Trimurti Shiva Jayanti celebrated at Aska Shanti Shakti BhavanTrimurti Shiva Jayanti celebrated at Aska Shanti Shakti Bhavan

ଆସିକା,୨୬/୨(ଶୁଣାକଥା) ମନୋଜ କୁମାର ନାୟକ – ଗଞ୍ଜାମ ଜିଲ୍ଲା ଆସିକା ସହର ଉପକଣ୍ଠ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସେବା କେନ୍ଦ୍ର ଆସିକା ଶାନ୍ତି ଶକ୍ତି ଭବନ ଠାରେ ଆଜି ୮୯ତମ ତ୍ରିମୂର୍ତୀ ଶିବ ଜୟନ୍ତି ପାଳିତ ହୋଇଛି । ବିଶ୍ୱ ଶାନ୍ତି ଉଦ୍ଧେଶ୍ୟରେ ପ୍ରାତଃ ସକାଳ ସମୟରେ ପ୍ରାୟ ୫ ଶହ ଭଉଣୀ ଓ ଭାଇ ଏକତ୍ରିତ ହୋଇ ଯୋଗ ତପସ୍ୟାରେ ସମଗ୍ର ବିଶ୍ୱକୁ ଶାନ୍ତି ଦାନ କରିଥିଲେ । ପୂର୍ବାଷ୍ନ ସମୟରେ ଏକ ଆଧ୍ୟାତ୍ମିକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଆସିକା ସମବାୟ ଚିନିଶିଳ୍ପ ପରିଚାଳନା ନିର୍ଦ୍ଧେଶକ ଡଃ.ସୁଶାନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନୀୟ ଅତିଥି ଭାବେ ଆସିକା ଓକିଲ ସଂଘ ସଭାପତି ସୁଧାଶୁଂ ପଣ୍ଡା, ପୂର୍ବତନ ସଭାପତି ସୁରେନ୍ଦ୍ର ନାଥ ପଣ୍ଡା, ଅବସରପ୍ରାପ୍ତ ସଂସ୍କୃତ ପଣ୍ଡିତ ଦୁର୍ଗା ପ୍ରସାଦ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ଆସିକା ଶାନ୍ତି ଶକ୍ତି ଭବନ ସଂଚାଳିକା ରାଜଯୋଗିନୀ ବ୍ରହ୍ମକୁମାରୀ ପ୍ରଭାତି ଭଉଣି ସହରବାସୀଙ୍କ ସ୍ୱାସ୍ଥ୍ୟ ଓ ସମୃଦ୍ଧି କାମନା କରିଥିଲେ ।

ଏହି ଆଲୋଚନା ଚକ୍ରରେ ପରମାତ୍ମା ପିତାଙ୍କ ସ୍ମତିରେ ହିଁ ଆତ୍ମ ଦିପକ ଜାଗ୍ରତ ହୁଏ ଏବଂ ଶିବ ଜୟନ୍ତୀ ପରମାତ୍ମା ପିତାଙ୍କ ସହିତ ଆମ୍ଭର ଏହି ଅବିନାଶୀ ସମ୍ଭନ୍ଧର ୟାଦଗାର ପର୍ବ ବୋଲି ମତବ୍ୟକ୍ତ କରାଯାଇ ଥିଲା । ପରମାତ୍ମା ପିତାଙ୍କୁ ସ୍ମତିରେ ରଖି କାର୍ଯ୍ୟ କରିଲେ ସଂକଳ୍ପ ଶକ୍ତି ସୁଦୃଢ ହୁଏ । ଏଥିପାଇଁ ବିଶ୍ୱବିଦୟାଳୟ ଦ୍ୱାରା ଶିକ୍ଷା ଦିଆଯାଉଥିବା ରାଜଯୋଗ ଆଜି ସାରା ବିଶ୍ୱରେ ଲକ୍ଷ ଲକ୍ଷ ଆତ୍ମାଙ୍କ ଜୀବନରେ ସକରାତ୍ମକ ପରିବର୍ତନ ଆଣିବାରେ ସହାୟତା କରୁଥିବା ଆଲୋଚନା କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ଶେଷରେ ଅତିଥିଙ୍କ ଦ୍ୱାରା ଶିବ ଧ୍ୱଜା ଉତୋଳନ ସହ ପ୍ରଦିପ ପ୍ରଜ୍ଜଳନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏହି ଅବସରରେ ସମସ୍ତଙ୍କୁ ପରମାତ୍ମା ପିତାଙ୍କ ଅବିନାଶୀ ସୁଖରେ ଭରପୁର ରହି ନିଜେ ସନ୍ତୁଷ୍ଟ ରହିବା ସହିତ ସମସ୍ତଙ୍କୁ ସନ୍ତୁଷ୍ଟ କରିବା ପାଇଁ ରାଜ ଯୋଗିନୀ ପ୍ରଭାତି ଭଉଣୀ ପ୍ରତିଜ୍ଞା କରାଯାଇଥିଲା ।

You missed