ମନେରଗା ଯୋଜନାରେ ନାଳ ଖୋଳା ଦେଖାଇ ପୁଳା ପୁଳା ଟଙ୍କା ଖାଇଗଲେ

0 187

ଆସିକା,୨୧/୧୦ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ସିଦ୍ଧନଇ ପଚାଂୟତରେ ମନେରଗା ଯୋଜନାରେ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସିଦ୍ଧନଇ ଗ୍ରାମ ଠାରୁ ବାଦଗଡ ଗାଁ ପର୍ଯ୍ୟନ୍ତ ନାଳ ଖୋଳା ଦେଖାଇ ପୁଳା ପୁଳା ଟଙ୍କା ଖାଇଥିବା ଜଣାପଡିଛି ।

ଗାଁର ପାହାଡ ତଳେ ନାଳ ଖୋଳା ପାଇଁ ଫଳକ ରହିଛି । ଏନେଇ ୨୦୨୨-୨୩ ଆର୍ଥିକ ବର୍ଷ ଦର୍ଶାଇ ପ୍ରକଳ୍ପ ଅଟକଳ ପରିମାଣ ୫ ଲକ୍ଷ ଟଙ୍କା ଦର୍ଶାଯାଇଛି । ହେଲେ ଏଠାରେ ନାଳ ଖୋଳାଯାଇନାହିଁ । ସିଦ୍ଧନଇ ଠାରୁ ବାଦଗଡ ଗାଁ ପର୍ଯ୍ୟନ୍ତ କେବଳ ଏକ ଫୁଟ ଖାଲ ଖୋଳି ଛାଡି ଦିଆଯାଇଛି ।

ଜଙ୍ଗଲ ପାହାଡ ତଳେ ନାଳ ଖୋଳା ପାଇଁ ଆବଶ୍ୟକତା କଣ ରହିଛି ତାହା ସମସ୍ତଙ୍କୁ ଚକିତ କରିଛି । ଏନେଇ ବ୍ଲକ ଏ.ଇ.ଇ ଯନ୍ତ୍ରୀଙ୍କୁ ପଚରାଯିବା ପରେ ସବୁ ଠାରେ ଏଭଳି ସ୍ଥିତି ଏକ ସାଧାରଣ କଥା ବୋଲି ପ୍ରତିକ୍ରିୟା ରଖିଥିଲେ ।

ଏଥିରୁ ଅନୁମାନ କରିବା ସମସ୍ତେ ମିଳିମିଶି ସରକାରଙ୍କ ଯୋଜନା ନାମରେ ନିଜର ପକେଟ ଗରମ କରୁଥିବା ସ୍ପଷ୍ଟ ବାରି ହେଉଛି । ସରକାରଙ୍କ ମାଲ ଦରିଆ ମେ ଡାଲ୍ ନୀତିରେ ଆସିକା ବ୍ଲକର ବିକାଶ ମୁଳକ କାର୍ଯ୍ୟ ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.