Prajapita Brahma Baba's Unspeakable Remembrance Day is observed at Aska Shanti Shakti BhawanPrajapita Brahma Baba's Unspeakable Remembrance Day is observed at Aska Shanti Shakti Bhawan

ଆସିକା,୧୮/୧ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାନ୍ତି ଶକ୍ତି ଭବନ ଠାରେ ଆଜି ପ୍ରଜାପିତା ବ୍ରହ୍ମାବାବାଙ୍କ ୬୫ ତମ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ ହୋଇଛି । ଆସିକା ଶାନ୍ତି ଶକ୍ତି ଭବନ ସଂଚାଳିକା ରାଜଯୋଗିନୀ ବ୍ରହ୍ମକୁମାରୀ ପ୍ରଭାତୀ ଭଉଣୀ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସଂସ୍ଥାପକ ଯଜ୍ଞପିତା ପ୍ରଜାପିତା ବ୍ରହ୍ମବାବା ଅବିଭକ୍ତ ଭାରତ ଭୂମିରେ ମାତା ଓ ଭଉଣୀଙ୍କୁ ନେଇ ଯେଉଁ ଆଧ୍ୟାତ୍ମିକ ସେବା ଗଠନ କରିଥିଲେ ତାହା ଆଜି ବିଶ୍ୱରେ ଆଧ୍ୟାତ୍ମିକ କ୍ରାନ୍ତି ଆଣିବା ସହିତ ଶାନ୍ତି ଓ ସଦଭାବନା ପ୍ରତିଷ୍ଠା କରିବା ପାଇଁ ଯେଉଁ ଉଦ୍ୟମ କରୁଛି ତାହା ବିଶ୍ୱରେ ଅଦ୍ୱିତୀୟ ହୋଇଛି ବୋଲି ପ୍ରତିକ୍ରିୟା ରଖିଥିଲେ ।

ଇଶ୍ୱରୀୟ ବିଦ୍ୟାଳୟରେ ରାଜଯୋଗ ଶିକ୍ଷା ବିଶ୍ୱ ଆଦୃତ ହୋଇପାରିଥିବା ବେଳେ ବିଶ୍ୱର କୋଟି କୋଟି ଜନତାଙ୍କୁ ସକାରାତ୍ମକ ଜୀବନ ଶୈଳୀର ଶିକ୍ଷା ଦେଉଛି ବୋଲି ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଆସିକା ଟି.ପି.ଏସ.ଓ.ଡି.ଏଲ.ଏସ ଚିନିଶିଳ୍ପ ନୁଆଗାଁ ବିଦ୍ୟୁତ ବିଭାଗ ଡିଭିଜନ-୨ ଏସ.ଡି.ଓ ଜିତେନ୍ଦ୍ର ସିଂ, ସବଟ୍ରେଜରୀ ଅଧିକାରୀ ଜନ୍ମେଜୟ ସେଠି, ଆସିକା ମ୍ୟାକ ମାଇକେଲ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶ୍ୱିନୀ ଦାଶ ସାଙ୍ଗକୁ ସହରର ମାନ୍ୟଗଣ ବ୍ୟକ୍ତି, ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଯୋଗ ଦେଇ ବ୍ରହ୍ମବାବାଙ୍କ କରକମଳରେ ବିଶ୍ୱ ନବନିର୍ମାଣ ଉଦ୍ଧେଶ୍ୟରେ ପରିଚାଳିତ ବହୁମୂଖୀ ଇଶ୍ୱରୀୟ ସେବାର ଉତୋରତର ଉନ୍ନତି କାମନା କରିବା ସହିତ ଯଜ୍ଞପିତାଙ୍କ ସ୍ମତି ସ୍ତମ୍ଭରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

ଆସିକା ଶାନ୍ତି ଶକ୍ତି ଭବନ ବ୍ରହ୍ମକୁମାର ସତ୍ୟପ୍ରିୟ ଭାଇ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବ୍ରହ୍ମକୁମାରୀ ସୁଜ୍ଞାନୀ ସହଜ ରାଜଯୋଗ ଅଭ୍ୟାସ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଆସିକା, କବିସୂର୍ଯ୍ୟନଗର, ଧରାକୋଟ, ପାଟପୁର, ଗହଙ୍ଗୁ, ପିତଳ, ହାତୀଓଟ, ବାଲିସିରା, କେନ୍ଦୁପଦର, ନୂଆଗାଁ, ଭେଟନଇ, ଭେଜିପୁଟ, ଆମ୍ବପୁଆ ଆଦି ଇଶ୍ୱରୀୟ ବିଶ୍ୱବିଦ୍ୟାଳୟରୁ ଶତାଧିକ ଭାଇ, ଭଉଣୀ ଯୋଗ ଦେଇଥିଲେ ।