ପିଲାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

0 209

ଆସିକା,୧୯/୭ ( ପ୍ରତିନିଧି – ମନୋଜ କୁମାର ନାୟକ ) – ଆସିକା ବ୍ଲକ ବାବନପୁର ପଞ୍ଚାୟତ କାର୍ଯ୍ୟାଳୟରେ ପିଲାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ସଞ୍ଜୟ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମନ୍ୱିତ ଶିଶୁ ବିକାଶ ସୁପରଭାଇଜର ସବିତା ସାବତ ଅତିଥି ଭାବେ ଯୋଗ ଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିଭୂ ପ୍ରସାଦ ପଣ୍ଡା, ସମସ୍ତ ଅଙ୍ଗନବାଡି କର୍ମୀ, ଗ୍ରାମର ସମସ୍ତ କୁଳ ସମାଜର ମୁଖ୍ୟ ବ୍ୟକ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଥିରେ ଶିଶୁ କନ୍ୟାର ସୁରକ୍ଷା, ବାଲ୍ୟ ବିବାହ ଉପରେ ବ୍ୟାପକ ସଚେତନତା କରାଯିବା ସହ ଆଗାମୀ ଦିନରେ ପିଲାଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା ।

ନୋବେଲ ପୁରସ୍କାର ବିଜେତା କୈଳାସ ଶତ୍ୟାର୍ଥୀ ଫାଉଣ୍ଡେସନ ସହଯୋଗରେ ବାବନପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ସଞ୍ଜୟ କୁମାର ନାୟକ ସ୍ୱଚ୍ଚାସେବୀ ଅନୁଷ୍ଠାନ “ଗଡ” ଜରିଆରେ ବାଲ୍ୟ ବିବାହ ଭଳି କୁପ୍ରଥାକୁ ଦୂର କରିବା ନେଇ କରୁଥିବା ବିଭିନ୍ନ ସଚେତନତା କାର୍ଯ୍ୟକ୍ରମକୁ ଏଠାରେ ପ୍ରଶଂସିତ କରାଯାଇଥିଲା ।

Leave A Reply

Your email address will not be published.