New Odisha, Navin Odisha Program in Koida Degree CollegeNew Odisha, Navin Odisha Program in Koida Degree College

କୋଇଡା,୨୨/୧୧ (ଶୁଣାକଥା) ମନୋଜ କୁମାର ନାୟକ : ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ କୋଇଡା ଡିଗ୍ରୀ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ ଯୋଜନାରେ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଜରିଆରେ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏହି ପ୍ରତିଯୋଗିତା ତିନି ଦିନ ଧରି ଅନୁଷ୍ଟିତ ହୋଇଛି ।

ଓଡିଶା ସରକାରଙ୍କ ନୁଆ ଓଡିଶା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ପ୍ରୋତ୍ସାହନରେ ଫୁଟବଲ, କ୍ରିକେଟ, ବ୍ୟାଟମେଟଂନ, ଖୋ ଖୋ, କବାଡି, ଚେସ, କ୍ୟାରମ୍ ପ୍ରଭୃତି ପ୍ରତିଯୋଗିତାରେ ଛାତ୍ରଚାତ୍ରୀ ଅଂଶଗ୍ରହଣ କରିଥିଲେ । ଏହା ସହିତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଠାରେ ଉତ୍ସାହ ଓ ଆନନ୍ଦର ଲହରୀ ଦେଖାଦେଇଥିବା ବେଳେ କୃତିତ୍ୱ ଖେଳାଳୀଙ୍କୁ ସାର୍ଟିଫିକେଟ ସହ ପୁରସ୍କାର ପ୍ରଦାନ କରାଯିବ । ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗୀୟ ପକ୍ଷରୁ ଆୟୋଜିତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମରେ ଲୁକ୍କାୟିତ ଯୁବ ପ୍ରତିଭା ଅନ୍ୱେଷଣ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ଉପସ୍ଥିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ।

ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷ ସମ୍ଭିତ କୁମାର ମହାନ୍ତିଙ୍କ ପୈାରହିତ୍ୟରେ ଅନୁଷ୍ଟିତ ହୋଇଥିବା ବେଳେ ମୁଖ୍ୟ ନୋଡାଲ ଅଫିସର ଶିତିକଣ୍ଠ ଦାଶ ମହାପାତ୍ର, କ୍ରିଡା ନୋଡାଲ ଅଧିକାରୀ ସଞ୍ଜୟ କୁମାର ଦାଶ, ସାଂସ୍କୃତିକ ପ୍ରତିଯୋଗିତା ନୋଡାଲ ଅଧିକାରୀ ପ୍ରଦିପ କୁମାର ପଟ୍ଟନାୟକ, ସାମାଜିକ ଓ କାର୍ଯ୍ୟକଳାପ ନୋଡାଲ ଅଧିକାରୀ ଭୋଳେଶ୍ୱର ଦେହୁରୀ ପ୍ରମୁଖ ଯୋଗ ଦେଇଥିଲେ ।

You missed