ସିଦ୍ଧନଇ ପଚାଂୟତରେ ରାସ୍ତା ନାହଁ, କେବଳ ଫଳକ ଝୁଲୁଛି

0 194

ଆସିକା,୨୧/୧୦ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ସିଦ୍ଧନଇ ପଚାଂୟତରେ ମନେରଗା ଯୋଜନାରେ ବାଟବରଣା ହୋଇଛି । ଏଠାରେ ଥିବା ବାଦଗଡ ଗ୍ରାମର କୁକୁଡା ଫାର୍ମ ନିକଟ କଙ୍କଣ ଦେବୀ ରାସ୍ତା ନିର୍ମାଣ ପାଇଁ କେବଳ ଫଳକ ଝୁଲୁଛି । କିନ୍ତୁ ରାସ୍ତା ନାହିଁ ।

୨୦୨୦-୨୧ ଆର୍ଥିକ ବର୍ଷରେ ରାସ୍ତା କାମ କରାଯିବା ନେଇ ଫଳକ ଲାଗିଛି । ହେଲେ ରାସ୍ତା ଦେଖା ଯାଉନି କି ଏପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇନାହିଁ । ଏହି ରାସ୍ତା ନିର୍ମାଣ ପାଇଁ ପ୍ରକଳ୍ପ ଅଟକଳ ପରିମାଣ ୭ ଲକ୍ଷ ଟଙ୍କା ରହିଛି ବୋଲି ଫଳକରେ ଦର୍ଶାଯାଇଛି । ଏଠାରେ କାର୍ଯ୍ୟ ଆରମ୍ଭର ତାରଖି ମଧ୍ୟ ରହିଛି । କିନ୍ତୁ ଶେଷ କାର୍ଯ୍ୟ ତାରିଖ ଦର୍ଶାଯାଇନି ।

ଏଥିରୁ ଅନୁମାନ କରିବା ଦୁର୍ନିତୀର ସୀମା ଟପି ଆଗକୁ ବଢିଛି । ଏହାକୁ ଜାଣିଶୁଣି ଯୋଜନା ନାମରେ ହରିଲୁଟ କରାଯାଇଛି । ସ୍ତାନୀୟ ପ୍ରଶାସନ ଓ ଜନପ୍ରତିନିଧି ଏହାକୁ ସ୍ୱୀକୃତି ଦେଇ ଯୋଜନା ନାମରେ ପୁଳା ପୁଳା ଟଙ୍କା ଲୁଟ କରିଛି । ୨ ରୁ ୩ ବର୍ଷ ହେଲାଣି, ହେଲେ ରାସ୍ତା କାମ ନହେବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.