Satya Saibaba's 98th birthday is celebrated in AskaSatya Saibaba's 98th birthday is celebrated in Aska

ଆସିକା,୨୩/୧ (ଶୁଣାକଥା) ମନୋଜ କୁମାର ନାୟକ : ଆସିକା ସତ୍ୟ ସାଇବାବା ସେବା ସମିତି ପକ୍ଷରୁ ଆଜି ସତ୍ୟ ସାଇବାବାଙ୍କ ୯୮ ତମ ଜନ୍ମ ଦିବସ ପାଳିତ ହୋଇଛି । ଏନେଇ ପ୍ରାତଃ ସକାଳୁ ଓଁକାର, ସୁପ୍ରଭାତମ୍‌, ନଗର ସଂକୀର୍ତନ କରାଯାଇଥିଲା ।

ଆସିକା ସତ୍ୟ ସାଇବାବା ସେବା ସମିତି ଆବାହକ ଗଙ୍ଗାଧର ଗୈାଡଙ୍କ ଦ୍ୱାରା ପ୍ରଶାନ୍ତି ଧ୍ୱଜା ଉତୋଳନ କରାଯାଇଥିଲା । ଏହି ଅବସରରେ ୯୮ ଜଣ ନାରାୟଣଙ୍କୁ ପ୍ରସାଦ ପୁଡିଆ ବଟଂନ କରାଯାଇଥିଲା । ଏହା ସହିତ ସଂଧ୍ୟାରେ ଭକ୍ତ ଶ୍ରଦ୍ଧାଳୁଙ୍କ ଦ୍ୱାରା ଦ୍ୱିପ ପ୍ରଜ୍ଜଳିତ କରାଯାଇଥିଲା ।

ସତ୍ୟ ସାଇବାବା ତାଙ୍କର ସାରା ଜୀବନ ସମାଜସେବା ଓ ବିଶ୍ୱ କଲ୍ୟାଣ ପାଇଁ ଉତ୍ସର୍ଗ କରିଥିଲେ । ସାରା ବିଶ୍ୱରେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବୁଦ୍ଧିଜୀବୀ, ଯୁବକ, ଛାତ୍ରଛାତ୍ରୀ ଆଜିର ଦିନକୁ ଅତି ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି ।

ଆସିକା ସତ୍ୟ ସାଇବାବା ସେବା ସମିତି ପକ୍ଷରୁ ଦୁଇ ଜଣ ଅସହାୟ ବ୍ୟକ୍ତିଙ୍କୁ ଏକ ମାସର ଶୁଖିଲା ଖାଦ୍ୟ ‘ଅମୃତ କଳସ’ ପ୍ରଦାନ କରାଯାଇଥିଲା । ସଂଧ୍ୟା ଅଧିବେଶନରେ ଭଜନ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ସତ୍ୟ ସାଇବାବାଙ୍କ ବାଣୀ “ ମା ଜୀବନ ହିଁ ’ ମୋର ବାର୍ତା” ଜିଲ୍ଲା କାର୍ଯ୍ୟକର୍ତା ଅଜିତ କୁମାର ପଟ୍ଟନାୟକ ବିଷୟ ଉପରେ ବକ୍ତ ବ୍ୟ ରଖିଥିଲେ । ନିଜ ଜୀବନକୁ ପବିତ୍ର କର୍ତବ୍ୟ ଦ୍ୱାରା ରୁପାନ୍ତରିତ କରିବା ପାଇଁ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ କାମେଶ୍ୱର ଆଚାରୀ, ସନ୍ୟାସୀ ନାହକ, ବୃନ୍ଦାବନ ପ୍ରଧାନ, ଭବାନୀ ଶଙ୍କର ପଟ୍ଟନାୟକ, ମନୋଜ କୁମାର ମିଶ୍ର, ଧନଞ୍ଜୟ ମହାପାତ୍ର, ପ୍ରଦିପ କେଶରୀ ରାଉତ, ଶହଦେବ ନାହକ, ପ୍ରଦିପ ସ୍ୱାଇଁ, ମହିଳା ବିଭାଗ ପକ୍ଷରୁ ପ୍ରଣତୀ ପଟ୍ଟନାୟକ, ଛାୟା ଦେବୀ, ଭେଙ୍କଟ ରତ୍ନମ୍‌, ରୁବି ରାଣୀ ରଥ, ମମତା ସ୍ୱାଇଁ, ଜ୍ୟୋତ୍ସ୍ନାରାଣୀ ଦେବୀ ପ୍ରମୁଖ ଯୋଗ ଦେଇଥିଲେ ।