ବାବନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୭ ତମ ସ୍ୱାଧୀନତା ଦିବସ ପାଳିତ

0 272

ଆସିକା,୧୫/୮ (ମନୋଜ କୁମାର ନାୟକ) – ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିନ ବାବନପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୭ ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପଦ୍ମଚରଣ ସେଠୀଙ୍କ ପୈାରହିତ୍ୟରେ ଅନୁଷ୍ଟିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବାବନପୁର ସରପଞ୍ଚ ସଞ୍ଜୟ କୁମାର ନାୟକ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ ।

ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଧନୁର୍ଦ୍ଧର ମୁନୀ ସଭାପତିତ୍ୱରେ ଏକ ସଭା କାର୍ଯ୍ୟ ଅନୁଷ୍ଟିତ ହୋଇଥିଲା । ମୁଖ୍ୟ ଅତିଥି ସରପଞ୍ଚ ସଞ୍ଜୟ କୁମାର ନାୟକ, ସମ୍ମାନୀୟ ଅତିଥି ଭାବେ ସମିତିସଭ୍ୟ ସନ୍ତୋଷ କୁମାର ଜେନା, ଅନ୍ୟତମ ସମ୍ମାନୀୟ ଅତିଥି ଯୁବ ବିଜେଡି ନେତା ଅନିଲ କୁମାର ନାୟକ ସାଙ୍ଗକୁ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ ।

ପବିତ୍ର ୭୭ ତମ ସ୍ୱାଧୀନତା ଦିବସରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ସମସ୍ତ ଭାରତ ବାସୀଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଚା ଜଣାଯାଇଥିଲା । ଦେଶପ୍ରେମୀ ସଂଗ୍ରାମୀ ମାନଙ୍କର ଆତ୍ମୋତ୍ସର୍ଗ, ଜାତୀୟ ପ୍ରୀତି, ଅହିଂସା – ଅସହଯୋଗ ମନ୍ତ୍ର ବଳରେ ଭାରତର ସ୍ୱାଧୀନତା ପ୍ରାପ୍ତି ଅମର ମହାନ ବୋଲି ଛାତ୍ରଛାତ୍ରୀଙ୍କୁ ବୁଝାଯାଇଥିଲା ।

ସ୍ୱାଧୀନତାର ମୂଲ୍ୟବୋଧକୁ ସ୍ମରଣ କରି ସେହି ସଂଗ୍ରାମୀ ମାନଙ୍କର ସ୍ୱପ୍ନକୁ ସାକାର ପାଇଁ କାର୍ଯ୍ୟ କରିବା ଏବଂ ଏକ ସମୃଦ୍ଧ ଓ ସଶକ୍ତ ଓଡିଶା ନିର୍ମାଣ କରିବାକୁ ସଂକଳ୍ପବଦ୍ଧ ହେବା ନେଇ ସରପଚଂ ସଞ୍ଜୟ କୁମାର ନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ।

ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ଦେଶାତ୍ମକ ବୋଧ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ କୁଇଜ, ସଙ୍ଗୀତ, ନୃତ୍ୟୁ ଏବଂ ଡିବେଟ ପ୍ରତିଯୋଗିତାରେ ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥୀଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ପରିଡା, ରମେଶ ଚନ୍ଦ୍ର ଚୈାଧୁରୀ, ପବିତ୍ର ମୋହନ ଉଦଗାତା, ସହକାରୀ ଶିକ୍ଷୟତ୍ରୀ ଉର୍ମିଳା କୁମାରୀ ନାହକ, ଲିତା କୁମାରୀ ଜେନା, ମୈାସୁମୀ ସାମନ୍ତରାଏ, ସୁପ୍ରଭା ସାହୁ, ଲକ୍ଷ୍ମୀ ପ୍ରିୟା ପାତ୍ର, କ୍ରିଡା ଶିକ୍ଷକ ସୁଧୀର ଚନ୍ଦ୍ର ପାଢୀ ପ୍ରମୁଖ ପରିଚାଳନା କରି ସଫଳ ରୁପାୟନ କରିଥିଲେ ।

Leave A Reply

Your email address will not be published.