ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ କୁଷଗୁମା ଆଦର୍ଶ ବିଦ୍ୟାଳୟରେ ମକଡ୍ରିଲ

0 159

ଧରାକୋଟ,୨୧/୯(ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ କୁଷଗୁମା ଆଦର୍ଶ ବିଦ୍ୟାଳୟରେ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ ପ୍ରଦର୍ଶନ କରାଯାଇଛି ।
ଏହି କାର୍ଯ୍ୟକ୍ରମ ଧରାକୋଟ ଅଗ୍ନିଶମ ବିଭାଗ ଅଧିକାରୀ ଚିତରଞ୍ଜନ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବାଧାନରେ ହୋଇଥିଲା । ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିଭଳି ମୁକାବିଲା କରାଯାଇ ପାରିବ ସେନେଇ ବିଭିନ୍ନ କୈାଶଳ ପ୍ରଦର୍ଶନ କରାଯାଇଥିଲା ।

ବିଶେଷକରି ଅଗ୍ନି ନିରାପତ୍ତା, ଗ୍ୟାସ ନିଆଁକୁ ଆୟତ୍ତ, ସର୍ଟସର୍କିଟ, ଦୁର୍ଘଟଣା ସ୍ଥଳରୁ ଲୋକଙ୍କୁ ଉଦ୍ଧାର, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଫସି ରହିଥିବା ଲୋକଙ୍କୁ ଛାତ ଉପର ଓ ତଳକୁ ଓହ୍ଲାଇବା ଓ ଉଦ୍ଧାର କରିବା କୈାଶଳ ପ୍ରଭୃତି ଛାତ୍ରଛାତ୍ରୀ, ମଧ୍ୟାହ୍ନ ଭୋଜନ କାର୍ଯ୍ୟରତ ପାଚିକା, ସହାୟିକା ସାଙ୍ଗକୁ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ ଅଧିକାରୀ ସୁନିତା ସାହୁ, ଛାତ୍ରୀ ନିବାସୀ ଅଧିକ୍ଷକ ଅପରାଜିତା ମହାରଣାଙ୍କୁ ବିଭିନ୍ନ କୈାଶଳ ଡେମୋ ଜରିଆ ସୂଚନା ପ୍ରଦାନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଅଧ୍ୟକ୍ଷ ଦୁର୍ଯ୍ୟୋଧନ ଦେରା, ଶିକ୍ଷକ ଜଗଦୀଶ ମୁନୀ, ଅଜୟ ଛାଟୋଇ, ଦିପକ ପରିଡା, ଜିତେନ୍ଦ୍ର ସ୍ୱାଇଁ ସମେତ ସମସ୍ତ କର୍ମଚାରୀ ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.