ଆସିକା,୧୦/୧୨ (ଶୁଣାକଥ) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ଲକ୍ଷ୍ମୀ ବଜାର ସ୍ଥିତ ମା କନ୍ୟକା ପରମେଶ୍ୱର ମନ୍ଦିର ପ୍ରାଙ୍ଗଣ ଠାରେ ଆଜି ସତ୍ୟସାଇ ସେବା ସଂଗଠନ ଗଞ୍ଜାମ- ୨ ପକ୍ଷରୁ ଏକ ସାଧନା ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସତ୍ୟସାଇ ସେବା ସଂଗଠନ ଟ୍ରଷ୍ଟ ସମ୍ପାଦକ ତଥା ଅବସରପ୍ରାପ୍ତ ଜଜ୍ ଶ୍ରୀ ସୁଶାନ୍ତ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଦେବାଶିଷ ମିଶ୍ର ବେଦ ପାଠ ମନ୍ତ୍ର ଧ୍ୱନୀ ମଧ୍ୟରେ ପ୍ରଦିପ ପ୍ରଜ୍ଜଳନ କରିଥିଲେ । ଜିଲ୍ଲା କର୍ମକର୍ତା ଅଜିତ କୁମାର ପଟ୍ଟନାୟକ ସାଧନା ଶିବିରର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ସମ୍ପର୍କୀତ ସୂଚନା ପ୍ରଦାନ କରିଥିଲେ । ସଂଗଠନର ବିଭିନ୍ନ ସେବା କାର୍ଯ୍ୟ ସମ୍ପର୍କୀତ ଆଲୋଚନା ସାଙ୍ଗକୁ ପ୍ରତ୍ୟେକ ମଣିଷ ଭଗବାନଙ୍କ ଦିବ୍ୟ ବାଣୀକୁ ଅନୁସରଣ କରି ତାଙ୍କରି ପ୍ରତି କୃତଜ୍ଞ ହେବା ଉଚିତ ବୋଲି ଶିବିରରେ ମତବ୍ୟକ୍ତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମଧୁସୂଦନ ମହାପାତ୍ର, ଅଜିତ ଶତପଥୀ, ପ୍ରଣତୀ ପଟ୍ଟନାୟକ ପ୍ରମୁଖ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ । ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ବେଲଗୁଣ୍ଠା, ବୁଗୁଡା, ପୋଲସରା ପ୍ରମୁଖ ସମିତିର ଆବାହକ ଶିବିରରେ ଯୋଗ ଦେଇଥିଲେ ।
ଆସିକା ସମିତି ଆବାହକ ଗଙ୍ଗାଧର ଗୈାଡ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିବା ବେଳେ ବୁଦ୍ଧିରାମ ନାହକ ଶିବିରକୁ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗୋପାଳ କୃଷ୍ଣ ଜେନା, ମଙ୍ଗୁଳୁ ଜେନା, ବୃନ୍ଦାବନ ପ୍ରଧାନ, କାମେଶ୍ୱର ରାଓ, ଦେବରାଜ ପାତ୍ର, ଭବାନୀ ପଟ୍ଟନାୟକ, ଶିବ ଶଙ୍କର ନାହକ, ଡାକ୍ତର ଜୟପ୍ରଦା ମହାପ।।ତ୍ର, ରୁବିରାଣୀ ରଥ, ସୁପ୍ରଭା ନାହକ ସମେତ ଶତାଧିକ କର୍ମୀ ଯୋଗ ଦେଇ ସହଯୋଗ କରିଥିଲେ ।