ନକଲି ବିଦେଶୀ ମଦ ବିକ୍ରି ବେଳେ ଜଣେ ଗିରଫ

0 157

ଆସିକା,୨୦/୧୦ (ଶୁଣାକଥା) ମନୋଜ କୁମାର ନାୟକ : ଆସିକା ଅବକାରୀ ଅଧିନ ଶେରଗଡ କୁରୁଳା ଠାରେ ନକଲି ବିଦେଶୀ ମଦ ବିକ୍ରି ବେଳେ ଚଡାଉ କରାଯାଇ ଜଣକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ହେଲେ ଶେରଗଡ ଥାନା ଅନ୍ତର୍ଗତ କୁରୁଳା ଗ୍ରାମର ଗାଡୁଂ ସାହୁ ବୋଲି ଜଣାପଡିଛି ।

ଅବକାରୀ କମିଶନର ନରସିଂହ ଭୋଳ ଓ ଗଞ୍ଜାମ ଜିଲ୍ଲା ଛତ୍ରପୁର ଅବକାରୀ ସୁପିରିଟେଣ୍ଡଟଂଙ୍କ ନିର୍ଦ୍ଧେଶକ୍ରମେ ଆଜି ସ୍ପେଶିସିଆଲ ଡ୍ରାଇଭ ଆସିକା ଓ.ଆଇ.ସି ପ୍ରଦିପ କୁମାର ମହାନ୍ତିଙ୍କ ନେତୃତ୍ୱରେ କୁରୁଳା ଠାରେ ନକଲି ବିଦେଶ ଦୋକାନ ଉପରେ ଚଢାଉ କରି ଥିଲେ ।

ସେଠାରେ ଚଢାଉ ବେଳେ ନକଲି ବିଦେଶୀ ମଦ ବିକ୍ରି କରୁଥିବା ଅଭିଯୁକ୍ତ ଗାଡୁଂ ସାହୁକୁ ଅବକାରୀ ପୋଲିସ ଗିରଫ କରିଥିଲା । ତା ନିକଟରୁ ୫ ଲିଟର ୯୪୦ ମିଲି ଲିଟର ନକଲି ବିଦେଶୀ ମଦ ଓ ବେଆଇନ ଭାବେ ୮ ଲିଟର ୬୪୦ ମିଲି ଲିଟର ବିଦେଶୀ ମଦ ଜବତ କରାଯାଇଥିଲା । ଏହା ସହିତ ବିକ୍ରି ହୋଇଥିବା ନଗଦ ଟଙ୍କା ୧୧ ଶହ ୫୦ ଟଙ୍କା ମଧ୍ୟ ଜବତ ହୋଇଥିଲା । ଅଭିଯୁକ୍ତ ଗାଡୁଂ ସାହୁ ନାମରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ଏହି ଚଢାଉ ବେଳେ ଆସିକା ଓ.ଆଇ.ସି ପ୍ରଦିପ କୁମାର ମହାନ୍ତି, ଏଏସଆଇ ବିଜୟ ମଲ୍ଲିକ, କନଷ୍ଟବଳ ଅମିତ ଗମାଙ୍ଗ, ଅର୍ଜୁନ ସ୍ୱାଇଁ, ମହିଳା କନଷ୍ଟବଳ ଗାୟତ୍ରୀ ସେଠ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.