନୃତ୍ୟ, ପୁଚି ଖେଳ, ଦୈାଡ, ଲଙ୍ଗ ଜମ୍ପ, ହାଇ ଜମ୍ପ ଆଦି ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହି ବାର୍ଷିକ ଉତ୍ସବରେ ସୁନୀତା ଖାଲଖୋ, ରୀନା କୁମାରୀ ପାଢୀ ସାଂସ୍କୃତିକା କାର୍ଯ୍ୟକ୍ରମର ଦାୟିତ୍ୱ ନେଇଥିବା ବେଳେ ଶତାଧିକ ଛାତ୍ରଛାତ୍ରୀଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ବାର୍ଷିକ ଉତ୍ସବରେ ଶିକ୍ଷୟତ୍ରୀ ବିଜୟ ଲକ୍ଷ୍ମୀ ପ୍ରଧାନ ଉପସ୍ଥିତ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।