Children's Festival Survey and Odisha Miletus Competition Program in DharkotChildren's Festival Survey and Odisha Miletus Competition Program in Dharkot

ଆସିକା,୧୮/୧୦(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଆଜି ଶିଶୁ ମହୋତ୍ସବ ସୁରଭି ୨୦୨୩ ଓ ଓଡିଶା ମିଲେଟସ୍ ପ୍ରତିଯୋଗିତା ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ପରିସରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଧରାକୋଟ ଗୋଷ୍ଠି ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିଇଓ ଲିଙ୍ଗରାଜ ସ୍ୱାଇଁ ସଭାପତିତ୍ୱ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ୧୪ଟି କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ୨୬ ଟି ବିଷୟ ଉପରେ ପ୍ରତିଯୋଗିତ ଅନୁଷ୍ଟିତ ହୋଇଥିଲା । ଏଥିରେ ଛାତ୍ରଛାତ୍ରୀ ମାନେ ରଚନା, ଚିତ୍ର, ପ୍ରଶ୍ନ ଉତର, ଚିତ୍ର କଳା, ଗୀତ, ସୁନ୍ଦର ହସ୍ତାକ୍ଷର ପ୍ରମୁଖ ପ୍ରତିଯୋଗିତା ଅଂଶ ଗ୍ରହଣ କରିଥିଲେ । କୋମଳମତି ଛାତ୍ରଛାତ୍ରୀ ମାନଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ସୁରଭି -୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ, ଶୃଙ୍ଖଳା ଜ୍ଞାନ ଓ ଚରିତ୍ର ଗଠନ ଉପରେ ଆଲୋକପାତ କରାଯାଇଥିଲା ।

ଏଥିରେ ମୁଖ୍ୟ ଅତିଥି ଭାବେ ଧରାକୋଟ ତହସିଲଦାର କବିରାଜ ପ୍ରଧାନ, ମୁଖ୍ୟବକ୍ତା ରୁପେ ଖଲ୍ଲିକୋଟ ଶିକ୍ଷା ପ୍ରଶିକ୍ଷକ ବିଷ୍ଣ ନାରାୟଣ ଜେନା, ସ୍ୱତନ୍ତ୍ର ଅତିଥି ରୁପେ ବ୍ରିଗେଡିୟର ଅରୁଣ ପ୍ରସାଦ ପାଢୀ, ଡାକ୍ତର ଶଙ୍କର ନାରାୟଣ ବେହେରା, ଅଧ୍ୟକ୍ଷ ଅକ୍ଷୟ ପଟ୍ଟନାୟକ, ଦିଗାମ୍ବର ବିଷୋୟୀ, ଦୁର୍ଯ୍ୟୋଧନ ଦୋରା, ଶିକ୍ଷାବିତ ଡକ୍ଟର ବିମଳ ପ୍ରସାଦ ପଟ୍ଟନାୟକ, ଶିକ୍ଷାବିତ ସୂର୍ଯ୍ୟ ନାରାୟଣ ସାହୁ, ମିଳିତ ଶିକ୍ଷକ ସଂଘ ସଭାପତି ଶୁକୁରୁ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମକୁ ଧରାକୋଟ ବ୍ଲକ ଏବିଇଓ ପ୍ରଦିପ କୁମାର ହୋତା, ଉମାଚରଣ ପ୍ରାଣିଗ୍ରାହୀ ସାଙ୍ଗକୁ ସମସ୍ତ ସିଆରସିସି, ଶିକ୍ଷକ, ଶିକ୍ଷୟତ୍ରୀ ଓ କାର୍ଯ୍ୟାଳୟ କର୍ମଚାରୀ ପ୍ରମୁଖ ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।