ଆସିକା ଏନ.ଏ.ସି ୱାର୍ଡ-୮ ରେ ୭୭ ତମ ସ୍ୱାଧୀନତା ଦିବସ ପାଳିତ

0 475

ଆସିକା,୧୫/୮ (ମନୋଜ କୁମାର ନାୟକ ) – ଗଞ୍ଜାମ ଜିଲ୍ଲା ଆସିକା ଏନ.ଏ.ସି ୱାର୍ଡ ନମ୍ବର- ୮ରେ ୭୭ ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି । ଆସିକା ବିଜ୍ଞାପିତ ଅଚଂଳ ପରିଷଦ କାଉନସିଲର ମଦନ ମୋହନ ନାୟକ ଜାତୀୟ ପତାକା ଉତୋଳନ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଏନଏସି ୱାର୍ଡ – ୮ ୱାର୍ଡ ଅଫିସର ପୁଷ୍ପାଞ୍ଜଳୀ ନାୟକ ସଂଯୋଜନା କରିଥିଲେ । ଅଙ୍ଗନବାଡି ମନୋରମା ପଟ୍ଟନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ ସାଙ୍ଗକୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଏଥିରେ ସାନିଟାଇଜ ଏକ୍ସପର୍ଟ ଦିପକ କୁମାର ଗୈାଡ, ସ୍ୱଚ୍ଚସାଥୀ ନମିତା ଗୈାଡ, ଅବସରପ୍ରାପ୍ତ ସେନା କର୍ମଚାରୀ କୈବଲ୍ୟ ଦାଶ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ ।

ଚଳିତ ବର୍ଷ ୭୭ ତମ ସ୍ୱାଧୀନତା ଦିବସ ପାଳନ କରାଯାଉଥିବା ବେଳେ ବିଗତ ୭୬ ଗୋଟି ମୁକ୍ତ ଦିବସକୁ ଦେଶବାସୀ ଉପଭୋଗ କରିସାରିଛନ୍ତି । ଭାରତ ସ୍ୱାଧୀନତା ଇତିହାସରେ ଅନେକ ବୀର ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇ ବଳିଦାନ ଦେଇଛନ୍ତି । ସେମାନେ ସେଦିନ ଜୀବନକୁ ବାଜି ଲଗାଇ ଗୋରା ସରକାର ଅତ୍ୟାଚାରରୁ ଦେଶମାତୃକାକୁ ମୁକ୍ତ କରିବାକୁ ଅଟାଂଭିଡି ଆଗେଇ ଆସିଥିଲେ ।

ଖାଲି ପୁରୁଷ ମାନେ ନୁହଁନ୍ତି ଏ ଦେଶର ଦୃଢ,ସାହସିନୀ ବୀର ରମଣୀ ମାନେ ବି ହାତରେ ଅସ୍ତ୍ର,ତରବାରୀ ଧରିବାକୁ ପଛେଇ ନଥିଲେ । ପବିତ୍ର ୭୭ତମ ସ୍ୱାଧୀନତା ଦିବସରେ ସେହି ବୀର ମାନଙ୍କୁ ମନେ ପକାଇ ତାଙ୍କୁ ଭକ୍ତିପୁତ ସଲାମ କରାଯାଇଥିଲା ।

ଏହି ଅବସରରେ ଶତାଧିକ ଛାତ୍ରଛାତ୍ରୀ,ମା ନାରାୟଣୀ ଏସ.ଏଚ.ଜି, ସାନିଟାଇଜ ଏକ୍ସପର୍ଟ, ସ୍ୱଚ୍ଚସାଥୀ, ଅଙ୍ଗନବାଡି, ସହାୟିକା ସାଙ୍ଗକୁ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ୱାର୍ଡ ନମ୍ବର- ୮ ଅଙ୍ଗନବାଡି ସହାୟିକା ବଙ୍ଗାଳୀ ଗୈାଡ ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.