Dadi Prakashmani's Unsung Remembrance Day is observed at Aska Shanti Shakti BhawanDadi Prakashmani's Unsung Remembrance Day is observed at Aska Shanti Shakti Bhawan

ଆସିକା,୨୬/୮ (ଶୁଣାକଥା) ମନୋଜ କୁମାର ନାୟକ : ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଆସିକା ସେବା କେନ୍ଦ୍ର ଶାନ୍ତି ଶକ୍ତି ଭବନ ଠାରେ ଆଜି ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ମୁଖ୍ୟ ପ୍ରଶାସିକା ଦାଦି ପ୍ରକାଶମଣିଙ୍କ ଅବ୍ୟକ୍ତ ସ୍ମତି ଦିବସ ପାଳିତ ହୋଇଛି । ଏହି ଅବସରରେ ଏକ ଆଧ୍ୟାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଶାନ୍ତି ଶକ୍ତି ଭବନ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ଦାଦି ପ୍ରକାଶମଣିଙ୍କ ସ୍ମତି ଚାରଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ବିଡିଓ ଫକୀର ଚରଣ ପରିଡା, ସମ୍ମାନୀୟ ଅତିଥି ଭାବେ ଟି.ପି.ଏସ.ଓ.ଡି.ଏଲ ଗ୍ରୀଡର ନିର୍ବାହୀ ଯନ୍ତ୍ରୀ ଜିତେନ୍ଦ୍ର ସିଂ, ଶେରଗଡ ବିଜୁ ପଟ୍ଟନାୟକ ଇଂଲିଶ ମିଡିୟମ ସ୍କୁଲ ଚେୟାରମ୍ୟାନ ଗୈାରହରି ବିଷୋୟୀ, ଶେରଗଡ ସ୍ୱେଚ୍ଚାସେବୀ ସଂଗଠନ ଟ୍ରି ଫାଉଣ୍ଡେସନ ସମ୍ପାଦକ ନିରାକାର ବିଷୋୟୀ, ମନପ୍ରିତ କୈାର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ଦାଦି ପ୍ରକାଶମଣି ପରମାତ୍ମା ଶିବପିତାଙ୍କ ଏକ ବିଶ୍ୱ ଏକ ପରିବାର ସନ୍ଦେଶକୁ ବିଶ୍ୱ ବିଖ୍ୟାତ ଆଧ୍ୟାତ୍ମିକ କ୍ରାନ୍ତିରେ ପରିଣତ କରିଥିଲେ । ବିଶ୍ୱବାସୀଙ୍କୁ ପରମାତ୍ମମା ସ୍ନେହ ଓ ସଦଭାବନାର ମହାମନ୍ତ୍ର ବିତରଣ କରିବା ଉଦ୍ଦେଶ୍ୟରେ ସାରା ବିଶ୍ୱର ଶତାଧିକ ରାଷ୍ଟ୍ରନୀତିଜ୍ଞ, କୁଟନୀତିଜ୍ଞ, ବିଭିନ୍ନ ଧର୍ମଗୁରୁ, ଶଙ୍କରାଚାର୍ଯ୍ୟ ଦାଦିଙ୍କ ଦ୍ୱାରା ଏଭଳି ପ୍ରଭାବିତ ହୋଇଥିଲେ ।

ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ବିଶ୍ୱରେ ଶାନ୍ତି ଓ ମୈତ୍ରୀ ସ୍ଥାପନ ହେତୁ ସଂଯୁକ୍ତ ରାଷ୍ଟ୍ର ସଂଘ ଦ୍ୱାରା ଲଗାତର ଛଅ ଥର ଶାନ୍ତି ଦୂତ ପୁରସ୍କାର ପ୍ରାପ୍ତ କରିବାରେ ଏକମାତ୍ର ଆଧ୍ୟାତ୍ମିକ ସ୍ୱେଚ୍ଚାସେବୀ ସଂଗଠନ ରୂପେ ଯେଉଁ ବିରଳ କୃତିତ୍ୱ ଲାଭ କରିଛି ତାହା ବିଶ୍ୱ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଏହି କାରଣରୁ ଦାଦିଙ୍କ ଅବ୍ୟକ୍ତ ସ୍ମତି ଦିବସକୁ ବିଶ୍ୱ ବନ୍ଧୁତ୍ୱ ଦିବସ ରୂପେ ପାଳନ କରାଯାଉଛି ବୋଲି ଶାନ୍ତି ଶକ୍ତି ଭବନ ସଂଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣ ମତବ୍ୟକ୍ତ କରିଥିଲେ । ଏହା ସହିତ ନିମନ୍ତ୍ରିତ ଅତିଥି ମାନେ କାର୍ଯ୍ୟକ୍ରମରେ ଯୋଗ ଦେଇ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ସହଜ ରାଜଯୋଗ ଶିକ୍ଷା ମାନସିକ ଅବସାଦ ଦୂର କରିବା ସହିତ କର୍ମରେ କୁଶଳତା ତଥା ପରିବାର ଓ ସମାଜରେ ପାରସ୍ପରିକ ସମ୍ପର୍କରେ ଏକତା, ସମରସତା ଓ ସହିଷ୍ଣୁତା ଆଦି ଗୁଣର ବିକାଶରେ ସହାୟକ ହେଉଛି ବୋଲି ତାଙ୍କ ବକ୍ତବ୍ୟ ରଖିଥିଲେ ।

ଏହି ଆଧ୍ୟାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମରେ କବିସୂର୍ଯ୍ୟନଗର ଉପସେବା କେନ୍ଦ୍ର ସଂଚାଳିକା ବ୍ରହ୍ମାକୁମାରୀ ସୁଜ୍ଞାନୀ ଭଉଣୀ ଅତିଥୀ ମାନଙ୍କ ପରିଚୟ ପ୍ରଦାନ ସାଙ୍ଗକୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଲଳେ ଉପସ୍ଥିତ ଅତିଥି ମାନେ ଦାଦି ପ୍ରକାଶମଣିଙ୍କ ଉଦ୍ଧେଶ୍ୱରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସୁଶ୍ରୀ ଭୂମିକା ସ୍ୱାଗତ ନୃତ୍ୟ ପରିବେଷଣ କରିଥିବା ବେଳେ ସମସ୍ତ ବ୍ରହ୍ମକୁମାର ଭାଇ ଓ ବ୍ରହ୍ମାକୁମାରୀ ଭଉଣୀ ମାନେ ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଶେଷରେ ବ୍ରହ୍ମକୁମାର ଲଡୁ କିଶୋର ଉପସ୍ଥିତ ଅତିଥି, ମାନ୍ୟଗଣ ବ୍ୟକ୍ତି, ବୁଦ୍ଧିଜୀବୀ ଏବଂ ଭାଇ ଓ ଭଉଣୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।