Tools distributed for disabled studentsTools distributed for disabled students

ଆସିକା,୧୩/୭ ( ମନୋଜ କୁମାର ନାୟକ ) – ସମଗ୍ର ଶିକ୍ଷା ଗଞ୍ଜାମ ଆନୁକୂଲ୍ୟରେ ଆଜି ଆସିକା ବ୍ଲକ କାଳଷଣ୍ଡପୁର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନିମନ୍ତେ ସହାୟକ ଉପକରଣ ଚିହ୍ନଟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଧରାକୋଟ ଓ ଆସିକା ବ୍ଲକରେ ଅଧ୍ୟୟନରତ ମୋଟ ୧୦୩ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ଆସିକା ବିଇଓ ମୁନରାଣୀ ମହାନ୍ତି ଏହି ଶିବିରରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଭାରତ ସରକାରଙ୍କ କୃତ୍ରିମ ଅଙ୍ଗ ନିର୍ମାଣକାରୀ ସଂସ୍ଥା କର୍ମକର୍ତା ସ୍ୱାତୀ ସୁଚରିତା ଗିରି, ଗୁରୁଦତ ଲେଙ୍କା ପ୍ରମୁଖ ଯୋଗ ଦେଇଥିଲେ । ଏହି ଶିବିରରେ ବିଶେଷଜ୍ଞ ମାନେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ପରୀକ୍ଷା କରି ଆବଶ୍ୟକତା ଭିତ୍ତିକ ସହାୟକ ଉପକରଣ ଚିହ୍ନଟ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଆସିକା ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁନରାଣୀ ମହାନ୍ତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ସମସ୍ୟା ଏବଂ ସମାଧାନ ଦିଗରେ ସହାୟକ ଉପକରଣର ଆବଶ୍ୟକତା ଏବଂ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦେବା ପାଇଁ ସଚେତନ କରିଥିଲେ । ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହିତ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସମସ୍ତ ସ୍ତରର କର୍ମକର୍ତ୍ତା ଚେଷ୍ଟା କରିବାକୁ ପରାମର୍ଶ ପ୍ରଦାନ କରାଯାଇଥିଲା ।

ଏଥିରେ କାଳଷଣ୍ଡପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଗିତାଞ୍ଜଳୀ ମହାପାତ୍ର, ସିଆରସିସି ମନୋରଞ୍ଜନ ପାଢୀ, ସିଆରସିସି ଜଗନ୍ନାଥ ବିଷୋୟୀ, ଶାନ୍ତିଲତା ପାତ୍ର, ଶିବ ଶଙ୍କର ପଣ୍ଡା, ଫକୀର ମୋହନ ପ୍ରଧାନ, ଗୋଷ୍ଠୀ ସମ୍ଭଳ ଶିକ୍ଷକ ହେମନ୍ତ କୁମାର ନନ୍ଦ, ଗୋଷ୍ଠୀ ସମ୍ଭଳ ଶିକ୍ଷକ ଏମ.ଡମ୍ବୁରୁ ଦୋରା, ଗୋଷ୍ଠୀ ସମ୍ଭଳ ଶିକ୍ଷକ ମନ୍ଦାକିନୀ ରଥ, ସୀତାକାନ୍ତ ପଣ୍ଡା ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।