PEOs Black Badge wearing at Dharakote BlockPEOs Black Badge wearing at Dharakote Block

ଧରାକୋଟ,୯/୮ (ମନୋଜ କୁମାର ନାୟକ ) – ନିଖୀଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ଭୁବନେଶ୍ୱର ଆହ୍ୱାନକ୍ରମେ ବିଭିନ୍ନ ଦାବୀକୁ କେନ୍ଦ୍ର କରି ଧରାକୋଟ ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନେ ଆଜି କଳାବ୍ୟାଜ ପରିଧାନ କରି କାର୍ଯ୍ୟରେ ଯୋଗ ଦେଇଛନ୍ତି ।

ଦୀର୍ଘ ଦିନର ଦାବୀ ଓ ସମସ୍ୟାକୁ ଦୃଷ୍ଟିରେ ରଖି ଗତ ୭.୮.୨୦୨୩ ତାରିଖ ଠାରୁ ୧୭.୮.୨୦୨୩ ପର୍ଯ୍ୟନ୍ତ ପି.ଇ.ଓ ମାନେ କଳାବ୍ୟାଜ ପରିଧାନ କରିବେ ।
ରାଜ୍ୟ ସରକାର ସେମାନଙ୍କ ଦାବୀ ପୂରଣ ନ କରିଲେ ଆସନ୍ତା ୧୮ ତାରିଖ ଠାରୁ ସମସ୍ତେ ସାମୂହିକ ଛୁଟିରେ ରହି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଧରାକୋଟ ବ୍ଲକର ପଚାଂୟତ ନିର୍ବାହୀ ଅଧିକାରୀ ମାନେ ଦଶନ୍ଧି ଦଶନ୍ଧି ଧରି ନିଜର ନ୍ୟାର୍ଯ୍ୟ ଦାବୀ ପୂରଣ ନିମନ୍ତେ ଓଡିଶା ସରକାରଙ୍କ ନିକଟରେ ବହୁ ବାର ଅନୁରୋଧ କରି ଆସୁଛନ୍ତି । କିନ୍ତୁ ଦାବୀ ପୂରଣ ହୋଇ ନଥିବାରୁ ବାଧ୍ୟ ହୋଇ ଆନ୍ଦୋଳନ ଭଳି ପନ୍ଥାକୁ ଗ୍ରହଣ କରିଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ।

ଏଥିରେ ଶିକ୍ଷାଗତ ଯୋଗ୍ୟତା ଯୁ୍‌କ୍ତ ଦୁଇ ପରବର୍ତେ ଯୁକ୍ତ ତିିନି କରିବା, ବେତନ ସ୍ତର ପଚଂମର ୨୧୭୦୦ ଟଙ୍କାରୁ ବେତନସ୍ତର ନଅର ୩୫୪୦୦ ଟଙ୍କୁ ବୃଦ୍ଧି,ସରକାରୀ ସେବାରେ ୧୦ ବର୍ଷ ପୂରଣ ହେଲେ ପଦନ୍ନୋତି ସହିତ କ୍ୟାଡରଭୁକ୍ତ କରିବା, ଜିପିଟିଓ ପଦବୀକୁ ଶତ ପ୍ରତିଶତ ପଦନ୍ନୋତି ବ୍ୟବସ୍ଥା ଏବଂ ଓପିଆରଏସ କ୍ୟାଡରରେ ସେମାନଙ୍କୁ ଅନ୍ତର୍ଭୂକ୍ତ କରିବା ପ୍ରମୁଖ ଦାବୀ ରଖିଛନ୍ତି ।

ଧରାକୋଟ ବ୍ଲକରେ ପି.ଇ.ଓ ସଂଘର ସଭାପତି ଦେବରାଜ ନାୟକ, ସମ୍ପାଦକ କାଳୁଚରଣ ସ୍ୱାଇଁ, କୋଷାଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଅଶୋକ କୁମାର ସେଠି, ଇସାକ ପ୍ରଧାନ, ରମେଶ ଚନ୍ଦ୍ର ପୃଷ୍ଟି, ଅମୂଲ୍ୟ ରାଉଳ, ରୋଜାଲିନ ପ୍ରଧାନ, ଅର୍ଚ୍ଚନା ମଲିକ, ଯଶୋବନ୍ତ ମିଶ୍ର ପ୍ରମୁଖ କଳାବ୍ୟାଜ ପରିଧାନ କରି ନିଜ ନିଜ ପଚାଂୟତରେ କାର୍ଯ୍ୟ କରୁଛନ୍ତି ।