ବାବନପୁର ପଚାଂୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

0 205

ଆସିକା,୧୪/୨ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗୋଟିଏ ଗ୍ରାମ ଗୋଟିଏ ପଞ୍ଚାୟତ ବାବନପୁର ପଞ୍ଚାୟତରେ ଆଜି ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ବାବନପୁର ସରପଚଂ ସଞ୍ଜୟ କୁମାର ନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଆସିକା ଯୁବ ପ୍ରତିଭା ସମ୍ପନ୍ନ କବି ରତ୍ନାକର ସିଅ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ବାବନପୁର ପି.ଇ.ଓ ନିଳାମ୍ବର ସେଠି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବାବନପୁର ପଞ୍ଚାୟତ ସଞ୍ଜୟ କୁମାର ନାୟକ, ଜିଲ୍ଲାପରିଷଦ ଜୋନ ନମ୍ବର-୪ ସୈାଦାମିନି ନାୟକ, ଜିଲ୍ଲାପରିଷଦ ଜୋନ ନମ୍ବର- ୨ ଅନିମା ପରିଡା, ନୋଡାଲ ଅଫିସର ତାରିଣୀ ଚରଣ ସାହୁ, ଅଙ୍ଗନବାଡି ସୁପରଭାଇଜର ସବିତା ସାବତ, ଆର.ଡବ୍ଲ୍ୟୁ.ଏସ.ଏସ କନିଷ୍ଠ ଯନ୍ତ୍ରୀ ଶ୍ରୀନିବାସ ରାଓ, ବାବନପୁର ସମିତି ପ୍ରତିନିଧି ମଞ୍ଜୁଳା ବାରିକ, ବିଜେଡି ନେତା ଅନିଲ କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ମଚାଂସୀନ ଥିଲେ ।

ଏହି କାର୍ଯ୍ୟକ୍ରମରେ ସରପଞ୍ଚ ସଞ୍ଜୟ କୁମାର ନାୟକ ସମସ୍ତ ଅତିଥିଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ସାଙ୍ଗକୁ ମଞ୍ଚ ନିକଟକୁ ନିମନ୍ତ୍ରଣ କରିଥିଲେ । ଏହାପରେ ପଞ୍ଚାୟତରେ ୫ଟି ରୂପାନ୍ତରିତ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟାଦେଶ ବିଷୟରେ କହିଥିଲେ । ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ଧାର୍ମିକ ସ୍ଥଳୀ ଗୁଡିକର ରୂପାନ୍ତିକରଣ, ମହିଳା ସଶକ୍ତିକରଣ ଓ ଭିତିଭୂମିର ବିକାଶ, ବ୍ୟାଙ୍କିଙ୍ଗ ଭିତିଭୂମିର ବିକାଶ, ପ୍ରାଥମିକ ବିଦ୍ୟାଳୟ ଗୁଡିକର ରୂପାନ୍ତିକରଣ, କ୍ରୀଡା ଭିତିଭୂମିର ବିକାଶ ଓ ବିଭିନ୍ନ ଯୋଜନା ବିଷୟରେ ସରପଚଂ ସଞ୍ଜୟ କୁମାର ନାୟକ ଲୋକଙ୍କୁ ସଚେତନତା କରିଥିଲେ । ଶ୍ରମିକ କାର୍ଡ, ସ୍ୱାସ୍ଥ୍ୟ କାର୍ଡ ବିଷୟରେ ଜନସାଧାରଣଙ୍କୁ ସଚେତନତା ଉପରେ ଉପସ୍ଥିତ ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ।
ସରକାର ସମସ୍ତ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ ସହ ଘରେ ପହଞ୍ଚିବା ପାଇଁ ପ୍ରୟାସ କରୁଥିବା କୁହାଯାଇଥିଲା ।

ବାବନପୁର ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ୧୦ଟି ପ୍ରକଳ୍ପ ପାଇଁ ୫୦ ଲକ୍ଷ ଟଙ୍କା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୧୦୭୪ ପରିବାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ, ମୂଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ୨ଟି ପ୍ରକଳ୍ପ ପାଇଁ ୮୦ ଲକ୍ଷ ଟଙ୍କା, କାଳିଆ ଯୋଜନାରେ ପରିବାର କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ, ସାମାଜିକ ସୁରକ୍ଷା ଭତାରେ ୫୪୮ ହିତାଧିକାରୀଙ୍କୁ ଭତା, ମିଶନ ଶକ୍ତି ଯୋଜନାରେ ମିଶନ ଶକ୍ତି ଗୋଷ୍ଠିଙ୍କୁ ମୋଟ ୧୯୬ କୋଟି ଟଙ୍କାର ବିନା ସୁଧରେ ଋଣ, ରାସନ କାର୍ଡ ଯୋଜନାରେ ୧୦୭୪ ପରିବାରଙ୍କୁ ରାସନ କାର୍ଡ, ମମତା ଯୋଜନାରେ ୨୭୨ ଗର୍ଭବତୀ ମହିଳାଙ୍କୁ ମମତା ସହାୟତା, ପଞ୍ଚାୟତରେ ଆମ ବ୍ୟାଙ୍କ ଦ୍ୱାରା ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଲକ୍ଷ୍ମୀ ଯୋଜନାରେ ଗ୍ରାମ ପଞ୍ଚାୟତରେ ଲକ୍ଷ୍ମୀ ବସ ସେବା ପ୍ରମୁଖ ପ୍ରଦାନ କରାଯାଇଥିବା କାର୍ଯ୍ୟକ୍ରମରେ ସୁଚନା ପ୍ରଦାନ କରାଯାଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ବାବନପୁର ପଚାଂୟତରେ ସଫଳ ରୂପାୟନରେ ପରିଣତ ହୋଇଥିଲା ।

Leave A Reply

Your email address will not be published.