teacher felicited at khetriya barapur collegeteacher felicited at khetriya barapur college

ଭଞ୍ଜନଗର,୨୬/୭ (ମନୋଜ କୁମାର ନାୟକ) – କାରଗିଲ ବିଜୟର ପବିତ୍ର ଦିବସରେ ଗଞ୍ଜାମ ଜିଲ୍ଲା କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ଠାରେ ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ଅମୂଲ୍ୟ ଦାଶଙ୍କ ୪ର୍ଥ ଶ୍ରାଦ୍ଧ ବାର୍ଷିକୀ ଓ ସ୍ମତିଚାରଣ ସଭା ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ଗୋବରା ସ୍ଥିତ ବିଶ୍ୱଭାରତୀ ଆବାସିକ ଶିକ୍ଷା କେନ୍ଦ୍ରରେ ପାଳିତ ହୋଇଥିଲା ।

ମୁ୍‌ଖ୍ୟ ଅତିଥି ରୁପେ ଘୁମୁସର ଭଞ୍ଜନଗର ଡି.ଏଫ.ଓ ସୁଦର୍ଶନ ବେହେରା, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ମହାବିଦ୍ୟାଳୟ ଅଧ୍ୟକ୍ଷ କୃତିବାସ ବିଶ୍ୱାଳ, ଆସିକା ସମବାୟ ଚିନିଶିଳ୍ପ ପରିଚାଳନା ସଭାପତି ରବିନ୍ଦ୍ର କୁମାର ପଣ୍ଡା, କ୍ଷତ୍ରୀୟ ବରପୁର ଆଚଂଳିକ ମହାବିଦ୍ୟାଳୟ ଅଧ୍ୟକ୍ଷ ବିଷ୍ଣ ପ୍ରସାଦ ନାୟକ, ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲ, ଗୋବରା ପ୍ରଫୁଲ କୁମାରୀ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ମାମା ପରିଡା, ସମାଜସେବୀ ଶୁଳପାଣି ଶତପଥୀ, ସରପଚଂ ରାମେଶ୍ୱର ପାତ୍ର ପ୍ରମୁଖ ଅତିଥି ରୁପେ ଯୋଗ ଦେଇଥିଲେ ।

ଏହି ସଭାରେ ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ସଭାପତି ଗୋପାଳ ଲେଙ୍କା ସଭାପତିତ୍ୱ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅମୂଲ୍ୟ ଦାସ ସ୍ମତି କମିଟି ସଭାପତି କୁଞ୍ଜ ବିହାରୀ ନାୟକ ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ଅମୂଲ୍ୟ ଦାଶଙ୍କ ସ୍ମତିଚାରଣ କରାଯାଇଥିଲା । ସ୍ୱର୍ଗତ ଅମୂଲ୍ୟ ଦାଶ ବହୁବିଧ ପ୍ରତିଭାର ଅଧିକାରୀ ଥିଲେ । ବର୍ତମାନ ସମୟରେ ତାଙ୍କ ଭଳି ମଣିଷଟିଏ ପାଇବା ଅତି ଦୁର୍ଲଭ । ସେ ଛାତ୍ର ବତ୍ସଳ ସାଙ୍ଗକୁ ସରଳ ମଣିଷ ରୁପେ ନିଜର ଜୀବନ ବିତାଉ ଥିଲେ ।

ଏହି ସ୍ମତି ସଭାରେ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗରୁ ପ୍ରକୃତି ବନ୍ଧୁ, ପ୍ରକୃତି ମିତ୍ର ପୁରସ୍କାର , ବନୀକରଣ ଓ ବୃକ୍ଷରୋପଣ ପାଇଁ ଶ୍ରେଷ୍ଠ ପରିବେଶବିତ ବିଜ୍ଞାନ ଶିକ୍ଷକ ଦ୍ୱିତୀକୃଷ୍ଣ ଲେଙ୍କାଙ୍କୁ “ଅମୂଲ୍ୟ ଦାଶ ସ୍ମତି ସମ୍ମାନ – ୨୦୨୩” ସମ୍ମାନୀତ କରାଯାଇଥିଲା ।

ପରିବେଶବିତ୍ତ ଶିକ୍ଷକ ଦ୍ୱିତୀ କୃଷ୍ଣ ଲେଙ୍କା ପରିବେଶ ସୁରକ୍ଷା, ବନୀକରଣ ଓ ବୃକ୍ଷରୋପଣ ପାଇଁ ଟାଟା ଷ୍ଟିଲ, ଓଡିଶା ଓ ଗଞ୍ଜାମ ଜିଲ୍ଲାପାଳଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି । ସେ କ୍ଲାଇମେଟ ରେଜିଲାନ୍ସ ସମ୍ମାନ, ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମି ଦ୍ୱାରା ଗ୍ରୀନ କମାନଡେଣ୍ଟ ଆୱାର୍ଡ ସମ୍ମାନ, ଜନତା ହ୍ୟୁମାନ ରାଇଟ୍ସ ଫୋରମ ଠାରୁ ଗ୍ରୀନ ମ୍ୟାନ ସମ୍ମାନ, ଘୁମୁସର ଦକ୍ଷିଣ ବନଖଣ୍ଡ ଅଧିକାରୀ ଠାରୁ ପ୍ରକୃତି ବନ୍ଧୁ, ବ୍ରହ୍ମପୁର ଠାରେ ସବୁଜ ସାରଥୀ, ଏବଂ ବାଲିପଦର ମହୋତ୍ସବରେ ସମ୍ଭର୍ଦ୍ଧିତ ହୋଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ସରୋଜ କୁମାର ସ୍ୱାଇଁ, ଗାୟତ୍ରୀ କୁମାରୀ ମିଶ୍ର, ପ୍ରସନ୍ନ କୁମାର ପଣ୍ଡା, ସାମ୍ବାଦିକ ଅମରେନ୍ଦ୍ର କୁମାର ପଟ୍ଟନାୟକ ପ୍ରମୁଖଙ୍କ ଉପସ୍ଥିତିରେ ଶିକ୍ଷକ ଦ୍ୱିତୀକୃଷ୍ଣ ଲେଙ୍କାଙ୍କୁ ସମ୍ମାନୀତ କରାଯାଇଥିଲା । ଏଥିରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ବୁଦ୍ଧିଜୀବୀ, ମାନ୍ୟଗଣ ବ୍ୟକ୍ତି ଏବଂ ସ୍ଥାନୀୟ ଅଚଂଳରୁ ବହୁ ଲୋକ ଯୋଗ ଦେଇଥିଲେ ।