ଆସିକା ଅଙ୍କୁରମ କିଡ୍ସ ପ୍ଲେ ସ୍କୁଲର ଦ୍ୱିତୀୟ ତମ ବାର୍ଷିକ ଉତ୍ସବ

0 1,115

ଆସିକା,୩୧/୩ (ଶୁଣାକଥା) ମନୋଜ କୁମାର ନାୟକ : ଆସିକା କଲେଜ ଛକ ସ୍ଥିତ ଅଙ୍କୁରମ କିଡ୍ସ ପ୍ଲେ ସ୍କୁଲର ଦ୍ୱିତୀୟ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସର ଠାରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ଡାଇରେକ୍ଟର ସପ୍ଟୱେୟାର ଇଞ୍ଜିନିୟର ସୁଧିର କୁମାର ଦୋରାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଆସିକା କଲେଜ ଛକ ତଥା ବିଶିଷ୍ଟ ସମାଜସେବୀ ବଂଶୀଧର ନାୟକ, ମୁଖ୍ୟବକ୍ତା ଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ଇଂରାଜୀ ଶିକ୍ଷକ ଏ. ଯୁଧିଷ୍ଟିର ଦୋରା ପ୍ରମୁଖ ଯୋଗ ଦେଇଥିଲେ ।

ବିଦ୍ୟାଳୟ ଶିକ୍ଷୟତ୍ରୀ ପ୍ରୀତିମୟୀ ସିଅ ବାର୍ଷିକ ଉତ୍ସବକୁ ସଂଯୋଜନା କରିଥିବା ବେଳେ ଶିକ୍ଷୟତ୍ରୀ ଜାନକୀ ଗୈାଡ ଓ ଶସ୍ମିତା ପାଢି ଉତ୍ସବରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଆସିକା ଅଙ୍କୁରମ କିଡ୍ସ ପ୍ଲେ ସ୍କୁଲ ଡାଇରେକ୍ଟର ଏ. ସୁଧିର କୁମାର ଦୋରା ବାର୍ଷିକ ଉତ୍ସବର ବିବରଣୀ ପଠନ କରିଥିଲେ ।

ଏହି ଉତ୍ସବରେ ଆର୍ନ୍ତଜାତୀୟ ପବ୍ଲିକେସନ ବୁକ ଉପରେ ମତବ୍ୟକ୍ତ ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭରୁ ଇଂରାଜୀ ଭାଷା କହିବା ଓ ଲେଖନୀରେ ଶିକ୍ଷା ପ୍ରଦାନର ବ୍ୟବସ୍ଥା ରହିଛି । ୟୁ.କେ.ଜି ଓ ଏଲ.କେ.ଜି ଛାତ୍ରଛାତ୍ରୀଙ୍କ ପାଇଁ କମ୍ପ୍ୟୁଟର ଶିକ୍ଷା, ପ୍ରତି ସପ୍ତାହରେ ସାମାଜିକ ସଚେତନତା ମୂଳକ କାର୍ଯ୍ୟକ୍ରମର ଶିକ୍ଷା ଦାନ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଅଭିଭାବକ ମାନଙ୍କୁ ନେଇ ସ୍ୱତନ୍ତ୍ର ବୈଠକ ଭଳି କାର୍ଯ୍ୟକ୍ରମ କରାଯାଉଛି । ବିଶେଷକରି ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ଦାନଙ୍କୁ ଖେଳକୁଦ, ସାଧାରଣ ଜ୍ଞାନ ଓ ଅନ୍ୟାନ୍ୟ ବୈଷୟିକ ଜ୍ଞାନ କ୍ଷେତ୍ରରେ କାର୍ଯ୍ୟକରାଯାଉଥିବା ସୂଚନା ପ୍ରଦାନ କରାଯାଇଥିଲା ।

ଏହି ଉତ୍ସବରେ ମୁଖ୍ୟ ଅତିଥି ଶ୍ରୀ ବଂଶୀଧର ନାହକ ଓ ମୁଖ୍ୟବକ୍ତା ଏ. ଯୁଧିଷ୍ଠିର ଦୋରା ଛାତ୍ରଛାତ୍ରୀଙ୍କୁ ଜ୍ଞାନ ଅର୍ଜନ କରିବାର କୈାଶଳ ଉପରେ ପରାମର୍ଶ ପ୍ରଦାନ କରିଥିଲେ । ପ୍ରତ୍ୟେକ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଅଧ୍ୟୟନ ସାଙ୍ଗକୁ ଘରେ ମଧ୍ୟ ସେହି ଶିକ୍ଷାକୁ ଅଭ୍ୟାସ କରିବା ପାଇଁ ଅଭିଭାବକ ମାନଙ୍କୁ ଆହ୍ୱାନ ଦେଇଥିଲେ ।

ଏହି ଉତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶେଷରେ ଆସିକା ସହରର ପ୍ରତିଷ୍ଠିତ ରିଭୋଲ୍ୟୁସନ ଡାନ୍ସ ଷ୍ଟୁଡିଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଆସିକା ଅଙ୍କୁରମ କିଡ୍ସ ପ୍ଲେ ସ୍କୁଲ ଡାଇରେକ୍ଟର ଏ.ସୁଧିର କୁମାର ଦୋରା ଉପସ୍ଥିତ ଅତିଥି, ଅଭିଭାବକ ଏବଂ ମାନ୍ୟଗଣ ବ୍ୟକ୍ତିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.