New and Youth Odisha, New Odisha Program at Aska Science CollegeNew and Youth Odisha, New Odisha Program at Aska Science College

ଆସିକା,୧୪/୧୨ (ଶୁଣାକଥା) ମନୋଜ କୁମାର ନାୟକ : ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆଜି ନୂଆ ଓ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ଜୀବାନନ୍ଦ ତ୍ରିପାଠୀଙ୍କ ପୈାରହିତ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଛି । ଏହାକୁ ସମନ୍ୱୟ ଯୁବ ବିକାଶ ନୋଡାଲ ଅଫିସର ଡଃ.ବସନ୍ତ କୁମାର ଆଚାରୀ ସଂଯୋଜନା କରିଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଜ୍ଞାନ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରସନ୍ନ କୁମାର ପ୍ରଧାନ, ସମ୍ମାନୀୟ ଅତିଥି ଭାବେ ପରିଚାଳନା କମିଟି ସଦସ୍ୟ ବୃନ୍ଦାବନ ବେହେରା, ଗଡ୍ ସ୍ୱେଚ୍ଚାସେବୀ ଅନୁଷ୍ଠାନ ପ୍ରତିଷ୍ଠାତା ତଥା ବାବନପୁର ସରପଚଂ ସଞ୍ଜୟ କୁମାର ନାୟକ, ସରପଚଂ ଜୟନ୍ତି ବେହେରା, ସମିତି ତ୍ରିନାଥ ବେହେରା ପ୍ରମୁଖ ଯୋଗ ଦେଇଥିଲେ ।

ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ପରିପ୍ରକାଶ ତଥା ଅନ୍ୱେଷଣ କରିବା ହିଁ ନୁଆ ଓ ଯୁବ ଓଡିଶା ଏବଂ ନବୀନ ଓଡିଶା କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଉପସ୍ଥିତ ଅତିଥି ଭାବେ ମତବ୍ୟକ୍ତ କରିଥିଲେ । ଗ୍ରାମାଚଂଳର ଖେଳାଳୀ ମାନଙ୍କୁ ଲୋକ ଲୋଚନକୁ ଆଣିବା ହିଁ ନବୀନ ଓଡିଶାର ଏକ ଅଭିନବ ପ୍ରୟାସ ।

ଏହି କାର୍ଯ୍ୟକ୍ରମ ଦଶ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ପ୍ରଥମ ଦିନରେ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହା ତିନୋଟି ପର୍ଯ୍ୟାୟରେ ସମ୍ପାଦିତ ହୋଇଥିଲା । କ୍ରୀଡା କୈାଶଳ, ସାହିତ୍ୟ ଏବଂ ସାଂସ୍କୃତିକ ପରିପାଟି ଏବଂ ସାମାଜିକ ସଚେତନତା ମାଧ୍ୟମରେ ଛାତ୍ରଛାତ୍ରୀ ଲୁକ୍କାୟିତ ପ୍ରତିଭାକୁ ପରିପ୍ରକାଶ କରାଯିବ ବୋଲି ନୋଡାଲ ଅଧିକାରୀ ଡଃ.ବସନ୍ତ କୁମାର ଆଚାରୀ ମତବ୍ୟକ୍ତ କରିଥିଲେ ।

ଏହି କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟ ଆସନ୍ତା ୨୩ ତାରିଖ ଦିନ ସମାପନ ହେବ ବୋଲି ସୂଚନା ପ୍ରଦାନ କରାଯାଇଥିଲା । କ୍ରୀଡା ପ୍ରାଙ୍ଗଣରେ ସମସ୍ତ ଅତିଥି ଖେଳାଳୀ ମାନଙ୍କ ମନରେ ଖେଳ ପ୍ରତି ଭଲ ପ୍ରଦର୍ଶନ ପାଇଁ ଉତ୍ସାହିତ କରିଥିଲେ ।

ମହାବିଦ୍ୟାଳୟରେ ଅନୁଷ୍ଟିତ କ୍ରୀଡା କବାଡି, ଖୋକୋ, କ୍ରିକେଟ, ଚେଷ, ବ୍ୟାଡମ୍ୟାଟଂନ ପ୍ରଭୃତି ଖେଳରେ କୃତିତ୍ୱ ହାସଲ କରିଥିବା ଖେଳାଳୀଙ୍କୁ ଆନ୍ତଃ ବିଶ୍ୱବିଦ୍ୟାଳୟ ସ୍ତରୀୟ କ୍ରୀଡା ପାଇଁ ସୁଯୋଗ ପ୍ରଦାନ କରାଯିବ ବୋଲି କ୍ରୀଡା ଅଧ୍ୟାପକ ସନ୍ତୋଷ କୁମାର ପ୍ରଧାନ ସୂଚନା ପ୍ରଦାନ କରିଥିଲେ ।