ଗଞ୍ଜାମ ଜିଲ୍ଲା କର୍ମଚାରୀ ସମନ୍ୱୟ ସମିତିର ଜରୁରୀ ବୈଠକ

0 180

ଆସିକା,୧୦/୧୨ (ଶୁଣାକଥା) ମନୋଜ କୁମାର ନାୟକ : ଓଡିଶା ରାଜ୍ୟ ଅଣଗେଜେଟେଡ କର୍ମଚାରୀ ସମନ୍ୱୟ ସମିତି ଗଞ୍ଜାମ ଜିଲ୍ଲା ଶାଖାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକ ସଭାପତି ସୁଦାମ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରସନ୍ନ କୁମାର ତ୍ରୀପାଠି ଯୋଗ ଦେଇଥିଲେ ।

ଏହି ବୈଠଳରେ ରାଜ୍ୟ ସମ୍ମିଳନୀ ପାଇଁ ପ୍ରସ୍ତାବ ସାଙ୍ଗକୁ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା । ଏହା ସହିତ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କ କ୍ୟାଡର ପୁନଃଗଠନ ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ।

ଓଡିଶା ଅମଲା ସଂଘ ଓ ଅନ୍ୟାନ୍ୟ ସଂଘ ଓ ଅନ୍ୟାନ୍ୟ ସଂଘ ମାନଙ୍କ ଗ୍ରେଡ-ପେ ବୃଦ୍ଧି ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ବୈଠଳରେ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଓଡିଶା ରାଜ୍ୟ ଅଣଗେଜେଟେଡ କର୍ମଚାରୀ ସମନ୍ୱୟ ସମିିତି ରାଜ୍ୟ କାର୍ଯ୍ୟକାରୀ କମିଟିର କାର୍ଯ୍ୟକାଳ ସମାପ୍ତି ପରେ ନୂତନ କାର୍ଯ୍ୟକାରୀ କମିଟି ଗଠନ ହୋଇନଥିବା ଯୋଗୁଁ ବୈଠଳରେ କ୍ଷୋଭ ପ୍ରକାଶ କରାଯାଇଥିଲା ।

ଏନେଇ ତୁରନ୍ତ ସମସ୍ତ ଅନୁବନ୍ଧିତ କର୍ମଚାରୀ ସଂଘକୁ ନେଇ ଭୁବନେଶ୍ୱର ଠାରେ ଏକ ପ୍ରସ୍ତୁତି ବୈଠକ ଆୟୋଜନ ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ଗ୍ରହଣ କରାଯାଇଥିଲା ।
ଚଳିତ ମାସ ଡିସେମ୍ବରରେ ରାଜ୍ୟର ସମସ୍ତ ଅନୁବନ୍ଧିତ କର୍ମଚାରୀ ମାନଙ୍କୁ ନେଇ ଏକ ସମ୍ମଳନୀ ଭୁବନେଶ୍ୱର ଠାରେ ହେବା ନେଇ ସୂଚନା ପ୍ରଦାନ କରାଯାଇଥିଲା ।

ଏହି ବୈଠଳରେ ଗଞ୍ଜାମ ଜିଲ୍ଲା ଶାଖାର କାର୍ଯକାରୀ ସଭାପତି କିରଣ କୁମାର ପାଢୀ, ସମ୍ପାଦକ ରବିନ୍ଦ୍ର ନାଥ ପ୍ରଧାନ, ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମିଶ୍ର, କୋଷାଧ୍ୟକ୍ଷ ଶ୍ରୀକାନ୍ତ ମହାପାତ୍ର, ଅରୁଣ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.