55th Sports Competition launched at Aska Science College55th Sports Competition launched at Aska Science College

ଆସିକା,୨୪/୧୧ (ଶୁଣାକଥା) ମନୋଜ କୁମାର ନାୟକ : ଓଡିଶା ସରକାରଙ୍କ ନୂତନ ଓଡିଶା, ନବୀନ ଓଡିଶା ଯୋଜନାରେ ଉଚ୍ଚ ଶିକ୍ଷା ଏବଂ ଗଣଶିକ୍ଷା ବିଭାଗର ନିର୍ଦ୍ଧେଶକ୍ରମେ ଚଳିତ ବର୍ଷ ନିଆର ଢଙ୍ଗରେ କ୍ରିଡା ପ୍ରତିଯୋଗିତା ଆରମ୍ଭ ହୋଇଛି ।

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡଃ.ଜୀବାନନ୍ଦ ତ୍ରିପାଠୀଙ୍କ ପୈାରହିତ୍ୟରେ ୫୫ ତମ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହୋଇଛି । ମହାବିଦ୍ୟାଳୟ କ୍ରୀଡା ଅଧ୍ୟାପକ ସନ୍ତୋଷ କୁମାର ପ୍ରଧାନ କ୍ରୀଡା ପ୍ରତିଯୋଗିତାକୁ ସଂଯୋଜନ କରିଥିଲେ ।

ଏହି ଅବସରରେ କଲେଜ ଛକ ସ୍ଥିତ ମା ଶୀତଳାଇ ମନ୍ଦିରରେ ପାରମ୍ପରିକ କ୍ରୀଡା ମଶାଲ ପୂଜା ପରେ ଏକ ଶୋଭାଯାତ୍ରା ବାହାରୀ ମହାବିଦ୍ୟାଳୟ କ୍ରୀଡା ପ୍ରାଙ୍ଗଣକୁ ଅଣାଯାଇଥିଲା । ଏହାପରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ଜୀବାନନ୍ଦ ତ୍ରିପାଠୀଙ୍କ ଦ୍ୱାରା ସଙ୍କଟମୋଚନଙ୍କ ବିଗ୍ରହ ଠାରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା ।

ମହାବିଦ୍ୟାଳୟ ଅଧ୍ୟକ୍ଷ କ୍ରୀଡା ପତାକା ଉତୋଳନ କରି କ୍ରୀଡାବିତ ମାନଙ୍କୁ ଉତ୍ସାହିତ କରି ପରସ୍ପର ଭ୍ରାତୃଭାବ ରଖି ଖେଳିବା ପାଇଁ ଆହ୍ୱାନ କରିଥିଲେ । ଏହି କ୍ରୀଡା ପ୍ରତିଯୋଗିତାରେ ଦୈାଡ, ଲମ୍ବ ଓ ଉଚ୍ଚ ଡିଆଁ, ସଟଫୁଟ, ଡିସକସ୍ ଥ୍ରୋ, କ୍ରିକେଟ, କବାଡି ପ୍ରଭୃତି ଖେଳ ହୋଇଥିଲା ।

ଏହି କ୍ରୀଡା ପ୍ରତିଯୋଗିତାରେ କ୍ରୀଡା ଉପସଭାପତି ଡଃ.ସ୍ମିତାରାଣୀ ପଣ୍ଡା, ଉପସଭାପତି ଅଧ୍ୟାପକ ଚିତ୍ରସେନ ବେହେରା, ଡଃ.ଅଜିତ କୁମାର ମୁନୀ, ଅଧ୍ୟାପିକା ମଞ୍ଜୁ ଡାକୁଆ, ମିନତୀ ବେହେରା ସାଙ୍ଗକୁ ମହାବିଦ୍ୟାଳୟ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଯୁବ ରେଡକ୍ରସ, ଏନଏସଏସ, ଏନସିସି ଏବଂ ସ୍ୱେଚ୍ଚାସେବୀଙ୍କ ମିଳିତ ସହ ଯୋଗରେ କ୍ରୀଡା ସୁଚାରୁରୂପେ ପରିଚାଳିତ ହୋଇଥିଲା ।

ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଖେଳାଳୀ ମାନେ ଅନ୍ତଃ ବିଶ୍ୱବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ସୂଚନା ପ୍ରଦାନ କରାଯାଇଛି ।