Block Level Children's Festival in Aska, Suravi and Odisha Millets- 2023Block Level Children's Festival in Aska, Suravi and Odisha Millets- 2023

ଆସିକା,୧୮/୧୦(ଶୁଣାକଥା) ମନୋଜ କୁମାର ନାୟକ : ଆସିକା ସହର ଉପକଣ୍ଠ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆଜି ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଓଡିଶା ମିଲେଟସ- ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି । ଏହି କାର୍ଯ୍ୟକ୍ରମ ଆସିକା ଗୋଷ୍ଠି ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ହୋଇଥିବା ବେଳେ ବିଇଓ ମୁନରାଣି ମହାନ୍ତି ଉଦଘାଟନ କରିଥିଲେ ।

ଏଥିରେ ମୁ୍‌ଖ୍ୟ ଅତିଥି ଭାବେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ସମ୍ମାନୀୟ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଆସିକା ଏନଏସି ଅଧ୍ୟକ୍ଷା ବିନେତା ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟା ଅନିମା ପରିଡା, ଆସିକା ବିଜେଡି ନଗର ସଭାପତି ସତ୍ୟ ନାରାୟଣ ସ୍ୱାଇଁ, ପୂର୍ବତନ ଏବିଇଓ ଶଙ୍କର୍ଷଣ ତ୍ରିପାଠୀ, ଏବିଇଓ ବିଭୁନନ୍ଦନ ପଣ୍ଡା, ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଜଲି ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଏବିଇଓ ଭାଗିରଥି ପାତ୍ର ବ୍ଲକ ସ୍ତରୀୟ ସୁରଭି -୨୦୨୩ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କୀତ ପ୍ରାରମ୍ଭିକ ସୁଚନା ସାଙ୍ଗକୁ ଆବଶ୍ୟକତା, ଓଡିଶା ମିଲେଟସ୍ ଆଦି ଉପରେ ସବିଶେଷ ତଥ୍ୟ ସୂଚନା ପ୍ରଦାନ କରିଥିଲେ ।

ଏହି ଅବସରରେ ବିଧାୟିକା ମଞ୍ଜୁଳା ସ୍ୱାଇଁ ନାରୀ ସଶକ୍ତିକରଣ, ରାଜ୍ୟ ସରାକରଙ୍କ ଲୋକାଭିମୂଖୀ ବିକାଶ ମୂଳକ ଯୋଜନା ଉପରେ ମତବ୍ୟକ୍ତ କରିଥିଲେ । ସେହିଭଳି ଆସିକା ସାଂସଦ ପ୍ରମିଳା ବିଷୋୟୀ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ଆଗ୍ରହତା ଓ ସଂଯମତା, ଧୈର୍ଯ୍ୟ, ପ୍ରତିଯୋଗୀ ମନୋଭାବକୁ ଖୁବ ପ୍ରଶଂସା କରିଥିିଲେ ।

ଏହିଭଳି କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀଙ୍କ ଲିକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆସୁଥିବା ବେଳେ କଳା ସଂସ୍କୃତିର ପ୍ରକୃତ ପରିଚୟ ପରିବେଷଣ ଜରିଆରେ ପ୍ରକାଶିତ କରାଯାଉଛି ବୋଲି ଏନଏସି ଅଧ୍ୟକ୍ଷା ବିନେତା ସ୍ୱାଇଁ ମତବ୍ୟକ୍ତ କରିଥିଲେ । ଜିଲ୍ଲାପରିଷଦ ସଦସ୍ୟା ଅନିମା ପରିଡା ସରକାରୀ ଯୋଜନା ଦ୍ୱାରା କିପରୀ ପିଲାମାନେ ଉପକୃତ ହେଉଛନ୍ତି ସେ ନେଇ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ।