5 T and Naveen Odisha Chairman VK Pandian's visit to Aska on the second day5 T and Naveen Odisha Chairman VK Pandian's visit to Aska on the second day

ଆସିକା,୧୭/୧୨ (ଶୁଣାକଥା) ମନୋଜ କୁମାର ନାୟକ : ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ ଅବସରରେ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ଭବ୍ୟ ସମ୍ଭର୍ଦ୍ଧନା ପ୍ରଦାନ କରାଯାଇଛି । ଆଜିର ଦ୍ୱିତୀୟ ଦିନ ଗସ୍ତରେ ପୋଲସରା ଗସ୍ତ ସାରି ଆସିକା ନିର୍ବାଚନ ମଣ୍ଡଳୀ ପହଁଚି ଥିଲେ । ପୋଲସର ଠାରେ ମାରଦା ମନ୍ଦିର ସମିକ୍ଷା କାର୍ଯ୍ୟ ଶେଷ କରି କବିସୂର୍ଯ୍ୟନଗର ବିଜେ ମହାମହି ମନ୍ଦିରରେ ପହଁଚି ପୂଜା କାର୍ଯ୍ୟ ଶେଷ ପରେ ପଥର ଠାରେ ପହଁଚି ଥିଲେ । ସେଠାରେ ଆସିକା ପୂର୍ବତନ ସାଂସଦ ସ୍ୱର୍ଗତ ଲଡୁକିଶୋର ସ୍ୱାଇଁଙ୍କ ପ୍ରତିମୂର୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ।

ଏହାପରେ ଆସିକା କଲେଜ ଛକ ଠାରେ ଖାରିଆ ସରପଚଂ ଜୟନ୍ତି ସାହୁ, ସମିିତିସଭ୍ୟା ସୈାଦାମିନୀ ନାହକ, ବିରଷ୍ଠ ବିଜେଡି ନେତା ଭଗବାନ ସାହୁ ସମେତ ହଜାର ହଜାର ବିଜେଡି କର୍ମୀଙ୍କ ଗହଣରେ ୫ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନଙ୍କୁ ସମ୍ଭର୍ଦ୍ଦିତ କରାଯାଇଥିଲା ।

ସେଠାରୁ ପୁଣି ଆସିକା ସହର ଅଭିମୂଖେ ହୋଇ ବିଜୁ ଛକ ଠାରେ ଓହ୍ଲାଇ ପ୍ରବାଦ ପୁୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତିରେ ପୁଷ୍ପାମାଲ୍ୟାର୍ପଣ କରି କର୍ମୀଙ୍କ ଉପସ୍ଥିତିରେ ସହର ଉପକଣ୍ଠ ଆସିକା ମା ଖମ୍ବେଶ୍ୱରୀ ପୀଠକୁ ଯାଇ ଦର୍ଶନ କରିଥିଲେ ।

ଏହାପରେ ମା ଖମ୍ବେଶ୍ୱରୀଙ୍କ ପ୍ରାଙ୍ଗଣ ପରିସରରେ ଏକ ବିରାଟ ମହିଳା ସମାବେଶ ଅନୁଷ୍ଟିତ ହୋଇଥିଲା । ସେଠାରେ ନବୀନ ଓଡିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ପରିପ୍ରେକ୍ଷିରେ ମା ଖମ୍ବେଶ୍ୱରୀ ପୀଠର ପୁନଃରୁଦ୍ଧାର ପାଇଁ ଏକ କୋଟି ୮ ଲକ୍ଷ ଟଙ୍କା ଅନୁଦାନ କରିଥିବା ଘୋଷଣା କରିଥିଲେ । ଏହା ସହିତ ଗ୍ରାମପଚାଂୟତର ପ୍ରତି ଗ୍ରାମରେ ମହିଳା, ଶିଶୁ, ଯୁବ ଗୋଷ୍ଠି ମାନଙ୍କ ପାଇଁ ଅନେକ ଜନହିତକର ଯୋଜନା କରାଯାଇଥିବା ସୁଚନା ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ବିଧାୟିକା ମଞ୍ଜୁଳା ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ୱାଇଁ, କବିସୂର୍ଯ୍ୟନଗର ବ୍ଲକ ଅଧ୍ୟକ୍ଷା ଜ୍ୟୋର୍ତିମୟୀ ସ୍ୱାଇଁ, ଆସିକା ବ୍ଲକ ଅଧ୍ୟକ୍ଷା ତ୍ରିବେଣୀ ନାହକ, ଆସିକା ଏନଏସି ଅଧ୍ୟକ୍ଷା ବିନେତା ସ୍ୱାଇଁ, ପୂର୍ବତନ ବିଜେଡି ସମ୍ପାଦିକା ସୁରଭି ବୀଷୋୟୀ ପ୍ରମୁଖ ମହିଳା ନେତ୍ରୀ ଯୋଗ ଦେଇଥିଲେ ।

ଏହି ଅବସରରେ ଆସିକା ବାଣି ବିହାର ଠାରେ ବରିଷ୍ଠ ନାଗରିକ ମଚଂ ପକ୍ଷରୁ ସ୍ୱାଗତ ସାଙ୍ଗକୁ ବିଭିନ୍ନ ସମସ୍ୟାକୁ ନେଇ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ସେହିଭଳି ଆସିକା ବିଜ୍ଞାନ ମହାବିଦ୍ୟାଳୟ ଓ ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ସମ୍ଭର୍ଦ୍ଦନା ଜ୍ଞାପନ କରିଥିଲେ ।

ଆସିକା ମା ଖମ୍ବେଶ୍ୱରୀ ପୀଠ ଠାରେ ଆସିକାର ବିହୁ ବିଜେଡି ନେତା ଓ କର୍ମୀ ସାଙ୍ଗକୁ ଆସିକା ବ୍ଲକ ପୂର୍ବତନ ଅଧ୍ୟକ୍ଷ ହରେକୃଷ୍ଣ ମଳିକ, ସତ୍ୟନାରାୟଣ ସ୍ୱାଇଁ, ଯୁବ ବିଜୁ ଜନତା ଦଳ ସଭାପତି ନଚିକେତା ସ୍ୱାଇଁ, ଦିଲ୍ଲୀପ କୁମାର ପାଣିଗ୍ରାହି, ଶିବ ନାହକ, ଜିଲ୍ଲା ପରିଷଦ ବି.ମନୋଜ କୁମାର ଦୋରା ସମେତ କର୍ମୀ ଯୋଗ ଦେଇଥିଲେ ।

You missed