Road Safety Awareness Campaign at Aska Government Niranjan Women's CollegeRoad Safety Awareness Campaign at Aska Government Niranjan Women's College

ଆସିକା,୨୪/୧୧ (ଶୁଣାକଥା ) ମନୋଜ କୁମାର ନାୟକ : ଓଡିଶା ରାଜ୍ୟ ସରକାରଙ୍କ ନୂତନ ଓଡିଶା, ନବୀନ ଓଡିଶା ମାଧ୍ୟମରେ ଯୁବ ବିକାଶର ସାମାଜିକ କାର୍ଯ୍ୟ ଓ କାର୍ଯ୍ୟକଳାପ ସମିତି ପକ୍ଷରୁ ସଡକ ସଚେତନତା ଅଭିଯାନା ଅନୁଷ୍ଟିତ ହୋଇଛି ।

ଏହି ଅଭିଯାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଗଣେଶ୍ୱର ମାଝୀଙ୍କ ପୈାରହିତ୍ୟରେ ଅନୁଷ୍ଟିତ ହୋଇଥିବା ବେଳେ ନୋଡାଲ ଅଧିକାରୀ ଡଃ.ଲିନା ଲିଲିୟାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏଥିରେ ମହାବିଦ୍ୟାଳୟର ଜୁନିୟର ଓ ସିନିୟର ବର୍ଗର ଛାତ୍ରୀ ମାନେ ଯୋଗ ଦେଇଥିଲେ ।

ଏହି ଅବସରରେ ଏକ ଶୋଭାଯାତ୍ରା ମହାବିଦ୍ୟାଳୟରୁ ବାହାରି ଖମ୍ବେଶ୍ୱରୀ ପାଟଣା, ମସଜିଦ ଛକ, ଏନଏସି ପାର୍କ, ପରିବାରହାଟ ଛକ ଦେଇ ସହର ପରିକ୍ରମା କରିଥିଲା । ଜନ ସାଧାରଣଙ୍କୁ ଦୁର୍ଘଟଣା ଓ ସଡକ ସୁରକ୍ଷା ସଚେତନତା ଉପରେ ପ୍ଲାକାର୍ଡ଼ ଧରି ଛାତ୍ରଛାତ୍ରୀ ସୁଚନା ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଡଃ.ଲକ୍ଷ୍ମଣ କୁମାର ସୋରେନ, ଗୋପିନାଥ କର, ଡଃ.ସୁପ୍ରିୟା ଦାଶ, ଡଃ.ପ୍ରମୋଦ କୁମାର ତିଆଡି, ଡଃ.ଯଶଶ୍ରୀ ମଲ୍ଲିକ, ମମତା ନିଶାଙ୍କ, ରିଙ୍କି ନାହକ, ଶୈଳଜା ସଂଘମିତ୍ରା ବିଶ୍ୱାଳ, ଅମୀର ଦିଗାଲ, ସୁଜାତା ପ୍ରଧାନ, ସୁଧାଶୁଂ ହୋତା, ଗଙ୍ଗାଧର ନାୟକ, ଭାଗ୍ୟଲକ୍ଷ୍ମୀ ପ୍ରଧାନ, ରାଜେଶ୍ୱରୀ ସାହୁ, ସୁଶୀଲ କୁମାର ଆଚାର୍ଯ୍ୟ, ଚିନ୍ମୟ କୁମାର ବାରିକ, ସନାତନ ପ୍ରଧାନ, ଭାଗ୍ୟଶ୍ରୀ ବେହେରା ପ୍ରମୁଖ ପ୍ରତ୍ୟେକ୍ଷ ତତ୍ୱାବାଧାନରେ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ।