ଧରାକୋଟରେ ମିଶନ ଶକ୍ତି ସ୍କୁଟର ଋଣ ମେଳା

0 114

ଆସିକା,୮/୮(ମନୋଜ କୁମାର ନାୟକ) – ମହିଳା ମାନଙ୍କୁ ସଶକ୍ତିକରଣ କରି ଆଗକୁ ବଢାଇବା ପାଇଁ ରାଜ୍ୟ ସରକାର ମିଶନ୍ତ ଶକ୍ତି ଯୋଜନା କରିଛନ୍ତି । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ପରିସରରେ ଆଜି ମିଶନ ଶକ୍ତି ସ୍କୁ୍‌ଟର ଋଣ ମେଳା ଅନୁଷ୍ଠିତ ହୋଇଛି ।

ବିଡିଓ ଡେନିସ ବେହେରାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ଏ.ବି.ଡି.ଓ ସୁଶୀଲ ପଟ୍ଟନାୟକ, ବି.ପି.ଏମ ପ୍ରତାପ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।
ଏହା ଦ୍ୱାରା ମିଶନ ଶକ୍ତିରେ କାର୍ଯ୍ୟରତ ମହିଳା ମାନେ ସ୍ୱାବଲମ୍ବୀ ହେବା ସହ ଅଧିକ କ୍ରିୟାଶୀଳ ହେବେ । ଏଥିପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଧେଶକ୍ରମେ ଦୁଇ ଦିନ ଧରି ସ୍କୁଟର ଋଣ ମେଳା ଅନୁଷ୍ଠିତ ହୋଇଛି ।

ଏହି ଯୋଜନାରେ ମହିଳା ମାନଙ୍କୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ବ୍ୟାଙ୍କ ଋଣ ଯୋଗାଇ ଦିଆଯିବ । ମହିଳା ମାନଙ୍କ କାର୍ଯ୍ୟ ଦକ୍ଷତା ବୃଦ୍ଧି, ଜୀବନ ଜୀବିକା ପରିସର ବୃଦ୍ଧି ଏବଂ ବଜାର ଚାହିଦା ବୃଦ୍ଧି ସହ ଯାତାୟାତରେ ସୁବିଧା ପାଇଁ ସ୍କୁଟର ଭୂମିକା ଗୁରୁତ୍ୱ ରହିଥିବା ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ ।

ଧରାକୋଟ ବ୍ଲକରେ ୧୨୬ ଟି ମିଶନ ଶକ୍ତି କାର୍ଯ୍ୟକର୍ତା ରହିଛି । ୩୭୨ ଜଣ ପଚାଂୟତ ସ୍ତରରେ ଇ.ସି ସଭ୍ୟ ଋଣ ନେବା ପାଇଁ କ୍ଷମତା ପରିସରଭୁକ୍ତ ରହିଛନ୍ତି ।

ଏହି ମେଳାରେ ହିରୋ ହୋଣ୍ଡା, ଟି.ଭି ଏସ, ସୁଜୁକି ଓ ଇଲେଟ୍ରୋନିକ ଗାଡିର କମ୍ପାନୀ ମାନେ ଉପସ୍ଥିତ ରହି ମିଶନ ଶକ୍ତି ମହିଳା ମାନଙ୍କୁ ଗାଡିର ଉପକାରିତା ସମ୍ପର୍କୀତ ସୂଚନା ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ଏମ.ବି.କେ, ବ୍ୟାଙ୍କ ମିତ୍ର ଓ ସି.ଆର.ପି ମାନେ ଯୋଗ ଦେଇ ସହଯୋଗ ପ୍ରଦାନ କରିଥିଲେ ।

Leave A Reply

Your email address will not be published.