ପଶ୍ଚିମ ଓଡ଼ିଶା ସମଲେଇ ସେନା ପକ୍ଷରୁ ‘ବଣିକ୍‌’ ଶିକ୍ଷାନୁଷ୍ଠାନକୁ ସ୍ୱତନ୍ତ୍ର ସମ୍ମାନ

0 623

ଭୁବନେଶ୍ୱର, ୨୮/୯ : ରାଜଧାନୀର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ‘ବଣିକ୍‌’ କୁ ମିଳିଛି ଆଉ ଏକ ସ୍ୱୀକୃତି ଓ ସମ୍ମାନ । ପଶ୍ଚିମ ଓଡ଼ିଶା ସମଲେଇ ସେନା ପକ୍ଷରୁ ନୂଆଁଖାଇ ଭେଟଘାଟ ପାଳନ ଅବସରରେ ଆୟୋଜିତ ପ୍ରତିଭା ସମ୍ମାନ କାର୍ଯ୍ୟକ୍ରମରେ ଏହି ଶିକ୍ଷାନୁଷ୍ଠାନକୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ସୁନ୍ଦର ଭବିଷ୍ୟତ ନିର୍ମାଣରେ ଏହି ଶିକ୍ଷାନୁଷ୍ଠାନ ଏବଂ ଏହାର ପ୍ରତିଷ୍ଠାତା ସୁବ୍ରତ ଛାଟୋଇଙ୍କର ଭୂମିକାକୁ ଉଚ୍ଚ ପ୍ରଶଂସା କରାଯାଇଛି ।

ସମଲେଇ ସେନା ସାମାଜିକ ସେବା ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱରର ଉତ୍କଳ ମଣ୍ଡପଠାରେ ଅନୁଷ୍ଠିତ ହୋଇଥିଲା ଏହି ସ୍ୱତନ୍ତ୍ର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ । ପଶ୍ଚିମ ଓଡ଼ିଶାର ନେତୃମଣ୍ଡଳୀ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ସମାଜସେବା, କଳା ଓ ଭାସ୍କର୍ଯ୍ୟ, ସଂସ୍କୃତି, ଶିକ୍ଷା ଆଦି କ୍ଷେତ୍ରରେ ଅନନ୍ୟ ପ୍ରତିଭାମାନଙ୍କୁ ଏଥିରେ ସମ୍ମାନିତ କରାଯାଇଥିଲା ।

ସେହିପରି ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଠତା ପାଇଁ ‘ବଣିକ୍‌’ ଶିକ୍ଷାନୁଷ୍ଠାନକୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାଇଥିଲା । ଏହି ବିଶେଷ ସମ୍ମାନ ପାଇଁ ସମଲେଇ ସେନା ଅନୁଷ୍ଠାନର କର୍ମକର୍ତ୍ତା, ପରିଚାଳକ ଓ ଉପଦେଷ୍ଟାମଣ୍ଡଳୀ ସହିତ ପଶ୍ଚିମ ଓଡ଼ିଶାର ସମସ୍ତ ଭାଇ ଭାଉଣୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ‘ବଣିକ୍‌’ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଛାଟୋଇ । ଏହି ସମ୍ମାନ ନିଶ୍ଚିତ ଭାବେ ସମସ୍ତ ବଣିକ୍ ପରିବାର ପାଇଁ ଏକ ଆନନ୍ଦ ଓ ଗୌରବର ବିଷୟ । ସଂକଳ୍ପପଥରେ ଆଗକୁ ବଢ଼ିବାରେ ଏହା ପ୍ରେରଣାଦାୟକ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.