ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ୫୫ତମ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ପାଳନ

0 42

ଆସିକା,୨୫/୯ (ଶୁଣାକଥା) ମନୋଜ କୁମାର ନାୟକ : ଗଞ୍ଜାମ ଜିଲ୍ଲା ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆଜି ୫୫ ତମ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସ ପାଳିତ । ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ପ୍ରାକ୍ତନ ଯୋଜନା ଅଧିକାରୀ ଡଃ.ଜୀବାନନ୍ଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ଏହି ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳୀକାଟୁ ବିଜ୍ଞାନ ମହାବିଦ୍ୟାଳୟ ଓଡିଆ ପ୍ରାଧ୍ୟାପକ ତଥା ଜାତୀୟ ସେବା ଯୋଜନା ଅଧିକାରୀ ଡଃ.ଦୀନବନ୍ଧୁ ମହାନ୍ତି, ସମ୍ମାନୀୟ ଅତିଥି ଭାବେ ଓଡିଆ ଅଧ୍ୟାପକ ଡଃ.ଅଜିତ କୁମାର ମୁନୀ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ଅତିଥିଙ୍କୁ ପୁଷ୍ପଗୁଛ ଓ ଉପଢୈାକନ ପ୍ରଦାନ କରି ସ୍ୱାଗତ ସମ୍ଭର୍ଦ୍ଧନା କରାଯାଇଥିଲା । ଏହାପରେ ଅତିଥିଙ୍କ ଦ୍ୱାରା ପ୍ରଦିପ ପ୍ରଜ୍ଜଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟ ସ୍ୱେଚ୍ଚାସେବୀ ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ଯୁକ୍ତ ଦୁଇ ୟୁନିଟ ପ୍ରୋଗ୍ରାମ ଅଧିକାରୀ ଅଧ୍ୟାପକ ପବିତ୍ର ଧଙ୍ଗଡାମାଝୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମ ଆରମ୍ଭରେ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ଦିବସର ଆଭିମୁଖ୍ୟ ତଥା ପ୍ରତିଷ୍ଠାପକ ସ୍ୱର୍ଗତ ଡଃ. ଭି.କେ.ଆର.ଭି. ରାଓ, ପ୍ରାକ୍ତନ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଦୃଷ୍ଟିରେ ଜାତୀୟ ସେବା ଯୋଜନାର ଲକ୍ଷ୍ୟ ଓ ଉଦ୍ଧେଶ୍ୟ ସମ୍ପର୍କୀତ ସୂଚନା ପ୍ରଦାନ କରାଯାଇଥିଲା । ଏହା ସହିତ ଓଡିଶାର ଗୈାରବ ବାଜିରାଉତ, ଧର୍ମପଦ ଏବଂ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ମାନବୀୟ ଅମ୍ପ୍ଲାନ ଉତ୍ସର୍ଗୀକୃତ ଏବଂ ସ୍ୱେଚ୍ଚାକୃତ ସେବା ପରାୟଣତାରେ ଉଦାହରଣକୁ ସ୍ପଷ୍ଟ ରୂପକୁ ପ୍ରତିପାଦନ କରାଯାଇଥିଲା । ଜନ ସମାଜରେ ଦୀନ, ଦୁଃଖୀ, ରଙ୍କିଙ୍କ ପ୍ରତି ମାନବୀୟତା ରକ୍ଷା କରି ସେବା ମାଧ୍ୟମରେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଅତିଥି ମାନଙ୍କ ଦ୍ୱାରା ସ୍ୱେଚ୍ଚାସେବୀ ଛାତ୍ରଛାତ୍ରୀ ମାନଙ୍କୁ ଆହ୍ୱାନ କରାଯାଇଥିଲା ।

ଏହି ପ୍ରତିଷ୍ଠା ଦିବସ ଅବସରେ ଆୟୋଜିତ ପ୍ରଶ୍ନୋତରୀ, ତର୍କବିତର୍କ ଏବଂ ନିବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ଜାତୀୟ ସେବା ଯୋଜନା ଯୁକ୍ତ ତିନି ୟୁନିଟ ପ୍ରୋଗ୍ରାମ ଅଧିକାରୀ ଅଧ୍ୟାପକ ଚନ୍ଦନ ମାରାଣ୍ଡି, ଅଧ୍ୟାପିକା ଇ.ରେଶମା ରାଣୀ ପାତ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.