ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ

0 349

ଆସିକା,୨୬/୮(ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା କଳିଙ୍ଗରୋଡ ସ୍ଥିତ ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଆଜି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଅଙ୍କୁଶପୁର ସ୍ଥିତ ଇସ୍କନ ମନ୍ଦିର ବ୍ରହ୍ମଚାରୀ ଦାମୋଦର ଦାଶ, ସମ୍ମାନୀୟ ଅତିଥି ଭାବେ ଶାନ୍ତି ସ୍ୱରୂପ ଦାଶ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁବାଷ ଚନ୍ଦ୍ର ସେନାପତି, ପ୍ରଧାନ ଆଚାର୍ଯ୍ୟ ସୁନିଲ କୁମାର ଗୈାଡ, ବିଦ୍ୟାଳୟ ପରିଚାଳନା କମିଟି କୋଷାଧ୍ୟକ୍ଷ ଏ.ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ହେଉଥିବା ବେଳେ ପ୍ରବଳ ପ୍ରତାପୀ କଂସକୁ ମାରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ମର୍ତ୍ୟପୁରରୁ ଅବତାର ଗ୍ରହଣ କରିଥିଲେ । ବୈଷ୍ଣବ ମାନଙ୍କର ଏହା ହେଉଛି ଏକ ଅତିପ୍ରିୟ ପର୍ବ । ଏଥିପାଇଁ ପ୍ରତ୍ୟେକ ଧର୍ମବିଶ୍ୱାସୀ ହିନ୍ଦୁକୁ ସାରାଦିନ ନିର୍ଜ୍ଜଳା ଉପବାସ ରହି ଶ୍ରୀକୃଷ୍ଣ ଜନ୍ମକଥା ଶୁଣି ତାଙ୍କର ଉପଯୁକ୍ତ ପୂଜାବିଧାନ କରି ପ୍ରସାଦ ସେବନ କରିଥାନ୍ତି ।

ଭଗବାନ ଶ୍ରୀବିଷ୍ଣୁ ସାଧୁମାନଙ୍କ ପରିତ୍ରାଣ, ଦୁଷ୍କୃତ ମାନଙ୍କ ବିନାଶ ତଥା ଧର୍ମ ସଂସ୍ଥାପନ ନିମିତ ଯୁଗେଯୁଗେ ଅବତରଣ କରନ୍ତି ଧରାପୃଷ୍ଣକୁ । ନିଜମାୟା ଦ୍ୱାରା ଅବତାରୀ ପୁରୁଷ ନିଜକୁ ସୃଷ୍ଟି କରନ୍ତି । ସମ୍ଭବାମି ଆତ୍ମମାୟାୟା ଓ ତାଙ୍କ କ୍ରିୟାକଳାପ ସବୁ ଦିବ୍ୟତ୍ୱ ସମ୍ପନ୍ନ, ‘ଜନ୍ମ କର୍ମଚ ମେ ଦିବ୍ୟଂ’ । ଅବତାର, ଗୁଣାବତାର, କଚ୍ଚାବତାର, କ୍ରିୟାବତାର, ଲୀଲାବତାର ଭାବେ ରୂପାନ୍ତରଣ ହେବାକୁ ପଡିଥାଏ । ତ୍ରେତାୟା ଯୁଗରେ ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମଚନ୍ଦ୍ର ଅତ୍ୟଧି ଦୁଃଖ କଷ୍ଟରେ ମର୍ମାହତ ହେତୁ ଦ୍ୱାପର ଯୁଗରେ ଦୃଷ୍ଟଦଳନ ତଥା ସଂସାରର ନୀତିଶିକ୍ଷା ଦେବାକୁ ଲୀଳାବତାର ସ୍ୱରୂପ ଧାରଣ କରିଥିବା ନେଇ ଗୀତାପାଠ ଜ୍ଞାନ ପ୍ରବଚନ ପ୍ରଦାନ କରାଯାଇଥିଲା ।

ଏହି ଉତ୍ସବରେ ବିଦ୍ୟାଳୟର ଛାତ୍ରଛାତ୍ରୀ ବିଭିନ୍ନ ଶ୍ରୀକୃଷ୍ଣ ବେଶ ଧାରଣ କରିବା ସହ ଆସିକା ସହର ଉପକଣ୍ଠରେ ଥିବା ଗୋପିନାଥ ମନ୍ଦିର ଓ ସତ୍ୟନାରାୟଣ ମନ୍ଦିରକୁ ପରିଭ୍ରମଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇ ପରିବେଷଣ କରାଯାଇଥିଲା । ଏହି ଉତ୍ସବକୁ ବିଦ୍ୟାଳୟର ଗୁରୁଜୀ ଓ ଗୁରୁମା ପରିିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.