ଆସିକା ନବରତ୍ନପୁର ଗାଁ ଚୋରା ଗଞ୍ଜେଇ ଆଡାସ୍ଥଳ ସାଜିଛି, ବମ୍ବେ ପର୍ଯ୍ୟନ୍ତ ଚେର ଲମ୍ବିଛି
ଆସିକା,୬/୨ (ଶୁଣାକଥା) ମନୋଜ କୁମାର ନାୟକ : ଦିର୍ଘ ଦିନ ଧରି ଆସିକା ଅବକାରୀ ପୋଲିସ ଓ ପୋଲିସ ପ୍ରଶାସନକୁ ଚଖମା ଦେଖାଇ ଆସିକା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତ ନବରତ୍ନପୁର ଗାଁର ଏକ ବେଆଇନ ଚୋରା ଗଞ୍ଜେଇ ମାଫିଆ ଦଳକୁ ଆଜି ବ୍ରହ୍ମପୁର ଅବକାରୀ ବିଭାଗ ତତ୍ୱାବାଧାନରେ ଓ.ଆଇ.ସି ଆସିକା ଅବକାରୀ ପୋଲିସ ଓ ସୋରଡା ଅବକାରୀ ପୋଲିସ ମିଳିତ ଉଦ୍ୟମରେ ଏସ.ଆଇ ଅଜିତ ନାୟକ ଓ ସଦଳ ଦଳ ପେଟ୍ରୋଲିଂ ବେଳେ କାବୁ କରିଛନ୍ତି । ଗତକାଲି ସଂଧ୍ୟାରରେ ଏସ.ଆଇ ଅଜିତ ନାୟକ ପେଟ୍ରୋଲିଂ ସମୟରେ ୪ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଘଟଣା ସ୍ଥଳରୁ ଜଣେ ଫେରାର ହୋଇଥିବା ଜଣାପଡିଛି । ସେମାନଙ୍କ ନିକଟରୁ ୭୦ କିଲୋ ଗ୍ରାମ ଗଞ୍ଜେଇ ସାଙ୍ଗକୁ ଗୋଟିଏ ଅଶୋକ ଲେ-ଲ୍ୟାଣ୍ଡ ପିକଅପ ଭ୍ୟାନ ଗାଡି ନମ୍ବର- ଓ.ଡି ୩୨ ଜେ ୦୩୦୭, ଗୋଟିଏ ସୁଜକି ବାଲିନୋ କାର ଗାଡି ନମ୍ବର- ଓ.ଡି ୦୨ ସି ୯୭୨୦ , ୬ଟି ମୋବାଲ ଜବତ କରିଥିଲେ ।
ଗଞ୍ଜେଇ ଚାଲାଣକାରୀ ମାନେ ଆସିକା ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁର ସନ୍ତୋଷ ପୋଲାଇ ୩୧ବୟସ (ଡ୍ରାଇଭର), ବ୍ୟବସାୟୀ ଟିଟୁ ପୋଲାଇ ୩୨ ବୟସ,ବ୍ୟବସାୟୀ ସୁନିଲ ସ୍ୱାଇଁ ୨୧ ବୟସ ଏବଂ ପୋଲସରା ଥାନା ଅନ୍ତର୍ଗତ ଖଣ୍ଡୁରୁ ଗାଁର ବ୍ୟବସାୟୀ ଅଶୋକ ସାହୁ ୨୮ ବର୍ଷ ବୋଲି ସୂଚନା ମିଳିଛି । ସେମାନଙ୍କ ବିରୁଦ୍ଧରେ ଅବକାରୀ ଏନ.ଡି.ପି.ଏସ ଆକ୍ଟ ୧୯୮୫ ଅନୁଯାୟୀ ପି.ଅର ନମ୍ବର- ୫୪୧/୨୦୨୪-୨୫ ଇ.ଆଇ ଏବଂ ଇ.ବି ରେ ମାମଲା ରୁଜୁ କରାଯାଇ ଆସିକା କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଆସିକା ସବଜେଲକୁ ପଠାଇଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ ଦିର୍ଘ ଦିନ ଧରି ସ୍ଥାନୀୟ ଅବକାରୀ ଓ ପୋଲିସ ପ୍ରସାଶନ ଆଖିରେ ଧୁଳି ଦେଖାଇ ଗଞ୍ଜେଇ ମାଫିଆ ମାନେ ଚୋରା ଗଞ୍ଜେଇ ଚାଲାଣ କରୁଥିଲେ । ଏହି ଦଳ ବିପୁଳ ପରିମାଣର ଗଞ୍ଜେଇ ଗଜପିତ, କନ୍ଧମାଳ ଏବଂ ଦାରିଙ୍ଗିବାଡିରୁ ଆଣି ଭୂବନେଶ୍ୱର, କଲିକତା, ଆନ୍ଧ୍ରପ୍ରଦେଶ ସାଙ୍ଗକୁ ଅନ୍ୟ ରାଜ୍ୟ ସୁରତକୁ ଚାଲାଣ କରୁଥିଲେ । ପୂର୍ବ ଯୋଜନା ଅନୁଯାୟୀ ଜାଲ ବିଛାଇ ରଖିଥିବା ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ସାଙ୍ଗକୁ ଆସିକା ଅବକାରୀ ବିଭାଗ ଦାରିଙ୍ଗିବାଡିରୁ ପୁରୁଷୋତମପୁର ଆସୁଥିବା ଏକ ଲେ-ଲେଣ୍ଡ ପିକଅପ ଭ୍ୟାନ ଓ ସୁଜକି ବାଲିନୋ କାରକୁ ଆସିକା ନିକଟ ଭଣ୍ଡାରିବସା ଠାରେ ଅଟକାଇ ଯାଞ୍ଚ କରିବା ବେଳେ ତାଙ୍କ ନିକଟରୁ ଗଞ୍ଜେଇ ପ୍ରାୟ ୭୦ କେ.ଜି ଜବତ କରିଥିଲେ ।
ଏହି ଗଞ୍ଜେଇ କେସରେ ଅବକାରୀ ଡେପୁଟି ସୁପିରିଟେଣ୍ଡଟଂ ଶ୍ରୁତିକାନ୍ତ ରାଉତ, ଏସ.ଆଇ ଅଜିତ ନାୟକ, ରାକେଶ ଖୁଟିଂଆ ସାଙ୍ଗକୁ ବ୍ରହ୍ମପୁର ଅବକାରୀ ସ୍କାଡ୍, ଆସିକା ଅବକାରୀ ପୋଲିସ ଏବଂ ସୋରଡା ପୋଲିସ ସାମିଲ ଥିଲେ ।