ଆସିକା ବିଜୁ ଛକରେ ଗର୍ଜିଲେ ସାହାରା ଜମାକାରୀ ଓ ଜମାକର୍ତା : ସି.ଆର.ସି.ଏସ ସାହାରା ରିଫଣ୍ଡ ପୋର୍ଟାଲକୁ ବିରୋଧ

0 543

ଆସିକା,୨୫/୭(ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଆସିକା ସହର ଓ ଏହାର ଆଖପାଖ ଅଚଂଳର ସାହାରା ଜମାକାରୀ ମାନେ ସି.ଆର.ସି.ଏସ ସାହାରା ରିଫଣ୍ଡ ପୋର୍ଟାଲକୁ ବିରୋଧ କରିଛନ୍ତି । କେନ୍ଦ୍ର ସରକାର ସାହାରା ଜମାକର୍ତା ଓ କାର୍ଯ୍ୟକର୍ତା କିପରୀ ପରିପକ୍ଵ ଜମା ରାଶି ଟଙ୍କା ପାଇବା ପାରିବେ, ସେନେଇ ସାହାରା ରିଫଣ୍ଡ ପୋର୍ଟାଲ କରିଛନ୍ତି । କିନ୍ତୁ ବର୍ଷ ବର୍ଷ ଧରି ଅପେକ୍ଷା କରି ରହିଥିବା ଜମାକର୍ତା ଓ କାର୍ଯ୍ୟକର୍ତା ଏହି ପୋର୍ଟାଲକୁ ବିରୋଧ କରିଛନ୍ତି । ଆଜି ପ୍ରାୟ ୨ ଶହରୁ ଉର୍ଦ୍ଧ ଜମାକାରୀ କେନ୍ଦ୍ର ସରକାରଙ୍କ ଦ୍ୱାରା କରାଯାଇଥିବା ପୋର୍ଟାଲକୁ ବିରୋଧ କରି ଏହାକୁ ପ୍ରତିବାଦ କରିଛନ୍ତି ।

ଏହି ଅବସରରେ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା ଆସିକା ରଘୁନାଥ ନଗର ସ୍ଥିତ ସାହାରା କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରିବା ପରେ ବିଜୁ ଛକ ଠାରେ ପହଁଚି ଥିଲା । ସେଠାରେ ବିଭିନ୍ନ ସ୍ଲୋଗାନ ଦେଇ ଜମାକାରୀ ତାଙ୍କ ହକ ପାଇଁ ଲଢେଇ କରୁଛନ୍ତି ବୋଲି ପ୍ରତିବାଦ କରିଥିଲା । ସରକାର ଲୋକଙ୍କ ପରିପକ୍ୱ ରାଶି ଦେବାକୁ ଚାହୁଁ ନାହାଁନ୍ତି । ତେଣୁ ସୁବ୍ରତ ରାୟଙ୍କୁ ବିଦେଶୀ ପଠାଇ ଏକ ସୁଚିନ୍ତିତ ଯୋଜନା କରିଥିବା ଅଭିଯୋଗ କରାଯାଇଥିଲା ।

ରାଜ୍ୟ ଓ କେନ୍ଦ୍ର ସରକାର କମ୍ପାନୀ ସହିତ ମଧୁଚନ୍ଦ୍ରିକା ଯୋଗୁଁ ଜମାକାରୀ ତାର ଜମାର ପରିପକ୍ୱ ରାଶି ପାଇ ପାରି ନାହିଁ ବୋଲି କ୍ଷୋଭ ପ୍ରକାଶ କରିଥିଲେ । ସର୍ବୋଚ୍ଚ ନ୍ୟାୟାଳୟ ସମବାୟ ସ୍କିମରେ ଜମା ଟଙ୍କା ଫେରସ୍ତ ପାଇଁ କେନ୍ଦ୍ରୀୟ ରେଜିଷ୍ଟାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ପ୍ରତ୍ୟେକ ଜମାକାରୀ କେବଳ ୨୦ ହଜାର ଟଙ୍କା ମଧ୍ୟରେ ଜମା ରାଶି ସି.ଆର.ସି.ଏସ ସାହାରା ରିଫଣ୍ଡ ପୋର୍ଟାଲ ଜରିଆରେ ପାଇ ପାରିବେ । ଏହାକୁ ଜମାକର୍ତା ଓ କାର୍ଯ୍ୟକର୍ତା ଘୋର ନିନ୍ଦା କରିବା ସହିତ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରିଛନ୍ତି ।

