Today 63rd cane crush at Aska Cooperative Sugar IndustryToday 63rd cane crush at Aska Cooperative Sugar Industry

ଆସିକା,୧୭/୧ (ଶୁଣାକଥା) ମନୋଜ କୁମାର ନାୟକ : ଏସିଆ ମହାଦେଶର ପ୍ରଥମ ଚିନିଶିଳ୍ପ ତଥା ଗଞ୍ଜାମ ଜିଲ୍ଲା ଆସିକା ସମବାୟ ଚିନିଶିଳ୍ପ ଠାରେ ଆଜି ୬୩ ତମ ଆଖୁପେଢା ଆରମ୍ଭ ହୋଇଛି । ଚିନିଶିଳ୍ପ ପରିଚାଳନା ନିର୍ଦ୍ଧେଶକ ଡଃ.ସୁଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆଜି ପୂଜା, ହୋମ କାର୍ଯ୍ୟ ସମାପନ ହୋଇଥିଲା । ଏହାପରେ ଚିନିଶିଳ୍ପ ନାଳୀ ଠାରେ ନଡିଆ ଭାଙ୍ଗି ଗଜା ମୁଆଁ ପ୍ରଦାନ କରାଯାଇ ଆଖୁ ପକାଯାଇ ପେଢା ଆରମ୍ଭ ହୋଇଥିଲା ।

ଚଳିତ ବର୍ଷ ଗଞ୍ଜାମ ଓ ନୟାଗଡ ଜିଲ୍ଲାରେ ମୋଟ ୨ ହଜାର ଏକର ଜମିରେ ଆଖୁ ଫସଲ ଚାଷ ହୋଇଥିବା ବେଳେ ପ୍ରାୟ ୧୫ ଶହରୁ ଉର୍ଦ୍ଧ ଚାଷୀ ଆସିକା ସମବାୟ ଚିନିଶିଳ୍ପକୁ ଆଖୁ ଯୋଗାଇବା ପାଇଁ ପଞ୍ଜିକରଣ ହୋଇଛି । ଆଜି ଠାରୁ ୫୦ ଦିନ ପର୍ଯ୍ୟନ୍ତ ଆଖୁ ପେଢା କାର୍ଯ୍ୟ ଚାଲିବା ପାଇଁ ସୂଚନା ରହିଥିବା ବେଳେ ପ୍ରାୟ ୫୦ ହଜାର ମେଟ୍ରିକ ଟନ ଆଖୁ ପେଢା ପାଇଁ ଧାର୍ଯ୍ୟ ଲକ୍ଷ୍ୟ କରାଯାଇଛି । ବିଭିନ୍ନ ସମସ୍ୟାଗତ କାରଣ ଯୋଗୁଁ ଲଗାତର ଜିଲ୍ଲାରେ ଆଖୂ ଚାଷ ଓ ଚାଷୀଙ୍କ ସଂଖ୍ୟା କମୁଥିବା ନଜିର ରହିଛି । ତେବେ ଆଗକୁ ସମସ୍ତ ସମସ୍ୟାର ସମାଧାନ କରାଯିବା ସହ ଆଗାମୀ ବର୍ଷରେ ଆସିକା ସମବାୟ ଚିନିଶିଳ୍ପ ପକ୍ଷରୁ ଚାଷୀ ମାନଙ୍କୁ ଉତ୍ସାହିତ କରି ଦୁଇ ଲକ୍ଷ ମେଟ୍ରିକ ଟନ ଆଖୁ ଉତ୍ପାଦନ କରାଯିବ ବୋଲି ଆଲୋଚନା କରାଯାଇଥିଲା । ଏହି ବର୍ଷ ସରକାରଙ୍କ ପକ୍ଷରୁ ତିନିଟି ଜିଲ୍ଲାରୁ ଆଖୁ ଆଣିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିବା ବେଳେ ଖୋର୍ଦ୍ଧାରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଛି ।

ଏହି କାର୍ଯ୍ୟକ୍ରମରେ ଚିନିଶିଳ୍ପ ପରିଚାଳନା ପରିଷଦ ବୋର୍ଡ ସଭାପତି ରବିନ୍ଦ୍ର ନାଥ ପଣ୍ଡା, ବିଧାୟକ ପ୍ରତିନିଧି ସଙ୍ଗୀତ ପାଢୀ, ଚିନିଶିଳ୍ପ ପରିଚାଳନା ପରିଷଦ ଉପସଭାପତି ସ୍ନେହଲତା ଗଣ୍ଡ, ନିର୍ଦ୍ଧେଶକ ପୂର୍ଣ୍ଣଚନ୍ଦ୍ର ବରାଡ, ଆଖୁ ଉନ୍ନୟନ ଅଧିକାରୀ ପ୍ରଶାନ୍ତ କୁମାର ପାଢୀ, ଚିନିଶିଳ୍ପ ଭାରପ୍ରାପ୍ତ ସମ୍ପାଦକ ଚିତ ଚିନ୍ମୟ ନାୟକ, ଚିଫ ଇଞ୍ଜିନିୟର ଶ୍ରୀନିବାସ ମହାପାତ୍ର, ଚିଫ କ୍ୟାମେଷ୍ଟ୍ରୀ କେଦାର ସାହୁ, ଆସିକା ଏନଏସି ଅଧ୍ୟକ୍ଷା ବିନେତା ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।

ଆଗାମୀ ଦିନରେ ଅଧିକ ଅମଳ ପାଇଁ ଚିନିଶିଳ୍ପ ପକ୍ଷରୁ ଉନ୍ନତ ମାନର ଆଖୁ ବିହନ, କୀଟନାଶକ ଔଷଧ, ସାର, ଯନ୍ତ୍ର ପାତି ସହ ଚାଷୀଙ୍କୁ ଋଣ,ବୀମା ସାଙ୍ଗକୁ ହାତୀ, ବାରାହ ଓ ପୋଡି ପାଇଁ କ୍ଷତିପୂରଣ ସହାୟତା ପ୍ରଦାନ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇଥିଲା ।