ସାରସ୍ୱତ ସାହିତ୍ୟ ସମାଜର ୧୩ ତମ ବାର୍ଷିକୀ ଉତ୍ସବ : ବୀର କଳିଙ୍ଗ ସେବାରେ ସମ୍ମାନୀତ ହେଲେ ସଞ୍ଜୟ

0 74

ଆସିକା,୧୨/୧ (ଶୁଣାକଥା) ମନୋଜ କୁମାର ନାୟକ : ସମାଜସେବା ଓ ପରିବେଶ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ବାବନପୁର ସରପଞ୍ଚ ତଥା ପରିବେଶବିତ୍ ସଞ୍ଜୟ କୁମାର ନାୟକଙ୍କୁ ସାରସ୍ୱତ ସାହିତ୍ୟ ସମାଜର ୧୩ ତମ ବାର୍ଷିକୀ ଉତ୍ସବରେ ବୀର କଳିଙ୍ଗ ସେବା ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ୟୁନିଟ -୯ ବୁଦ୍ଧ ମନ୍ଦିର ଠାରେ ଅନୁଷ୍ଟିତ ହୋଇଥିଲା । ଏହା ଡଃ.ହିମାଦ୍ରୀ ତନୟା ମିଶ୍ରଙ୍କ ପୈାରହିତ୍ୟରେ ଅନୁଷ୍ଟିତ ହୋଇଥିବା ବେଳେ ସମ୍ପାଦକ ସରୋଜ ରଞ୍ଜନ ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ଏହି ଉତ୍ସବରେ ଓଡିଶାର ଅବସରପ୍ରାପ୍ତ ମୂଖ୍ୟ ଶାସନ ସଚିବ ସହଦେବ ସାହୁ, ସାହିତ୍ୟିକ ପଦ୍ମଶ୍ରୀ ଡଃ.କବି ପ୍ରସନ୍ନ ପଟ୍ଟନାୟକ, ବିଧାୟକ ଶଶି ଭୂଷଣ ବେହେରା ସାଙ୍ଗକୁ ଯୁବ କବି, ମାନ୍ୟଗଣ ବ୍ୟକ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ବର୍ତମାନ ସମୟରେ ଦୈନନ୍ଦିନ ଘଟୁଥିବା ଘଟଣା କିଭଳି ସମାଜର ଯୁବ ପିଢିକୁ ଦିଗଦର୍ଶନ ପ୍ରଦାନ କରିଥାଏ ତାହାକୁ କବି ମାନେ ନିଜ ନିଜ ଲେଖନୀରେ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ କବି ମାନଙ୍କୁ ସାରସ୍ୱତ ସାହିତ୍ୟ ସମାଜ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.