Army Wing Office Inagurated by local MLAArmy Wing Office Inagurated by local MLA

ଆସିକା,୧୪/୭ ( ମନୋଜ କୁମାର ନାୟକ ) – ଗଞ୍ଜାମ ଜିଲ୍ଲା ଆସିକା ଗୋଷ୍ଠୀ ଶିକ୍ଷା ଅଧିନ ଗ୍ରାମପଚାଂୟତ ନୋଡାଲ ହାଇସ୍କୁଲ ଦେବଭୂମିରେ ଆଜି ନୂତନ ରୁପେ ନିର୍ମିତ ଆର୍ମି ୱିଙ୍ଗ ଅଫିସ ଟ୍ରୁପ ନମ୍ବର -୨୯ / ଏ କୁ ବିଧାୟିିକା ମଞ୍ଜୁଳା ସ୍ୱାଇଁ ଉଦଘାଟନ କରିଛନ୍ତି । ୧୯୮୨ ମସିହା ଠାରୁ ନିର୍ମିତ ଏହି ସର୍ବପୁରାତନ ଗ୍ରାମପଚାଂୟତ ନୋଡାଲ ହାଇସ୍କୁଲରେ ସମର ଅଭ୍ୟାସ କାର୍ଯ୍ୟ ଆରମ୍ଭ ହୋଇନଥିଲା । ଏହି ବିଦ୍ୟାଳୟରେ ଆସୋସିଏଟ ଏନସିସି ଅଧିକାରୀ ଅନୁପ କୁମାର ନାୟକ(ଥାର୍ଡ ଅଫିସର) ନିଯୁକ୍ତି ହେଲା ପରେ ସମର ଅଭ୍ୟାସ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଏହାପରେ ବିଦ୍ୟାଳୟରେ ଅଧ୍ୟୟନରତ ଶତାଧିକ ଏନସିସି କ୍ୟାଡେଟ ନିୟମିତ ଅଭ୍ୟାସ କରିଥିଲେ । କିନ୍ତୁ ସେମାନଙ୍କ ପାଇଁ କୈାଣସି ସ୍ୱତନ୍ତ୍ର କୋଠରୀ ନଥିଲା । ଏଥିରେ ଆସୋସିଏଟ ଏନସିସି ଅଧିକାରୀ ଅନୁପ କୁମାର ନାୟକ ତାଙ୍କ ବଳିଷ୍ଠ ଉଦ୍ୟମରେ ଆର୍ମି ୱିଙ୍ଗ ଅଫିସ କରିଥିଲେ । ଏହାକୁ ପୂର୍ଣ୍ଣା କାର୍ଯ୍ୟ କରିବାରେ ବିଦ୍ୟାଳୟର ପାସ ଆଉଟ ହୋଇଥିବା ପୂର୍ବତନ ଏନସିସି କ୍ୟାଡେଟଙ୍କ ସହଯୋଗରେ ସ୍ୱତନ୍ତ୍ର ଆର୍ମି ୱିଙ୍ଗ ଅଫିସ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଥିଲା ।

ସମସ୍ତ ଛାତ୍ରଛାତ୍ରୀ ନିଜର ଦେଶର ମାନମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖିବା ଏବଂ ଦେଶ ପାଇଁ ନିଜକୁ ସମର୍ପିତ କରି ସମର ଅଭ୍ୟାସ ଭଳି କାର୍ଯ୍ୟରେ ସାମିଲ ହେଲେ । ଆଉ ଭବିଷ୍ୟତରେ ସେନା ବାହିନୀରେ ସାମିଲ ହେବା ପାଇଁ ନିଷ୍ପତି ଗ୍ରହଣ କରିଛନ୍ତି । ଏହାକୁ ସାକ୍ଷାର କରିବା ପାଇଁ ଆସୋସିଏସନ ଏନସିସି ଅଧିକାରୀ ଅନୁପ କୁମାର ନାୟକ ବିଦ୍ୟାଳୟର ପାସଆଉଟ ଛାତ୍ରଛାତ୍ରୀଙ୍କୁ ନେଇ ସମର ଅଭ୍ୟାସ କରିଥାନ୍ତି ।

ଏହି ଉଦଘାଟନି ଉତ୍ସବରେ ସ୍କୁଲ ପରିଚାଳନା କମିଟି ସଭାପତି ପଚାଂନନ ସାହୁ, ଚନ୍ଦ୍ର ଶେଖର ସ୍ୱାଇଁ, ଲଣ୍ଡା ମହାନ୍ତି, ପ୍ରଧାନ ଶିକ୍ଷୟତ୍ରୀ ଶୈଳବାଳା ସେଠୀ, ପୂର୍ବତନ ସମିତି ସଭ୍ୟ ସନ୍ତୋଷ ନାୟକ, ବିଜୟ ଦଳେଇ, ଗୈାରହରି ବେହେରା, ଅଶାନ୍ତି ବେହେରା ପ୍ରମୁଖ ଯୋଗ ଦେଇଥିଲେ ।