15th Annual Award Ceremony at Vivekananda Child Vidya Temple15th Annual Award Ceremony at Vivekananda Child Vidya Temple

ଆସିକା,୧୩/୨ (ଶୁଣାକଥା) ମନୋଜ କୁମାର ନାୟକ : ଆସିକା ବାଣିବିହାର ସ୍ଥିତ ବିବେକାନନ୍ଦ ଶିଶୁ ବିଦ୍ୟା ମନ୍ଦିର ଠାରେ ପଚଂଦଶତମ ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରଧାନଆଚାର୍ଯ୍ୟ ବିପ୍ର ଚରଣ ଭଞ୍ଜଙ୍କ ପୈାରହିତ୍ୟ ସାଙ୍ଗକୁ ଉତ୍ସବର ବିବରଣି ପଠନ କରିଥିଲେ ।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆସିକା ଚିନିଶିଳ୍ପ ଏମ.ଡି ଗାୟତ୍ରୀ ଦତ ନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଆସିକା ହରିହର ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଶୋକ କୁମାର ପାଢୀ, ସମ୍ମାନୀୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଗଣେଶ ରଥ, ବିଦ୍ୟାଳୟ ପରିଚାଳନା ସଭାପତି ଦିଲ୍ଲୀପ କୁମାର ପାଣିଗ୍ରାହୀ, ଆଇନଜୀବୀ ଅଜିତ ପଟ୍ଟନାୟକ, ଶିକ୍ଷକ ତଥା ଉପସ୍ଥାପକ ଅଜିତ କୁମାର ପଣ୍ଡା, ସମାଜସେବୀ ତାରିଣୀ ସେନ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।

ଆଜିର ଛାତ୍ରଛାତ୍ରୀ ଭବିଷ୍ୟତର ଉତମ ନାଗରିକ । ତେଣୁ ସେମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଗୁଣାତ୍ମକ ଶିକ୍ଷା ପ୍ରଦାନର ଆବଶ୍ୟକ ରହିଛି । ପ୍ରତ୍ୟେକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ ସାଙ୍ଗକୁ ଗୁରୁଜନଙ୍କୁ ସମ୍ମାନ ଓ ସତଜ୍ଞାନ ଅର୍ଜନ ପାଇଁ ଉପସ୍ଥିତ ଅତିଥି ମାନେ ପରାମର୍ଶ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା ବାର୍ଷିକ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।