୨୦୨୪ ନିର୍ବାଚନ ପୂର୍ବରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯଦି କୈାଣସି ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ତିବ୍ର ଆନ୍ଦୋଳନ କରାଯିବ । ଦେଶରେ ୬୫ କୋଟି ଜମାକର୍ତା ଓ ରାଜ୍ୟରେ ୨ ଲକ୍ଷ ଜମାକର୍ତା ଭୋଟ ବର୍ଜନ କରିବାକୁ ଧମକ ଦେଇଥିଲେ ।

ଏହି ପ୍ରତିବାଦ ଶୋଭାଯାତ୍ରା ଅଲ ଇଣ୍ଡିଆ ଜନ ଆନ୍ଦୋଳନ ସଂଘର୍ଷ ନ୍ୟାୟ ମୋର୍ଚ୍ଚା ରାଜ୍ୟ ସଭାପତି ଉତର କୁମାର ପରିଡାଙ୍କ ନେତୃତ୍ୱରେ କରାଯାଇଥିଲା । ଆସିକା ସେକ୍ଟର ସଭାପତି ଦାମୋଦର ପ୍ରଧାନ ପ୍ରତିବାଦ ଶୋଭାଯାତ୍ରାକୁ ପରିଚାଳନା କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ପିତବାସ ପ୍ରଧାନ, ବରୁଣ ଲେଙ୍କା, ସହ ସମ୍ପାଦକ ସଞ୍ଜିତ କୁମାର ପାଢୀ, ବାବୁଲା ପାତ୍ର,ସଂଯୋଜକ ଚିତ୍ରସେନ ସ୍ୱାଇଁ, ଏସ.ତେଜାବାଇ ରାଓ, ଶୁଭଲକ୍ଷ୍ମୀ ମୁନୀ, ଉପଦେଷ୍ଟା ଉପେନ୍ଦ୍ର ନାଥ ମିଶ୍ର, ଲକ୍ଷ୍ମୀ ନାରାୟଣ ପାତ୍ର, ମନୋଜ କୁମାର ବେହେରା, ବିଭୁ ମିଶ୍ର,ଅଜୟ କୁମାର ପାତ୍ର, ପ୍ରତାପ କୁମାର ପ୍ରଧାନ, ଭଗବାନ ପରିଡା, ପବିତ୍ର ମୋହନ ପ୍ରଧାନ, କୋଷାଧ୍ୟକ୍ଷ ଗୋକୁଳ ଜେନା ସହ ଶତାଧିକ ଜମାକର୍ତା ଓ କାର୍ଯ୍ୟକର୍ତା ଯୋଗ ଦେଇ ବିରୋଧ କରିଥିଲେ ।

ସମସ୍ତ ଜମାକର୍ତା ଓ କାର୍ଯ୍ୟକର୍ତାଙ୍କ ପରିପକ୍ୱ ରାଶି ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି । ଶେଷରେ ବିଜୁ ଛକ ଠାରେ ସମବାୟ କେନ୍ଦ୍ର ମନ୍ତ୍ରୀ ଅମିତା ସାହା ଓ ସାହାରା ମୁଖ୍ୟ ସୁବ୍ରତ ରାୟଙ୍କ କୁଶ ପୁତଳିକା ଦାହ କରି ପ୍ରତିବାଦ କରାଯାଇଥିଲା ।

Leave A Reply

Your email address will not be published.