Ward- 14 Flag Hoist at NAC AskaWard- 14 Flag Hoist at NAC Aska

ଆସିକା,୧୫/୮ (ମନୋଜ କୁମାର ନାୟକ ) – ଆସିକା ଏନ.ଏ.ସି ୱାର୍ଡ ନମ୍ବର – ୧୪ ନିରଞ୍ଜନ ନଗର କେ.ଭାସ୍କର ପୃଷ୍ଟି ପଡିଆ ଠାରେ ୭୭ ତମ ସ୍ୱାଧୀନତା ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଏନ.ଏ.ସି ୱାର୍ଡ ଅଫିସର ସଂଧ୍ୟାରାଣୀ ପଣ୍ଡା ସଂଯୋଜନା କରିଥିଲେ ।

ଆସିକା ବରିଷ୍ଠ ଆଇନଜୀବୀ ସୁଧାଶୁଂ ପଣ୍ଡା ଜାତୀୟ ପତାକା ଉତୋଳନ କରିଥିଲେ । ଆସିକା ଏନ.ଏ.ସି କାଉନସିଲର ଦୁର୍ଗାବାଇ ବୈଠାରୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ନିରଞ୍ଜନ ନଗର ଯୁବ ବ୍ୟବସାୟୀ ବଦ୍ରୀ ନାରାୟଣ ପୃଷ୍ଟି ଅତିଥି ମାନଙ୍କ ପରିଚୟ ପ୍ରଦାନ ସାଙ୍ଗକୁ ଦେଶ ପାଇଁ ବଳିଦାନ ଦେଇଥିବା ମହାପୁରୁଷଙ୍କ ଅମର ଗାଥାକୁ ମନେ ପକାଇଥିଲେ ।

ଭାରତ ବର୍ଷକୁ ସ୍ୱାଧୀନତା ଆଣିବାରେ ମହାପୁରୁଷଙ୍କ ବଳିଦାନକୁ ମନେ ପକାଯାଇଥିଲା । ସଂଗ୍ରାମ ବିନା ମୁକ୍ତି ନାହିଁ । ସ୍ୱାଧୀନତା ପ୍ରାପ୍ତି ପାଇଁ ଏ କଥାଟି ସମସ୍ତଙ୍କ ମନରେ ରହିବା ଆବଶ୍ୟକ ବୋଲି ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଆସିକା ଏନଏସି ବରିଷ୍ଠ କିରାଣୀ ରଞ୍ଜିତ କୁମାର ହୋତା, ଅଙ୍ଗନବାଡି ନିବେଦିତା ପଟ୍ଟନାୟକ, ବରିଷ୍ଠ ଆଇନଜୀବୀ କାଳି ପ୍ରସାଦ ରାଓ, ୱାର୍ଡ ସଭାପତି ସୁଜିତ ପାତ୍ର, ଅଜିତ କୁମାର ଦାଶ, ରାଜେନ୍ଦ୍ର କୁମାର ସାହୁ, କେ.ମୂରଲୀ ରାଓ, ୧୯ଟି ଏସଏଚଜି ମହିଳା ଗ୍ରୁପ ସାଙ୍ଗକୁ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମକୁ ରୋଶନ କୁମାର ବୈଠାରୁ, ରୋମନ କୁମାର ବୈଠାରୁ ପରିଚାଳନାରେ ସଫଳ ରୂପାୟନ ପାଇଁ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।