Aska Bar Association Election: Sudhansu Kumar Panda wins as presidentAska Bar Association Election: Sudhansu Kumar Panda wins as president

ଆସିକା,୩୦/୩(ଶୁଣାକଥା) ମନୋଜ କୁମାର ନାୟକ : ରାଜ୍ୟ ଆଇନଜୀବୀ ପରିଷଦର ପ୍ରତ୍ୟକ୍ଷ ତତ୍ୱାବାଧାନରେ ରାଜ୍ୟର ସମସ୍ତ ଅନୁବନ୍ଧିତ ଆଇନଜୀବୀ ସଂଘର କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଆସିକା ଓକିଲ ସଂଘ ପକ୍ଷରୁ ମଧ୍ୟ ନିର୍ବାଚନ ହୋଇଛି ।

ଏହି ନିର୍ବାଚନରେ ଆସିକା ଓକିଲ ସଂଘ ପକ୍ଷରୁ କର୍ମକର୍ତା ଚୟନ ପାଇଁ ୧୪୫ ଜଣ ସଭ୍ୟ ଭୋଟ ଦାନ କରିଥିବା ବେଳେ ଆଜି ସକାଳୁ ପ୍ରାୟ ୮ଟାରୁ ନିର୍ବାଚନ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା ।

ଏହି ନିର୍ବାଚନରେ ଆସିକା ଓକିଲ ସଂଘ ସଭାପତି ରୁପେ ସୁଧାଶୁଂ କୁମାର ପଣ୍ଡା ଓ କୋଷାଧ୍ୟକ୍ଷ ଭାବେ ସନ୍ତୋଷ କୁମାର ମିଶ୍ର ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ସେହିଭଳି ଇ-ଲାଇବ୍ରେରି ସମ୍ପାଦକ ପଦବୀ ପାଇଁ ସିମାଚଂଳ ସେଠି ମଧ୍ୟ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ ।

ଆସିକା ଓକିଲ ସଂଘର ଉପସଭାପତି ପଦବୀ ପାଇଁ ଛବିଳ ରାମ ମିଶ୍ର ଓ ପ୍ରଭାତ କୁମାର ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା । ସମ୍ପାଦକ ପଦବୀ ପାଇଁ ନାରାୟଣ ମୁନୀ ଓ ବିଦେଶୀ ନାହକ ଏବଂ ସହସମ୍ପାଦକ ପଦବୀ ପାଇଁ ରାଘବ ନାହକ ଓ ମାନସ ରଞ୍ଜନ ଆଚାର୍ଯ୍ୟ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା । ଆସିକା ଓକିଲ ସଂଘ ପକ୍ଷରୁ ଆଜି ଉପସଭାପତି, ସମ୍ପାଦକ, ସହସମ୍ପାଦକ ପଦବୀ ପାଇଁ ଭୋଟ ଗ୍ରହଣ ହୋଇଥିଲା ।

ଆସିକା ଓକିଲ ସଂଘ ନିର୍ବାଚନରେ ସଭାପତି ରୁପେ ସୁଧାଶୁଂ କୁମାର ପଣ୍ଡା, ଉପସଭାପତି ରୁପେ ପ୍ରଭାତ କୁମାର ପାଢୀ, ସମ୍ପାଦକ ଭାବେ ବିଦେଶୀ ନାହକ, ସହସମ୍ପାଦକ ଭାବେ ରାଘବ ନାହକ, କୋଷାଧ୍ୟକ ଭାବେ ସନ୍ତୋଷ କୁମାର ମିଶ୍ରଙ୍କୁ ବିଧିବଦ୍ଧ ଭାବେ ବିଜୟୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା । ଏହି ନିର୍ବାଚନରେ ନିର୍ବାଚନୀ ଅଧିକାରୀ ଭାବେ ଜୟ ଚନ୍ଦ୍ର ନାୟକ ଓ କାଳି ଚରଣ ଦାଶ ଦାୟିତ୍ୱ ତୁଲାଇଥିଲେ ।