Establishment of State Level Girls Kho-Kho Competition at NBC College, KendupadarEstablishment of State Level Girls Kho-Kho Competition at NBC College, Kendupadar

ଆସିକା,୨୨/୧୧ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ କେନ୍ଦୁପଦର ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ରାଜ୍ୟ ସ୍ତରୀୟ ବାଳିକା ଖୋ- ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏହି କ୍ରିଡା ପ୍ରତିଯୋଗିତାରେ ରାଜ୍ୟର ୫ଟି ଜୋନର ବାଳିକା ବର୍ଗର ଖେଳାଳୀ ମାନେ ଅଂଶ ଗ୍ରହଣ କରିଛନ୍ତି ।

ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷ ହରିଶଙ୍କର ପାଣ୍ଡେଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଦକ୍ଷିଣାଚଂଳ ଜୋନ ବ୍ରହ୍ମପୁର ଉପସଚିବ ଡଃ.କୁଳମଣି ଓଝା ଉଦଘାଟନ କରିଥିଲେ ।

ଏହି ଅବସରରେ ଏକ ସଭା କାର୍ଯ୍ୟ ଅନୁଷ୍ଟିତ ହୋଇଥିଲା । ଏହି ସଭାରେ ଦକ୍ଷିଣାଚଂଳ ଜୋନ ବ୍ରହ୍ମପୁର ଉପସଚିବ ଡଃ.କୁଳମଣି ଓଝା, ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟ ଅଧ୍ୟକ୍ଷ ହରିଶଙ୍କର ପାଣ୍ଡେ, ଗାଙ୍ଗପୁର ଥାନା ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ, ମହାବିଦ୍ୟାଳୟ ପରିଚାଳନା କମିଟି କାର୍ଯ୍ୟକାରିଣୀ ସଦସ୍ୟ ସଚିଦାନନ୍ଦ ଦାଶ, ଆଥଲେଟିକ କ୍ଲବ ଉପସଭାପତି ପ୍ରମୋଦ କୁମାର ଆପଟ, ମହାବିଦ୍ୟାଳୟ କ୍ରିଡା ଅଧ୍ୟାପକ ସୁଶାନ୍ତ କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

ଏହି ସଭାରେ ଛାତ୍ରଛାତ୍ରୀଙ୍କ ସୁସ୍ଥ ନିରାମୟ ଜୀବନଯାପନ ପାଇଁ କ୍ରିଡାର ଆବଶ୍ୟକତା ରହିଥିବା ମତବ୍ୟକ୍ତ କରାଯାଇଥିଲା । ଶରୀର ସୁ୍‌ସ୍ଥ ରହିଲେ ପାଠ ପଢାରେ ମଧ୍ୟ ବିକାଶ ହେବ । ଏଭଳି ଆୟୋଜନ ଦ୍ୱାରା ପିଲା ମାନଙ୍କ ମଧ୍ୟରେ ସୁପ୍ତ ପ୍ରତିଭା ବିକଶିତ ହେବ । ସେମାନେ ଏହାରି ବଳରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଭାଗ ନେଇ ନିଜ ଅଚଂଳର ନାମକୁ ବିଖ୍ୟାତ କରିବେ ବୋଲି ଉପସ୍ଥିତ ଅତିଥି ମାନେ ନିଜନିଜ ବକ୍ତବ୍ୟରେ କହିଥିଲେ ।

ଏହି ଖୋ ଖୋ ପ୍ରତିଯୋଗିତାରେ ରାଜ୍ୟର ୫ଟି ଜୋନ ଗଞ୍ଜାମର, ଯାଜପୁର, ସୋନପୁର, ଭବାନୀପାଟଣା ଏବଂ କିଟ ବିଶ୍ୱବିଦ୍ୟାଳୟରୁ ପ୍ରାୟ ୬୦ ଜଣ ବାଳିକା ଖେଳାଳୀ ଅଂଶ ଗ୍ରହଣ କରିଛନ୍ତି । ଏଥିରେ କିଟ ବିଶ୍ୱବିଦ୍ୟାଳୟ ବାଳିକା ଖୋ ଖୋ ଦଳ ବିଜୟୀ ହୋଇଥିବା ବେଳେ ଯାଜପୁର ଖୋ ଖୋ ଦଳ ରନର ଦଳ ରୁପେ ବିବେଚିତ ହୋଇଥିଲେ । ଏହି କ୍ରିଡାରେ ବିଜୟୀ ଦଳ ଜାତୀୟ ସ୍ତରୀୟ କ୍ରିଡା ପ୍ରତିଯୋଗିତା ପାଇଁ ମନୋନୀତ ହେବେ ବୋଲି ସୂଚନା ପ୍ରଦାନ କରାଯାଇଥିଲା ।

ଏହି କ୍ରିଡାରେ ଗଞ୍ଜାମ ଜିଲ୍ଲା ସଚିଦାନନ୍ଦ ରଦାଶ, ଯାଜପୁର ଅଶୋକ ଦାଶ, ସୋନପୁର ନାରାୟଣ ଭୋଇ, ଭବାନୀ ପାଟାଣ ଦିବ୍ୟଲୋଚନନାଗ, କିଟ ଜୋନ କାଳନ୍ଦୀଚରଣ ରାଉତ ପ୍ରମୁଖ ପ୍ରଶିକ୍ଷକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏଥିରେ କୁମାର ପାଢୀ, କେ.ରଘୁନାଥ ରେଡି, କେ.ଶ୍ରୀନିବାସ ଦୋରା, ରାକେଶ ପାତ୍ର, ଉମା ମହେଶ୍ୱର ରାଓ, ମାଧବ ଖୁଟିଂଆ ପ୍ରମୁଖ ରେଫରୀ ଭାବେ ଦାୟିତ୍ୱ ତୁଲାଇଥିଲେ ।

ଏହି କ୍ରିଡାରେ ମହାବିଦ୍ୟାଳୟ ଡିଇଓ ପ୍ରସାଦ କୁମାର ଆପଟ, ଅଧ୍ୟାପକ ଡଃ.କୁନା ସୁନା, ଅଧ୍ୟାପକ ସୁବ୍ରତ କୁମାର ଭୋଇ, ଅଧ୍ୟାପକ ଅଜିତ ମହାପାତ୍ର, ଡେମୋନଷ୍ଟ୍ରଟର ମନୁ ସ୍ୱାଇଁ, ଅନୁପ କୁମାର ଷଡଙ୍ଗୀ, ପଦ୍ମିନୀ ମହାରଣା ପ୍ରମୁଖ କ୍ରିଡା ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।