ଆସିକାରେ ତ୍ରିଦିବସୀୟ ତାଲିମ ଶିବିର ‘ସାମର୍ଥ୍ୟ’ ଉଦଯାପିତ

0 117

ଆସିକା,୧୩/୯ (ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ସମଗ୍ର ଶିକ୍ଷା, ଗଞ୍ଜାମ ପକ୍ଷରୁ ଅନ୍ତର୍ନିବେଶୀ ଶିକ୍ଷା ବିଭାଗ, ଷ୍ଟାର ପ୍ରୋଜେକ୍ଟ ଜରିଆରେ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ତ୍ରିଦିବସୀୟ ତାଲିମ ଶିବିର ‘ସାମର୍ଥ୍ୟ’ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି ।

ଏହି ଶିବିରକୁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥୀ ପାତ୍ର ଓ ବିଭୂନନ୍ଦନ ପଣ୍ଡା ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିବା ବେଳେ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ତପନ କୁମାର ସାହୁ, ଆସିକା ନଗର ସି.ଆର.ସି.ସି ସରୋଜ କୁମାର ନାୟକ, ଗୋଷ୍ଠୀ ସମ୍ବଳ ଶିକ୍ଷୟତ୍ରୀ ମନ୍ଦାକିନୀ ରଥ ପ୍ରମୁଖ ଯୋଗ ଦେଇଥିଲେ । ଆସିକା ଏନଏସି, ନଳବଟାଂ, କାଳଷଣ୍ଡପୁର, ହରିଡାପଦର, ଖାରିଆ, ଭେଟନଇ, ବଡଖୋଲି ପ୍ରମୁଖ କ୍ଲଷ୍ଟରର ପ୍ରାୟ ୫୦ ଶକ୍ଷକ, ଶିକ୍ଷୟତ୍ରୀ ଯୋଗ ଦେଇଥିଲେ ।

କେ.ନୂଆଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ବଳ ଶିକ୍ଷୟତ୍ରୀ ଅର୍ଚ୍ଚନା ବେହେରା, କେନ୍ଦୁପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ଭଳ ଶିକ୍ଷକ ମନୋଜ କୁମାର ତ୍ରିପାଠୀ ଶିବିରରେ ଯୋଗ ଦେଇ ଅନ୍ତର୍ନିବେଶୀ ଶିକ୍ଷା, ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ପାଇଁ ବିଭିନ୍ନ କୈାଶଳ ଓ ଶିକ୍ଷା ପଦ୍ଧତି ଉପରେ ଆଲୋକପାତ କରିଥିଲେ ।

ଏହି ଶିବିରରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ନିମନ୍ତେ ଅଧିକାର ଅଧିନୀୟମ-୨୦୧୬ ଅନୁଯାୟୀ ୨୧ ପ୍ରକାର ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କୁ ଚିହ୍ନଟକରଣ କୈାଶଳ, ଜାତୀୟ ଶିକ୍ଷା ନୀତି -୨୦୨୦ ଅନୁଯାୟୀ ଅନ୍ତର୍ନିବେଶୀ ଶିକ୍ଷାର ଗୁରୁତ୍ୱ, ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ଶୈକ୍ଷିକ ଏବଂ ସହ-ଶୈକ୍ଷିକ କାର୍ଯ୍ୟରେ ସହଭାଗିତାକୁ ପ୍ରାଧାନ୍ୟ, ଶ୍ରେଣୀ ଗୃହ ପରିଚାଳନାରେ ଶିକ୍ଷକଙ୍କ ଭୂମିକା, ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ସମସ୍ୟା ଏବଂ ତାର ସମାଧାନ କୈାଶଳ, ଦୃଷ୍ଟି ଶକ୍ତି ବାଧିତ, ଶ୍ରବଣ ଓ ବାକ୍ ବାଧିତ, ବୈାଦ୍ଧିକ କ୍ଷମତା, ମସ୍ତିଷ୍କ ପକ୍ଷାଘାତ, ସ୍ୱପରାୟଣତା, ନିଦ୍ଧିଷ୍ଟ ଶିକ୍ଷଣ ଅନଗ୍ରସରତା ଏବଂ ବହୁବିଧ ବାଧକତା ଶିକ୍ଷାର୍ଥୀଙ୍କୁ ନେଇ ଶିକ୍ଷଣ କାର୍ଯ୍ୟରେ ଶ୍ରେଣୀ ଗୃହ ପରିଚାଳନା ସହ ଶିକ୍ଷାଦାନ କୈାଶଳ, ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ଆବଶ୍ୟକତା ଥିବା ସହାୟକ ଉପକରଣ ଚିହ୍ନଟ ଏବଂ ତାର ଯତ୍ନ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଥିବା ବିଭିନ୍ନ ସରକାରୀ ସୁବିଧା ସୁଯୋଗ, ମୈାଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଆଦି ଉପରେ ଅବଗତ କରାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଗୋଷ୍ଠି ସମ୍ବଳ ଶିକ୍ଷକ ହେମନ୍ତ କୁମାର ନନ୍ଦ ଏବଂ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜଲି ମହାପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.