ସଡକ ଦୁର୍ଘଟଣାରେ ବରଗାଁ ପୂର୍ବତ୍ତନ ସରପଞ୍ଚଙ୍କ ମୃତ୍ୟୁ

0 211

ଆସିକା,୧୫/୧୦ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା କୋଟିନଡା ଥାନା ଅନ୍ତର୍ଗତ ଡି-ପଲ ସ୍କୁଲ ନିକଟ ଜାତୀୟ ରାଜପଥ- ୫୯ ଠାରେ ସଡକ ଦୁର୍ଘଟଣାରେ ଆଜି ବରଗାଁ ପଞ୍ଚାୟତ ପୂର୍ବତନସରପଞ୍ଚ ଲଲାଟ ବେହେରାଙ୍କ ମୃତ୍ୟୁ ହୋଇଛି ।

ସକାଳ ପ୍ରାୟ ୮ ଘଟଂ ସମୟରେ ଏକ ଧଳା ରଙ୍ଗର ବୋଲେରୋ ଦ୍ରୁତ ଗତିରେ ଆସି ପଛପଟୁ ତାଙ୍କୁ ମାଡି ଚାଲି ଯାଇଥିଲା । ଘଟଣା ସ୍ଥଳରେ ସେ ମୂମୁର୍ଷ ଅବସ୍ଥାରେ ପଡି ରହିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସଙ୍ଗେ ସଙ୍ଗେ ଆସିକା ମେଡିକାଲକୁ ଅଣାଯାଇଥିଲା । ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ଦୁର୍ଘଟଣା ଘଟିବା ପରେ ଦୁର୍ଘଟଣାଗ୍ରସ୍ତ ବୋଲେରୋ ଗାଡି ସେଠାରୁ ଚମ୍ପଟ ମାରି ଚାଲିଥିଲା । ଖବର ପାଇ କୋଟିନଡା ପୋଲିସ ଓ ଆସିକା ପୋଲିସ ମେଡିକାଲ ଠାରେ ପହଁଚି ମୃତ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲେ । ଏହାପରେ ଆସିକା ଠାରେ ଶବ ବ୍ୟବଚ୍ଚେଦ କେନ୍ଦ୍ରକୁ ପଠାଇଥିଲେ । ଶବ ବ୍ୟବଚ୍ଚେଦ ପରେ ମୃତ ଶବକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଏନେଇ ପରିବାର ପକ୍ଷରୁ କୋଟିନଡା ଥାନାରେ ଏକ ଦୁର୍ଘଟଣା ଜନିତ ମାମଲା ଥାନା କେସ ନମ୍ବର- ୨୮୩/୨୩ ରେ ରୁଜୁ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ପୂର୍ବତନ ସରପଞ୍ଚ ଲଲାଟ ବେହେରା କୈାଣସି କାମ ପାଇଁ ନିଜ ବାଇକ ଯୋଗେ କଲେଜ ଛକକୁ ଯାଉଥିଲେ । ସେଠାରେ ଦ୍ରୁତଗତିରେ ଏକ ବୋଲେରୋ ତାଙ୍କ ବାଇକର ପଛପଟୁ ଧକ୍କା ଦେଇ ମାଡି ଚାଲି ଯାଇଥିଲା । ଘଟଣା ସ୍ଥଳରେ ହିଁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥଲେ । ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଆସିକା ସବଡିଭିଜନ ମେଡିକାଲୁ ଚିକିତ୍ସା ପାଇଁ ନେଇଥିଲେ ।

ପୂର୍ବତନ ସରପଞ୍ଚ ଲଲାଟ ବେହେରାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଆସିକା ବରଗାଁ ପଞ୍ଚାୟତ ଓ ଆସିକା ବିଜେଡି ଶିବିରରେ ଲୋକାରଣ୍ୟ ସୃଷ୍ଟି ହୋଇଥିଲା । ସେ ୨୦୦୭ ରୁ ୨୦୧୨ ପର୍ଯ୍ୟନ୍ତ ଆସିକା ବ୍ଲକ ବରଗାଁ ପଞ୍ଚାୟତରେ ସରପଞ୍ଚ ଭାବେ କାର୍ଯ୍ୟରତ ଥିଲେ । ସେ ଜଣେ ପରୋପକାରୀ, ମିଷ୍ଟଭାଷୀ, ସରଳ ବ୍ୟକ୍ତି ଏବଂ ସମସ୍ତଙ୍କ ପ୍ରିୟ ଥିଲେ । ଆସିକା ବ୍ଲକରେ ସେ ବିଜେଡି ଦଳର ଜଣେ ସକ୍ରିୟ ସଦସ୍ୟ ସାଙ୍ଗକୁ ସମାଜସେବୀ ଓ ପରୋପକାରୀ ଥିଲେ ।

ତାଙ୍କ ଶେଷ ଦର୍ଶନ ପାଇଁ ଗଞ୍ଜାମ ଜୋନ ବିଜୁ ଯୁବ ଜନତା ଦଳ ସଭାପତି ନଚିକେତା ସ୍ୱାଇଁ, ଆସିକା ବ୍ଲକ ଅଧ୍ୟକ୍ଷା ପ୍ରତିନିଧି, ଆସିକା ବିଡିଓ ଫକୀର ଚରଣ ପରିଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପରିଡା, ଆସିକା ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁ, ଆଇନଜୀବୀ ଦିଲ୍ଲୀପ କୁମାର ପାଣିଗ୍ରାହି, ବରିଷ୍ଠ ବିଜେଡି ନେତା ଅଭିମନ୍ୟୁ ନାହକ, ବ୍ଲକ ବିଜେଡି ସଭାପତି ରାଜେଶ ପଟ୍ଟନାୟକ, ଜିଲ୍ଲା ପରିଷଦ ବି.ମନୋଜ କୁମାର ଦୋରା ସମେତ ବ୍ଲକର ସମସ୍ତ ନେତା, କର୍ମି ଓ ବ୍ଲକ କର୍ମଚାରୀ ମାନେ ଶେଷ ଦର୍ଶନ କରିଥିଲେ । ବରଗାଁ ପଞ୍ଚାୟତ ଶ୍ମସାନ ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କର ଅମର ଆତ୍ମାର ସଦଗତି ପାଇଁ ପ୍ରଭୁ ଜଗନ୍ନାଥ ଠାରେ ପ୍ରାର୍ଥନ କରାଯାଇଥିଲା ।

Leave A Reply

Your email address will not be published.