78th birthday of Naveen Patnaik, the great hero of Odisha transformation : On behalf of Aska BJd, he donated a lamp at Ma Khambeswari's pedestal and wished him well.78th birthday of Naveen Patnaik, the great hero of Odisha transformation : On behalf of Aska BJd, he donated a lamp at Ma Khambeswari's pedestal and wished him well.

ଆସିକା,୧୬/୧୦ (ଶୁଣାକଥା) ମନୋଜ କୁମାର ନାୟକ : ଏକ ସଶକ୍ତ ଓ ସମୃଦ୍ଧ ଓଡିଶା ଗଠନର ମହାନାୟକ ନବୀନ ପଟ୍ଟନାୟକଙ୍କ ଆଜି ହେଉଛି ୭୮ ଜନ୍ମ ଦିନ । ରାଜନୀତିରେ ଏକ ସଫଳ ବ୍ୟକ୍ତିତ୍ୱ ଯୋଗୁଁ ସେ ଭାରତ ବର୍ଷରେ ପ୍ରତିଷ୍ଠିତ ହୋଇଛନ୍ତି । ୧୯୪୭ ମସିହା ଅକ୍ଟୋବର ୧୬ ତାରିଖରେ କଟକରେ ଜନ୍ମ ଗ୍ରହଣ କରିଥିବା ନବୀନଙ୍କ ଲାଗି ରାଜନୀତି ଯାତ୍ରା ଅପ୍ରତ୍ୟାଶିତ ।

ଆସିକା ବିଜେଡି ପକ୍ଷରୁ ତାଙ୍କ ଜନ୍ମ ଦିନ ଅବସରରେ ଆସିକା ମା ଅଧିଷ୍ଠାତ୍ରୀ ଦେବୀଙ୍କ ପୀଠରେ ବିଧାୟିକା ମଞ୍ଜୁଳା ସ୍ୱାଇଁ ଓ ବିଜେଡିର ବହୁ କର୍ମୀ ଦିପ ଦାନ କରି ତାଙ୍କ ଦିର୍ଘାୟୁ କାମନା କରିଥିଲେ । ଏହି ଅବସରରେ ଆସିକା ବିଜେଡି କାର୍ଯ୍ୟାଳୟରୁ ଏକ ମୋଟର ସାଇକେଲ ଶୋଭାଯାତ୍ରା ବାହାରି ମା ଖମ୍ବେଶ୍ୱରୀଙ୍କ ପୀଠରେ ପହଁଚି ଥିଲା । ମା ଖମ୍ବେଶ୍ୱରୀଙ୍କ ପୀଠରେ ସାମୁହିକ ଦିପ ଦାନ କରି ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଦିର୍ଘାୟୁ କାମନା ସହିତ ଦଳର ମହାନତା ଉପରେ ଆସିକା ବିଜେଡି ପକ୍ଷରୁ ଗୁଣାଗାନ କରାଯାଇଥିଲା ।

ରାଜନୈତିକ ଇତିହାସରେ ନୂଆ ରେକର୍ଡ ସ୍ଥାପନ କରିବାରେ ସେ ସଫଳ ବ୍ୟକ୍ତିତ୍ୱ ହାସଲ କରିଥିବା ବିଧାୟିକା ମଞ୍ଜୁଳା ସ୍ୱାଇଁ ତାଙ୍କ ବକ୍ତବ୍ୟରେ କହିଥିଲେ । ୨୩ ବର୍ଷ ୨୪୪ ଦିନ ମୂଖ୍ୟମନ୍ତ୍ରୀ ଭାବରେ ସେ କାର୍ଯ୍ୟ କରିସାରିଲେଣି । ଆହୁରୀ ସମୟ ରହିଛି । ଏହି ବିରଳ ରେକର୍ଡର ଅଧିକାରୀ ସେ ହିଁ କେବଳ ହୋଇଛନ୍ତି ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଲୋକପ୍ରିୟତାରେ ଯେଉଁ ରାଜନୈତିକ ସଫଳତା ତାଙ୍କୁ ମିଳିପାରିନଥିଲା, ତାହା ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ମିଳିଛି । ଓଡିଶା ରାଜନୀତିର ଯାତ୍ରାରେ କୈାଣସି ଆଞ୍ଚଳିକ ଦଳ ବା କୈାଣସି ଜାତୀୟ ଦଳ କେବେ ବି ଏପରି ଲମ୍ବା ସମୟର ଶାସନରେ ରହିନଥିଲା ବୋଲି ଉପସ୍ଥିତ ବିଜେଡି କର୍ମକର୍ତା ଓ କର୍ମି ମାନେ ନିଜ ଭାଷଣରେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜୋନ ବିଜୁ ଜନତା ଦଳ ସଭାପତି ନଚିକେତା ସ୍ୱାଇଁ, ଦିଲ୍ଲିପ କୁମାର ପାଣିଗ୍ରାହି, ରାଜେଶ ପଟ୍ଟନାୟକ, ପୂର୍ବତନ ସରପଚଂ ବିଜୟ ନାୟକ, ସମିତିସଭ୍ୟ ସନ୍ତୋଷ ନାୟକ,ଏମ.ତାରିଣୀ ସେନାପତି, ବିଜେଡି ନେତା ସୂର୍ଯ୍ୟକାନ୍ତ ପରିଡା, ଅଭିମନ୍ୟୁ ନାହକ ସମେତ ବହୁ ନେତା ଓ କର୍ମି ଯୋଗ ଦେଇଥିଲେ ।