ରାଜ୍ୟ ପୁରସ୍କାର ପାଇଁ ଜିଲ୍ଲା ସ୍କାଉଟ ଗାଇଡର ତୃତୀୟ ସୋପାନ ଶିବିର

0 177

ଆସିକା,୧୨/୯ (ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ ହରିହର ହାଇସ୍କୁ୍‌ଲ ଠାରେ ଆଜି ରାଜ୍ୟ ପୁରସ୍କାର ପାଇଁ ଜିଲ୍ଲା ସ୍କାଉଟ ଗାଇଡର ତୃୃତୀୟ ସୋପାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି ।

ଏହି କାର୍ଯ୍ୟକ୍ରମ ଭାରତ ସ୍କାଉଟ ଗାଇଡ ଜିଲ୍ଲା ସମ୍ପାଦକ ଭାଗିରଥୀ ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ୱାବାଧାନରେ ଅନୁଷ୍ଟିତ ହୋଇଥିଲା । ଆସିକା ହରିହର ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଶୋକ କୁମାର ପାଢୀ ଭାରତ ସ୍କାଉଟ ଗାଇଡ ପତାକା ଉତୋଳନ କରିଥିଲେ ।

ଏହି ଅବସରରେ ହରିହର ହାଇ ସ୍କୁଲ ପରିସରରେ ଏକ ସଭା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏହି ସଭାରେ ପ୍ରଧାନ ଶିକ୍ଷକ ଅଶୋକ କୁମାର ପାଢୀ ଅତିଥି ଭାବେ ପ୍ରଦିପ ପ୍ରଜ୍ଜଳନ କରିଥିଲେ । ଭାରତ ସ୍କାଉଟ ଗାଇଡ ସ୍ୱେଚ୍ଚାସେବୀଙ୍କୁ ଉତମ ମଣିଷ ଓ ଭଲ ଛାତ୍ର ହେବା ପାଇଁ ପ୍ରଧାନ ଶିକ୍ଷକ ଶ୍ରୀ ପାଢୀ ଆହ୍ୱାନ ଦେଇଥିଲେ ।

ଏହି ଶିବିରକୁ ରାଜ୍ୟ କାଉନସିଲ ସଭ୍ୟ ଭାସ୍କର ରଣା, ଜିଲ୍ଲା ତାଲିମ କମିଶନର ବିକ୍ରମ ମହାରଣା ସଂଯୋଜନା କରିଥିବା ବେଳେ ସ୍କାଉଟ ମାଷ୍ଟର ରାଜେଶ ପାତ୍ର, ସ୍କାଉଟ ମାଷ୍ଟର କମଳେନ୍ଦୁ ହୋତା, ଧିର ସମୀର ପାଣିଗ୍ରାହୀ, ଏମ.ଶ୍ରୀନୁ ପାତ୍ର, ଶୁଭେନ୍ଦୁ ମିଶ୍ର, ମନୋରଞ୍ଜନ ରଥ, ଅରୁଣ କୁମାର ପଟ୍ଟନାୟକ, ଗାଇଡ କ୍ୟାପଟେନ କାଦମ୍ବିନୀ ହୋତା, ଗିତାରାଣୀ ସାବତ, ମାନିନୀ ସାହୁ, ଭାରତୀ କୁମାରୀ ଷଡଙ୍ଗୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

ଏହି ଶିବିରରେ ଆସିକା ଓ ଏହାର ଆଖପାଖ ବିଦ୍ୟାଳୟରୁ ୧୩୦ ଜଣ ସ୍କାଉଟ, ୬୪ ଜଣ ଗାଇଡ ଅଂଶଗ୍ରହଣ କରିଥିଲେ । ଏଥିରେ ନେଟିଙ୍ଗ, ମେପିଙ୍ଗ, କମ୍ପାସ, ପ୍ରାଥମିକ ଚିକିତ୍ସା, ସ୍କାଉଟ ଗାଇଡ ଇତିହାସ, ସିଗନାଲ ଇଟିଂମେସନ, ଫ୍ଲାଗ ପ୍ରୋସିଜର, ଲେସିଙ୍ଗ, ଗେମିଙ୍ଗ, ସ୍କାଉଟ ଗାଇଡ ନିୟମ, ପ୍ରତିଜ୍ଞା ଆଦି ବିଭିନ୍ନ ବିଷୟ ଉପରେ ପ୍ରଶିକ୍ଷଣ ହୋଇଥିଲା ।

Leave A Reply

Your email address will not be published.